ନୟାଗଡ଼,(ନୟାଗଡ଼ ଦର୍ପଣ): ଦିଲ୍ଲୀ କୃଷକ ଆନ୍ଦୋଳନର ଏକ ବର୍ଷ ପୂର୍ତ୍ତି ଅବସରରେ ଛଅ ଦଫା ଦାବି ନେଇ ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ଏକ ଗଣଧାରଣା ଦିଆ ଯାଇଥିଲା। ନୟାଗଡ଼ ଜିଲ୍ଲାର ବରିଷ୍ଠ ବାମପନ୍ଥୀ ନେତା ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଧାରଣାରେ ଦଳର ଅନ୍ୟତମ ନେତା ଗୋଲକ ବିହାରୀ ମୁଦୁଲି, କୃଷ୍ଣଚନ୍ଦ୍ର ମହାପାତ୍ର, ପବିତ୍ର ଇନ୍ଦ୍ରଜିତ, ଏସ.ଏ.କରିମ, ଜୋତିପ୍ରଭା ଜେନା, ଭୋଗେଇ ଦାଶ, ସୁକାନ୍ତ ସାହୁ, ବୁଦ୍ଧି ନାୟକ, କାଳୁଚରଣ ସ୍ୱାଇଁ, ସହଦେବ ଡାକୁଆ ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ତିନି କଳା କୃଷି ଆଇନ ପ୍ରତ୍ୟାହାର ଘୋଷଣାକୁ ସଂସଦରେ ତୁରନ୍ତ ପାରିତ କରିବା, ଶ୍ରମିକ ବିରୋଧୀ ଶ୍ରମ କୋଡ ବାତିଲ କରିବା, ସ୍ୱାମୀନାଥନ କମିସନ ସୁପାରିଶ ମୁତାବକ କୃଷି ଉତ୍ପାଦନର ମୂଲ୍ୟ ବୃଦ୍ଧିକୁ ଆଇନ ଭାବେ ବ୍ୟବସ୍ଥିତ କରିବା, ଲକ୍ଷ୍ମୀପୁରରେ ଗଣହତ୍ୟାର ନିରପେକ୍ଷ ତଦନ୍ତ ପାଇଁ ଅପରାଧୀର ପିତା ମନ୍ତ୍ରୀ ଅଜୟ ମିଶ୍ରଙ୍କୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ବରଖାସ୍ତ କରିବା, ଆନ୍ଦୋଳନ ସହୀଦ ପରିବାରଙ୍କୁ ପର୍ଯ୍ୟାପ୍ତ ସହାୟତ ଯୋଗାଇଦେବା ଓ ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଫସଲ ପାଇଁ ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେବା ଦାବି ନେଇ ନୟାଗଡ଼ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ସଂଯୁକ୍ତ କିଷାନ ମୋର୍ଚ୍ଚାର ପ୍ରତିନିଧିମାନେ ପ୍ରଦାନ କରିଥିଲେ ।
ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଗଣଧାରଣା
