ନୟାଗଡ଼,(ନୟାଗଡ଼ ଦର୍ପଣ): ମାନବ ସେବା ହେଉଛି ମାଧବ ସେବା। ଅସହାୟ ବୃଦ୍ଧବୃଦ୍ଧା ମାନଙ୍କର ସେବା କରି ସ୍ବର୍ଗୀୟ ଆନନ୍ଦ ମିଳୁଛି ବୋଲି କହିଛନ୍ତି ଭୂମିକା ଚକ୍ଷୁ ହସ୍ପିଟାଲର କର୍ମକର୍ତ୍ତା ମାନେ। ଆଜି ଅପରାହ୍ନ ୦୧ ଘଣ୍ଟା ସମୟରେ ଭୂମିକା ଚକ୍ଷୁ ହସ୍ପିଟାଲ ତରଫରୁ ଡିଆରଡିଏ ରୋଡ଼ ସ୍ଥିତ ସମର୍ପଣ (ବୃଦ୍ଧାଶ୍ରମ)ରେ ସମସ୍ତ ଅନ୍ତେବାସୀ ମାନଙ୍କର ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କରାଯାଇଛି। ୫ଜଣ ଅନ୍ତେବାସୀଙ୍କର ମୋତିଆବିନ୍ଦୁ ଅପରେସନ୍ କରାଯିବା ପାଇଁ ହସ୍ପିଟାଲ ତରଫରୁ ବ୍ଯବସ୍ଥା କରାଯାଇଛି। ଅନୁଷ୍ଠିତ ଏହି ଚକ୍ଷୁ ଚିକିତ୍ସା ଶିବିରକୁ ଭୂମିକା ଚକ୍ଷୁ ହସ୍ପିଟାଲର ମୁଖ୍ୟ ଡା. ସମିମା ଖାତୁନ୍, ରଶ୍ମିତା ବଳ, ଧରିତ୍ରୀ ପ୍ରଧାନ, ହିମାଂଶୁ କୁମାର ବିଧାର, ଦୁର୍ଗାମାଧବ ସ୍ବାଇଁ ପରିଚାଳନା କରିଥିବା ବେଳେ ସମର୍ପଣ ପରିଚାଳନା କମିଟିର ସଂପାଦକ ଅରୁଣ କୁମାର ମହାନ୍ତି ଓ ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ…
Read MoreCategory: ଓଡ଼ଗାଁ ବ୍ଲକ
ନୟାଗଡ଼ରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଡିଆରଡିଏରେ ଥିବା ସୃଜନ ସମ୍ମିଳନୀ କକ୍ଷରେ ବିଶ୍ୱ ମତ୍ସ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଯୋଗ ଦେଇଥିଲେ। ଜିଲ୍ଲାପାଳ ପ୍ରଦୀପ ପ୍ରଜ୍ବଳନ କରି ବିଶ୍ବ ମତ୍ସ୍ୟ ଦିବସ ଉତ୍ସବକୁ ଉଦଘାଟନ କରିବା ସହ ବାୟୋଫ୍ଲକ୍ ମତ୍ସ୍ୟ ଚାଷ ଉପରେ ଗୁରୁତ୍ୱ ଦେବା ସହ ମହିଳା ସ୍ୱୟଂ ସହାୟିକା ମାନେ କିଭଳି ମାଛ ଚାଷ କରୁଛନ୍ତି ତାହା ଉପରେ ବକ୍ତବ୍ୟ ରଖିଥିଲେ। ସାରା ରାଜ୍ୟରେ ମତ୍ସ୍ୟ ଚାଷ କ୍ଷେତ୍ରରେ ଓଡ଼ିଶା ଏବେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ମତ୍ସ୍ୟ ଚାଷ ଦ୍ୱାରା ବହୁ ଲୋକ ସ୍ୱାବଲମ୍ବୀ ହୋଇଛନ୍ତି । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ଉପସ୍ଥିତ…
Read Moreଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ଭର୍ଚୁଆଲ୍ କବିତା ଆସର ଉଦଯାପିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଦୀର୍ଘ ସାତମାସ ଧରି ନୟାଗଡ଼ ଜିଲ୍ଲାର ପ୍ରତି ବ୍ଲକର କବି କବୟିତ୍ରୀମାନଙ୍କୁ ନେଇ ଓଡ଼ଗାଁର ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ଵତ ସଂସଦ କରିଆସୁଥିବା ଭର୍ଚୁଆଲ୍ କବିତା ଆସର ଆଜି ଉଦଯାପିତ ହୋଇଯାଇଛି। ଚଳିତ କବିତା ଆସରଟି ଶିଶୁ କବିତା ଆସର ନାମରେ ନୟାଗଡ଼ ବ୍ଲକର କବି କବୟିତ୍ରୀମାନଙ୍କୁ ନେଇ କରାଯାଇଥିଲା। ଉକ୍ତ ଆସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଶାର ପ୍ରଖ୍ୟାତ ଶିଶୁସାହିତ୍ୟିକ ଦାଶ୍ ବେନହୁର ମୁଖ୍ୟଅତିଥି ରୂପେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ରୂପେ ନୟାଗଡ଼ର ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ବିଶିଷ୍ଟ ଶିଶୁସାହିତ୍ୟିକା ବସିରନ୍ ବିବି ଉପସ୍ଥିତ ଥିଲେ। ପ୍ରାୟ ତିନିଘଣ୍ଟା ଧରି ଚାଲୁ ରହିଥିବା ଏହି କବିତା ଆସରକୁ ଅନୁଷ୍ଠାନର ସଭାପତି ପଞ୍ଚାନନ ପଣ୍ଡା ପରିଚାଳନା କରିବା ସହ କବିତାଗୁଡିକୁ ସମ୍ପାଦକ ଭାବଗ୍ରାହୀ ମହାପାତ୍ର…
Read Moreଗୋଟିଏ ଗୋଟିଏ ସ୍ଥାନରେ ଗାଦି ମାଡି ବସିଛନ୍ତି ସରକାରୀ ବାବୁ, କଂଗ୍ରେସର ଅଭିଯୋଗ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାରେ ବିଭିନ୍ନ ବିଭାଗରେ ସରକାରୀ କର୍ମଚାରୀ ମାନେ ଗୋଟିଏଗୋଟିଏ ସ୍ଥାନ-ପଦବୀରେ ତିନି ବର୍ଷରୁ ଉର୍ଦ୍ଧ୍ୱ ଧରି ଚୌକି ମାଡିବସି ବହୁ ଦୁର୍ନୀତି ଅନିୟମିତତା କାର୍ଯ୍ୟରେ ଲିପ୍ତରହି ବାର୍ଷିକ ସମ୍ପତ୍ତି ତାଲିକା ଦେଉ ନାହାଁନ୍ତି। ସରକାରୀ ଚାକିରୀ ସର୍ତ୍ତାବଳୀ ଅନୁସାରେ ପ୍ରତ୍ୟେକ ତିନିବର୍ଷରେ ସରକାରୀ କର୍ମଚାରୀଙ୍କ ବଦଳି ନିୟମ କାର୍ଯ୍ୟକାରୀ ହେବା ବାଧ୍ୟତାମୂଳକ। ମୋ ସରକାର 5T ବିଭାଗ ବିଜ୍ଞପ୍ତି ଅନୁସାରେ କୌଣସି ବ୍ଲକରେ ସହକାରୀ ଯନ୍ତ୍ରୀ, କନିଷ୍ଟ ଯନ୍ତ୍ରୀ, ଜିପିଟିଏ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ ମାନେ ସର୍ବାଧିକ ପାଞ୍ଚବର୍ଷ ରହିପାରିବେ କିନ୍ତୁ ନୟାଗଡ ଜିଲ୍ଲାରେ ଏହି ନିର୍ଦ୍ଦେଶନାମା ସମ୍ପୂର୍ଣ୍ଣ ଓଲଟା କାର୍ଯ୍ୟ କରୁଛି ଏ ସମ୍ପର୍କରେ କେନ୍ଦ୍ରାଞ୍ଚଳ ରାଜସ୍ବ ଅଯୁକ୍ତ ନୟାଗଡ ଜିଲ୍ଲାପାଳଙ୍କୁ ବାରମ୍ବାର ଚିଠି ମଧ୍ୟ ଲେଖୁଛନ୍ତି। କିନ୍ତୁ ରାଜନୈତିକ ଚାପରେ ଜିଲ୍ଲା କାର୍ଯ୍ୟାଳୟ, ରାଜସ୍ବ, ଶିକ୍ଷା, ପଞ୍ଚାୟତିରାଜ, କୃଷି,…
