ନୟାଗଡ଼,(ନୟାଗଡ଼ ଦର୍ପଣ): ମାନବ ସେବା ହେଉଛି ମାଧବ ସେବା। ଅସହାୟ ବୃଦ୍ଧବୃଦ୍ଧା ମାନଙ୍କର ସେବା କରି ସ୍ବର୍ଗୀୟ ଆନନ୍ଦ ମିଳୁଛି ବୋଲି କହିଛନ୍ତି ଭୂମିକା ଚକ୍ଷୁ ହସ୍ପିଟାଲର କର୍ମକର୍ତ୍ତା ମାନେ। ଆଜି ଅପରାହ୍ନ ୦୧ ଘଣ୍ଟା ସମୟରେ ଭୂମିକା ଚକ୍ଷୁ ହସ୍ପିଟାଲ ତରଫରୁ ଡିଆରଡିଏ ରୋଡ଼ ସ୍ଥିତ ସମର୍ପଣ (ବୃଦ୍ଧାଶ୍ରମ)ରେ ସମସ୍ତ ଅନ୍ତେବାସୀ ମାନଙ୍କର ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କରାଯାଇଛି। ୫ଜଣ ଅନ୍ତେବାସୀଙ୍କର ମୋତିଆବିନ୍ଦୁ ଅପରେସନ୍ କରାଯିବା ପାଇଁ ହସ୍ପିଟାଲ ତରଫରୁ ବ୍ଯବସ୍ଥା କରାଯାଇଛି। ଅନୁଷ୍ଠିତ ଏହି ଚକ୍ଷୁ ଚିକିତ୍ସା ଶିବିରକୁ ଭୂମିକା ଚକ୍ଷୁ ହସ୍ପିଟାଲର ମୁଖ୍ୟ ଡା. ସମିମା ଖାତୁନ୍, ରଶ୍ମିତା ବଳ, ଧରିତ୍ରୀ ପ୍ରଧାନ, ହିମାଂଶୁ କୁମାର ବିଧାର, ଦୁର୍ଗାମାଧବ ସ୍ବାଇଁ ପରିଚାଳନା କରିଥିବା ବେଳେ ସମର୍ପଣ ପରିଚାଳନା କମିଟିର ସଂପାଦକ ଅରୁଣ କୁମାର ମହାନ୍ତି ଓ ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ ଉପସ୍ଥିତ ଥିଲେ। ଏହି ଭଳି ପବିତ୍ର ସେବା କାର୍ଯ୍ୟକ୍ରମ ପାଇଁ ଭୂମିକା ଚକ୍ଷୁ ହସ୍ପିଟାଲକୁ ‘ସମର୍ପଣ’ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

