ଗୋତିସାହିରେ ବିଜେଡିର ମିଶ୍ରଣ ପର୍ବ ଓ ଉଦଘାଟନୀ ଉତ୍ସବ

ଡିମିସର, ବ୍ରଜରାଜପୁର, ହରିହରପୁର ଏବଂ ଗମ୍ଭାରଡ଼ିହିର ବହୁ ବିରୋଧୀ ନେତା ବିଜେଡିର ସାମିଲ

ଶରଣକୁଳ/ନୟାଗଡ଼,(ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶରଣକୂଳ ଏବଂ ଗୋଡିପଡା ଜୋନରେ ବିଜେଡିର ମିଶ୍ରଣ ପର୍ବ ସହିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରାଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଡ଼ଃ. ଅରୁଣ କୁମାର ସାହୁ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ପୁରୀ ସାଂସଦ ପିନାକୀ ମିଶ୍ର, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ଜନତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶରଣକୁଳ ବଜାର ମଧ୍ୟରେ ଏକ ପାନୀୟ ଜଳ ପ୍ରକଳ୍ପ, ସୋଲପଟାରେ ମିଶନ ଶକ୍ତି ଗୃହ, ଶରଣକୁଳ ଏବଂ ଗୋତିସାହିଠାରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, କ୍ରାନ୍ତିକାରୀ କ୍ଲବର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅତିଥିମାନଙ୍କ ଦ୍ଵାରା ହୋଇଥିଲା। ଉଦ୍ଘାଟନୀ ଉତ୍ସବରେ ତହସିଲଦାର ବିଜୟିତା ସାମନ୍ତସିଂହାର, କୋମଣ୍ଡ ରାଜସ୍ୱ ନିରୀକ୍ଷକ ସୁଧୀର କୁମାର ପରିଡା, ଗୋତିସାହି ରାଜସ୍ୱ ନିରୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଗୋତିସାହି ଖେଳ ପଡ଼ିଆଠାରେ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା । ବିକ୍ରମ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଜେଡି ନେତା ଦିପ୍ତି ରଞ୍ଜନ ପରିଡ଼ା ସ୍ୱାଗତ ଭାଷଣ ଦେଇଥିଲେ । ଯୁବକମାନେ ରାଜନିତୀକୁ ଆସି ନବୀନ ବାବୁଙ୍କ ହାତ ମୁଠାକୁ ମଜବୁତ୍ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଡ.ସାହୁ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ବିଭିନ୍ନ ପଞ୍ଚାୟତର ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଥିଲେ । ଉକ୍ତ ଉତ୍ସବରେ ଜିଲ୍ଲା ବିଜେଡି ମହିଳା ସଭାପତି ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷା ମମତା ବେହେରା, ବିଜେଡ଼ି ନେତା ଦେବାଶିଷ ପଟ୍ଟନାୟକ, ରଣପୁର ବିଜୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ନର୍ମଦା ରାୟ, ସୁଶାନ୍ତ କୁମାର ଜେନା, ମହିଳା ନେତ୍ରୀ ସଂଯୁକ୍ତା ପଡିହାରି, ଲିଙ୍କନ ସୁବୁଦ୍ଧି, ପାଣ୍ଡବ ସେଠି, ପ୍ରଭାତ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ ।

Related posts