Read Moreକଟାକ୍ଷ କିଶୋରଙ୍କୁ ମରଣତ୍ତୋର ପଦ୍ମଶ୍ରୀ ଉପାଧି ଦିଆଯାଉ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଠ କାର୍ଟୁନିଷ୍ଟ ତଥା ବ୍ୟଙ୍ଗକାର କିଶୋର ରଥଙ୍କ ସ୍ମୃତି ଉଦେଶ୍ୟରେ ନୟାଗଡ଼ ତ୍ରିନାଥ ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଏକ ସାର୍ବଜନୀନ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ କାର୍ଟୁନିଷ୍ଟ କିଶୋର ରଥଙ୍କ ଉଦେଶ୍ୟରେ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ସ୍ମୃତି ସଭାରେ ବିଶିଷ୍ଟ ସମାଜସେବି ଦାମୋଦର ସାହୁ, ବିଶିଷ୍ଠ କଥାକାର ତଥା ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର, ନୟାଗଡ଼ର ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ, ବିଜେପି ନେତା ସନ୍ତୋଷ ପ୍ରଧାନ, ସାହିତ୍ୟିକ ଚନ୍ଦ୍ରବିଜୟୀ ମିଶ୍ର, ସାମ୍ବାଦିକ ରାମକୃଷ୍ଣ ରଥ, ଯୁବ ସମାଜସେବୀ ଆଶୁତୋଷ ଦାସ, ସେବା ଉତ୍ସବ…
Read Moreପବିତ୍ର ରାସପୂର୍ଣ୍ଣିମାରେ “ଜ୍ଞାନଘର” ଲୋକାର୍ପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ରାସପୂର୍ଣ୍ଣିମା ଅବସରରେ ନୟାଗଡ଼ ସହର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ଅତିଥିଙ୍କ ଦ୍ଵାରା ପୁସ୍ତକ “ଜ୍ଞାନଘର” ଲୋକାର୍ପିତ ହୋଇଯାଇଛି। ଓଡ଼ଗାଁ ବ୍ଳକ ରୋହିବାଙ୍କ ଗ୍ରାମର ଶିକ୍ଷକ ଦମ୍ପତି ରାଧାଗୋବିନ୍ଦ ନାୟକ ଓ ଦମୟନ୍ତୀ ପାତ୍ରଙ୍କ ଦ୍ୱାରା ମହାପୁରୁଷଙ୍କ ମହତବାଣୀ ଉପରେ ଆଧାରିତ ୧୪୫ପୃଷ୍ଠା ସମ୍ବଳିତ ଜ୍ଞାନ ଗର୍ଭକ ପୁସ୍ତକ “ଜ୍ଞାନଘର”ଟି ଛାତ୍ରଛାତ୍ରୀ, ଅଭିଭାବକଙ୍କ ମହଲରେ ନିଶ୍ଚୟ ଆଦୃତି ଲାଭ କରିବ। ଏହି ସାରସ୍ୱତ କାର୍ଯ୍ୟକ୍ରମରେ “ଦର୍ପଣ ପବ୍ଲିକେଶନ” ତଥା “ନୟାଗଡ଼ ଦର୍ପଣ”ର ମୁଖ୍ୟ ଗୀତିକଳ୍ପ ହରିଶ ପ୍ରଧାନ ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଦାମୋଦର ସାହୁ, ନାଟ୍ୟକାର ବିଶ୍ଵନାଥ ମହାପାତ୍ର, ସିଆରସିସି ଲଳିତ ମୋହନ ମିଶ୍ର, କବି ଗୋଦାବରୀଶ ମିଶ୍ର, ଉମେଶ…
