ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ କୁରାଳ ସ୍ଥିତ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଇଉନିଟ୍ ପକ୍ଷରୁ ବିଶ୍ବର ସର୍ବ ବୃହତ ଲିଖତ ସମ୍ବିଧାନକୁ ସମ୍ମାନ ଜଣାଇ ସମ୍ବିଧାନ ଦିବସ ପାଳନ କରାଯାଇଛି। ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରିଣୀ ସୁଷମା ମଞ୍ଜରୀ ପାଣିଗ୍ରାହୀଙ୍କ ଆବାହନରେ ଭାରତ ସମ୍ବିଧାନର ସମ୍ମାନ ଉଦ୍ଦେଶ୍ୟରେ ଏକ ନଗର ପରିକ୍ରମା ଶୋଭାଯାତ୍ରା ଇଉନିଟ୍ର ସ୍ୱେଚ୍ଛାସେବୀ ତଥା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବଗ୍ରାହୀ କରଙ୍କ ସଭାପତିତ୍ଵରେ, ଡ଼. ବାବା ସାହେବ ଭୀମରାଓ ଆମ୍ବେଦକର ତଥା ସମ୍ବିଧାନ ପ୍ରଣୟନ କମିଟିର ସଦସ୍ୟ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥା, କହ୍ନେୟାଲାୟ ମାଣିକ ଲାଲ ମୁନସୀ, ଆହ୍ଲାଦୀ କୃଷ୍ଣସ୍ଵାମୀ ଆୟାର, ଏନ୍ ଗୋପାଳ ସ୍ଵାମୀ ଆୟାଙ୍ଗୀର, ବି.ଏଲମିଟର, ମହମଦ ସାକୁଲା, ପ୍ରମୁଖଙ୍କ ଉଦେଶ୍ୟର ସ୍ମୃତିଋରଣ ସଭା ଅନୁଷ୍ଠିତ ହୋଇଥିଲା । ପରିଶେଷରେ ସ୍ଵେଚ୍ଛାସେବୀମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ପରିଶେଷରେ ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିବା ସହ ସଭାସାଙ୍ଗ କରିଥିଲେ।
ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ
