ଆଇଆରଏଡି ଆପ୍‌କୁ ଉନ୍ମୋଚନ କଲେ ନୟାଗଡ଼ ଏସ୍ପି ସିଦ୍ଧାର୍ଥ କଟାରିଆ

ନୟାଗଡ଼,(ନୟାଗଡ ଦର୍ପଣ): ରାଜ୍ୟ ପରିବହନ ବିଭାଗ କର୍ତ୍ତୁପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଇଣ୍ଟିଗ୍ରେଟେଡ ରୋଡ ଆକ୍ସିଡେଣ୍ଟ ଡାଟାବେସ ପ୍ରସ୍ତୁତ କରାଯାଇ ଓଡିଶାର ୧୦ଟି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନଙ୍କୁ ନେଇ ଏହି ଆପକୁ ଉନ୍ମୋଚନ କରାଯାଇଛି । ଏହି କ୍ରମରେ ଆଜି ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ଏହି ଆପକୁ ଉନ୍ମୋଚନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଆଡିସନାଲ ଏସପି ଉମାକାନ୍ତ ମଲ୍ଲିକ, ଡିଏସପି କିରଣ ହେମ୍ବ୍ରମ, ନୟାଗଡ଼ ଥାନା ଆଇଆଇସି ପ୍ରଜ୍ଞାପରମିତା ଜେନା, ଡିଆରଏମ ଦୀପକ ସୁତାର, ଏନଆଇସିର ମଞ୍ଜୁଶ୍ରୀ ମିଶ୍ର, ସବ- ଇନିସପେକ୍ଟର ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଆପ୍ ଜରିଆରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ । ପୁଲିସ, ପରିବହନ କର୍ତ୍ତୃପକ୍ଷ, ସ୍ୱାସ୍ଥ୍ୟ, ଜାତୀୟ ରାଜପଥ ଓ ଏନଆଇସି ପ୍ରମୁଖଙ୍କ ଉପସ୍ଥିତିରେ ଦୁର୍ଘଟଣାର କାରଣ ଖୋଜାଯିବ । ଦୁର୍ଘଟଣାର ପ୍ରକୃତ ଡାଟାବେସ ଅନଲାଇନ ମାଧ୍ୟମରେ କରାଯିବ । ଏହି ଆପ ଦ୍ୱାରା କେଉଁ କାରଣରୁ ଦୁର୍ଘଟଣା ହେଉଛି ସ୍ପଷ୍ଟ ଭାବେ ଜଣାପଡିବ ।

Related posts