Read Moreଖଣିଜ ସମ୍ପଦ ଲୁଟି ଚାଲିଛନ୍ତି ଖଣି ମାଫିଆ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡଗାଁ ତହସିଲ ଅନ୍ତର୍ଗତ ପୁଆଁଣିଆ ଟାଙ୍ଗରା ପାହାଡ଼ ଲିଜଧାରୀ ଅଦ୍ୟାବଧି ନିର୍ଦ୍ଧାରିତ ଲିଜଠାରୁ ପ୍ରାୟ ୧୦୦ଗୁଣା ପଥର ଦୁଇଲକ୍ଷ ଘନ ମିଟର ଉତ୍ତୋଳନ କରି ସାରିଥିବା ବେସରକାରୀ ଭାବେ ଆକଳନ କରାଯାଇଛି l ଲିଜଧାରୀ ସନ୍ତୋଷ କୁମାର ପାତ୍ରଙ୍କୁ ଟାଙ୍ଗରା ପାହାଡ଼ରୁ ବାର୍ଷିକ ୧୯୮୦ କ୍ୟୁବିକ (ଘନ) ମିଟର କଳାମୁଗୁନି ପଥର ଉତ୍ତୋଳନ ପାଇଁ ଓଡଗାଁ ତହସିଲଦାର ୨୦୧୮ ମସିହାରୁ ପାଞ୍ଚବର୍ଷିଆ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲିଜ ଦିଆଯାଇଥିଲା l କିନ୍ତୁ ଲିଜଧାରୀ ବର୍ଷକୁ ୧୯୮୦ କ୍ୟୁବିକ ମିଟର ପଥର ଉତ୍ତୋଳନ କରିବା ପରିବର୍ତ୍ତେ ପ୍ରତ୍ୟେକ ମାସରେ ପ୍ରାୟ ୫୦୦୦ କ୍ୟୁବିକ ମିଟର ପଥର ଉତ୍ତୋଳନ କରି ଚାଲିଛନ୍ତି l ନିର୍ଦ୍ଧାରିତ ଲିଜ ଠାରୁ ଅଦ୍ୟାବଧି ପ୍ରାୟ ୧୦୦ ଗୁଣା ଖଣି ଉତ୍ତୋଳନ କରାଯାଇ ପୁଆଁଣିଆ ମୌଜାରୁ ପ୍ରାକୃତିକ ସମ୍ପଦ ଦିନଦାହାଡ଼େ ଲୁଟ…
Read Moreନୟାଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୮ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ନୟାଗଡ଼/ଓଡ଼ଗାଁ,(ନୟାଗଡ଼ ଦର୍ପଣ): 5T ଉପକ୍ରମରେ ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତରିତ ପର୍ବ । ରୂପାନ୍ତରଣ କାର୍ଯ୍ୟକ୍ରମରେ ଆଜି ନୂଆପଡା, ଗଞ୍ଜାମ, ସମ୍ଵଲପୁର, ରାୟଗଡ଼ା ଓ ନୟାଗଡ଼ ଜିଲ୍ଲାର ୧୩୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଲୋକାର୍ପିତ ହୋଇଥିବା ୧୩୦ଟି ସ୍କୁଲ ମଧ୍ୟରୁ ନୂଆପଡାର ୭ଟି, ଗଞ୍ଜାମର ୮୩ଟି, ସମ୍ବଲପୁରର ୨୫ଟି, ନୟାଗଡ଼ର ୮ଟି ଓ ରାୟଗଡ଼ାର ୭ଟି ସ୍କୁଲ ରହିଛି । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜିର ଦିନଟି ସ୍ୱତନ୍ତ୍ର । 5T ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମରେ ୧୦୭୫ଟି ସ୍କୁଲର ରୂପାନ୍ତରଣ ହେବ। ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ସ୍କୁଲ ରୂପାନ୍ତରଣ 5T କାର୍ଯ୍ୟକ୍ରମର ସବୁଠୁ ବଡ଼ ଉଦାହରଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସ୍କୁଲରେ…
