ଖୋର୍ଦ୍ଧା ଯୁବକ ତାପସ ନୟାଗଡ଼ରେ ନିଖୋଜ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଖୋର୍ଦ୍ଧା ଜିଲ୍ଲା ଜୟମଙ୍ଗଳ ଗ୍ରାମର ତାପସ କୁମାର ନାୟକ ଗତକାଲି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଥିବା ସମ୍ପର୍କୀୟ ଆଇଙ୍କୁ ଭେଟିବା ପାଇଁ ନୟାଗଡ଼ ଆସିଥିଲେ । ନୟାଗଡ଼ ଡାକ୍ତରଖାନାରୁ କିଛି ସମ୍ପର୍କିୟଙ୍କୁ ନେଇ ବାହାଡ଼ଝୋଲା ନିକଟବର୍ତ୍ତୀ ଘଡ଼େଇ ବନ୍ଧ ଗ୍ରାମରେ ଛାଡ଼ିବାକୁ ଯାଇଥିଲେ । ସେଠାରୁ ରାତି ୮.୩୦ରୁ ଖୋର୍ଦ୍ଧା ଅଭିମୁଖେ ବାହାରିଥିବା ବେଳେ ଆଜି ସଂନ୍ଧ୍ୟା ସୁଦ୍ଧା ପହଞ୍ଚିନଥିବା ତାପସଙ୍କ ପତ୍ନୀ ତୁଳସୀ ସାମଲ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏକ ଗ୍ଲାମର ମୋଟର ସାଇକେଲ ଯୋଗେ ସେ ଫେରୁଥିବା ସମୟରେ କିଛି ଅଘଟଣା ଘଟିଥିବା ନେଇ ପରିବାର ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି । ତାପସ ବଲାଙ୍ଗୀର ଜିଲ୍ଲା ସଇଁତଳା ଗୋଳାବାରୁଦ କାରଖାନାରେ କାମ କରୁଥିବା ବେଳେ ସେ ଜୟମଙ୍ଗଳ ଗ୍ରାମ ନିକଟରେ ଏକ ବ୍ୟବସାୟ ପ୍ରତିଷ୍ଠାନ ଖୋଲିଥିବା ମଧ୍ୟ ସଂମ୍ପର୍କୀୟଙ୍କ ନିକଟରୁ ସୂଚନା ମିଳିଛି । ତାପସ ହଠାତ୍ ନିଖୋଜ ହୋଇଯିବା ଘଟଣା ଆଶ୍ଚର୍ଯ୍ୟ ଜନକ ହୋଇଥିବା ବେଳେ ଓଡ଼ଗାଁ ପୁଲିସ ଅଭିଯୋଗ ଆଧାରରେ ଏକ ନିଖୋଜ ମାମଲା ରୁଜୁ କରି ବିଭିନ୍ନ ଥାନାକୁ ସୂଚନା ଦେବା ସହ ତଦନ୍ତ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଇଥିବା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ସୂଚନା ଦେଇଛନ୍ତି ।

ଓଡ଼ଗାଁ ଥାନାରେ ଦ୍ୱାରସ୍ଥ ହେଲେ ସ୍ତ୍ରୀ ଓ ପରିବାର

Related posts