ନୂଆଗାଁ,(ନୟାଗଡ଼ ଦର୍ପଣ): ବେଆଇନ ଦେଶୀ ମଦ କାରବାର ଅଭିଯୋଗରେ ନୂଆଗାଁ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ନୂଆଗାଁ ବ୍ଲକ ଅନ୍ତର୍ଗତ ଜୟପୁର ଗ୍ରାମର ପ୍ରସନ୍ନ ସେଠୀ ବୋଲି ଜଣାପଡ଼ିଛି । ପ୍ରସନ୍ନ ଚୋରା ଦେଶୀ ମଦ ଧରି ଯାଉଥିବା ସମୟରେ ପୋଲିସ ତାଙ୍କୁ କାବୁ କରିଥିଲା । ତାଙ୍କ ନିକଟରୁ ଦେଶୀମଦ ସହ ଏକ ନମ୍ବର ବିହୀନ ମଟୋର ସାଇକେଲ ଜବତ କରିଛି ନୂଆଗାଁ ପୁଲିସ । ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ ଯେ, ନୂଆଗାଁ ଥାନା ଅଧିକାରୀ ବସନ୍ତ କୁମାର ସାହୁ ୫୭ନଂ ଜାତୀୟ ରାଜପଥ ସହ ଥାନା ଅଞ୍ଚଳରେ ଲଗାତାର ପାଟ୍ରୋଲିଂ କରୁଛନ୍ତି। ଫଳରେ ଗତ କିଛି ଦିନ ମଧ୍ୟରେ ବହୁ ଅସାମାଜିକ ବ୍ୟକ୍ତିଙ୍କ ସମେତ କେତେକ ଚୋରା ଗଞ୍ଜେଇ ଓ ମଦ ବେପାରୀ ପୋଲିସ ହାବୁଡ଼ରେ ପଡ଼ି ଗିରଫ ହୋଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶ୍ରୀଯୁକ୍ତ ସାହୁ। ଥାନା ଅଧିକାରୀଙ୍କ ଏପରି କାର୍ଯ୍ୟକୁ ନେଇ ସ୍ଥାନୀୟ ଜନସାଧାରଣ ଭୁୟସୀ ପ୍ରଶଂସା କରିଛନ୍ତି।
ପୁଣି ଦେଶୀ ମଦ ଜବତ, ଜଣେ ଗିରଫ