Read Moreଜିଲ୍ଲାରେ ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରକୁ ଲଗାମ ନାହିଁ, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବର୍ତ୍ତମାନ ଯୁଗରେ କମ୍ପ୍ୟୁଟର ବିନା କାର୍ଯ୍ୟ କରିବା ଅସମ୍ଭବ ହୋଇପଡିଛି। ବୈଷୟିକ ଶିକ୍ଷା ପ୍ରତି ଯୁବତୀ ଯୁବକଙ୍କ ମଧ୍ୟରେ ଏବେ ଆକର୍ଷଣ ବଢୁଥିବା ବେଳେ ଯୁବପିଢ଼ିଙ୍କ ପାଇଁ ଏହି କମ୍ପ୍ୟୁଟର ଶିକ୍ଷାର ଆବଶ୍ୟକତା ରହିଛି। ଏହାର ସୁଯୋଗ ନେଇଛନ୍ତି କିଛି ଜାଲି ଅନୁଷ୍ଠାନ। ଏହି ସଂସ୍ଥା ବିଭିନ୍ନ ସ୍ଥାନରେ ତାଲିମ କେନ୍ଦ୍ର ଖୋଲି ଜାଲ ସାର୍ଟିଫିକେଟ ବାଣ୍ଟୁଛନ୍ତି। ଫଳରେ ଛାତ୍ରୀଛାତ୍ରମାନେ ଠକାମିର ଶିକାର ହେଉଛନ୍ତି। ଚାକିରି ପାଇଁ ଏହି ସାର୍ଟିଫିକେଟକୁ ଦେଖାଇଲେ ତାହା ଜାଲ ବୋଲି କୁହାଯାଉଛି। ଏହି ଠକ ସଂସ୍ଥା ଠାରୁ ଦୂରେଇ ରହିବାକୁ ଆଜି ଓଡ଼ଗାଁ ଓରିକମ୍ କମ୍ପ୍ୟୁଟର ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ଆଜିର ଏହି ସମ୍ମିଳନୀରେ ନୟାଗଡ଼ ଜିଲ୍ଲା ସଂଘର ସଭାପତି ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ତେବେ…
Read Moreମହାମାରୀ କରୋନା ପାଇଁ ବନ୍ଦ ଥିଲା ବିଦ୍ୟାଳୟ, ଦୀର୍ଘ ଦେଢ଼ ବର୍ଷ ପରେ ଖୋଲିଲା ୬ଷ୍ଠ, ୭ମ ଶ୍ରେଣୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୀର୍ଘ ଦେଢ଼ ବର୍ଷ ପରେ ୬ଷ୍ଠ ଓ ୭ମ ଶ୍ରେଣୀ ଖୋଲିଥିବା ବେଳେ ପ୍ରବଳ ଉତ୍ସାହ ଏବଂ ଉଦ୍ଦୀପନା ମଧ୍ୟରେ ଆଜି ବହୁ ସଂଖ୍ୟାରେ ପିଲାମାନେ ବିଦ୍ୟାଳୟକୁ ଆସିଥିଲେ । କରୋନା କଟକଣା ଯୋଗୁଁ ଦୀର୍ଘ ଦେଢ଼ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ଗତ ଚାରି ମାସତଳୁ ନବମ ଏବଂ ଦଶମ ଏବଂ ଏକ ମାସ ତଳୁ ଅଷ୍ଟମ ଶ୍ରେଣୀ ଖୋଲି ଶିକ୍ଷାଦାନ କାର୍ଯ୍ୟ ଚାଲୁ ରହିଛି । ଦୀର୍ଘ ଦେଢ଼ବର୍ଷରୁ ଅଧିକ ଦିନଧରି ଘରେ ବସି ରହିଥିବା ଏହି ପିଲାମାନେ ପ୍ରବଳ ଉତ୍ସାହର ସହିତ ଆଜି ବିଦ୍ୟାଳୟ ଆସିଥିଲେ । ସକାଳ ସାଢ଼େ ୯ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଏହି କ୍ଲାସର ପିଲାମାନଙ୍କ ପାଠ ପଢ଼ା କାର୍ଯ୍ୟ ଚାଲିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ…
Read More