ନୟାଗଡ଼,(ନୟାଗଡ ଦର୍ପଣ): ନୂଆଗାଁ ପୁଲିସ ଦ୍ୱାରା ଜଣେ ମହିଳା ଠକ ଗିରଫ । ଠକ ମହିଳା ଜଣକ ମହିପୁର ଅଞ୍ଚଳରୁ କିଛି ସ୍ୱୟଂ ସହାୟକ ଗୃପରୁ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ସୁଚନାନୁସାରେ ବରଗଡ଼ ଜିଲ୍ଲା ଟୁରା ଭଣ୍ଡାରି ସାହି ଗ୍ରାମର ଲକ୍ଷ୍ମଣ ବାରିକଙ୍କ ସ୍ତ୍ରୀ ଯଶୋବନ୍ତି ବାରିକ ନୂଆଗାଁ ଥାନା ମହିପୁର ମନ୍ଦିର ସାହିରେ ରହୁଥିଲେ । ଏହି ସମୟରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରୁ ଟଙ୍କା ନେଇ ଆଉ ଫେରାଇ ନଥିଲେ । ତାପରେ ଯଶୋବନ୍ତୀଙ୍କ ନାମରେ ନୂଆଗାଁ ଥାନାରେ ମାମଲା ରୁଜୁ ହୋଇଥିଲା। ତାଙ୍କ ନାମରେ ମାମଲା ରୁଜୁ ହୋଇଥିବାବେଳେ ସେ ଫେରାର ହୋଇଯାଇଥିଲେ। କିନ୍ତୁ ମହିଳା ଜଣକ ବାଣିଗୋଛା ଥାନା ଅଞ୍ଚଳରେ ଲୁଚି ରହିଥିବା ନୂଆଗାଁ ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ନୂଆଗାଁ ଥାନା ଅଧିକାରୀ ବସନ୍ତ ସାହୁଙ୍କ ନିର୍ଦେଶକ୍ରମେ ବାଣିଗୋଛା ଅଞ୍ଚଳରେ ଚଢ଼ଉ କରି ମହିଳାକୁ ଗିରଫ କରାଯାଇଥିବା ଶ୍ରୀଯୁକ୍ତ ସାହୁ ସୂଚନା ଦେଇଛନ୍ତି।
ନୂଆଗାଁ ପୁଲିସ ଦ୍ଵାରା ଠକ ମହିଳା ଗିରଫ
