ଆରମ୍ଭ ହେଲା ନୟାଗଡ଼ରେ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

ପ୍ରଥମ ଦିନର ନାଟକ ‘କୁଆଁ କୁଆଁ’ ଦର୍ଶକଙ୍କ ମନ ମୋହିଲା ନୟାଗଡ଼,(ନୟାଗଡ଼ ଦର୍ପଣ): ‘କୁଆଁ କୁଆଁ’ ରୁ ଆରମ୍ଭ ହେଲା ନାଟ୍ୟଧାରାର ତୃତୀୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ। ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଦୀର୍ଘ ୮ଦିନ ଧରି ହେବାକୁ ଥିବା ଏହି ନାଟକ ମହୋତ୍ସବର ପ୍ରଥମ ଦିବସରେ ନାଟ୍ୟଚେତନା ନାଟ୍ୟ ଅନୁଷ୍ଠାନ,ଖୋର୍ଦ୍ଧା ପକ୍ଷରୁ ପରିବେଷିତ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ନାଟ୍ୟନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକଙ୍କ ରଚିତ ଏବଂ ନିର୍ଦ୍ଦେଶିତ ନାଟକ କୁଆଁ କୁଆଁ ମଞ୍ଚସ୍ଥ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ନାଟ୍ୟନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ଯୋଗଦାନ କରି ନାଟକ ଉତ୍ସବକୁ ଉଦଘାଟନ କରିଥିବା ବେଳେ ଜିଲ୍ଲାର ଅଗ୍ରଣୀ ନାଟ୍ୟନୁଷ୍ଠାନ ‘ନାଟ୍ୟାଧାରା’ର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନାଟ୍ୟଧାରା ନିର୍ଦ୍ଦେଶକ ନାଟ୍ୟଭୂଷଣ ଡ଼ଃ ବିଜୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ନାଟ୍ୟ ମହୋତ୍ସବର…

Read More

ନୟାଗଡ ଜିଲ୍ଲା଼ରେ ଅନ୍ତିମ ଦିନର ଭୋଟ ଗଣତି

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ଅନ୍ତିମ ଦିବସରେ ବିଭିନ୍ନ ବ୍ଲକରେ ବିଭିନ୍ନ ଜୋନ୍‌ର ଚାଲିଥିବା ଭୋଟ ଗଣତିର ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ପ୍ରାପ୍ତ ଫଳାଫଳ । ୩ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର (ଓଡ଼ଗାଁ ବ୍ଲକ) ବିଜେଡି ପ୍ରାର୍ôଥନୀ ଚିନ୍ମୟୀ ଦାଶ ବିଜେପି ପ୍ରାର୍ôଥନୀ କୁମାରୀ ପାତ୍ରଙ୍କ ଠାରୁ ପ୍ରାୟ ୧୧୦୦ ଭୋଟରେ ଆଗୁଆ ଅଛନ୍ତି । ସେହିପରି ୪ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର (ଓଡ଼ଗାଁ ବ୍ଲକ) ବିଜେଡି ପ୍ରାର୍ôଥନୀ ସଂଜୁକ୍ତା ପଢ଼ିଆରୀ ବିଜେପି ପ୍ରାର୍ôଥନୀ ପ୍ରତିମା ପ୍ରଧାନଙ୍କ ଠାରୁ ପ୍ରାୟ ୭୦୦ ଭୋଟରେ ଆଗୁଆ ଅଛନ୍ତି । ୭ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର (ଖଣ୍ଡପଡ଼ା ବ୍ଲକ) ବିଜେଡି ପ୍ରାର୍ôଥନୀ ବିଷ୍ନୁପ୍ରିୟା ବେହେରା ବିଜେପି ପ୍ରାର୍ôଥନୀ ଜୟଶ୍ରୀ ବେହେରାଙ୍କ ଠାରୁ ପ୍ରାୟ ୧୦୦୦ ଭୋଟରେ ଆଗୁଆ ଅଛନ୍ତି । ସେହିପରି ୧୧ନମ୍ବର…

Read More

ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ଅବନିକାନ୍ତ ସାହୁ ଅବସର ଗ୍ରହଣ କରିଛନ୍ତି । ସେହିପରି ଜିଲ୍ଲାପାଳଙ୍କ ଯାନଚାଳକ ଶ୍ରୀ ବୃନ୍ଦାବନ ବଳବନ୍ତରାୟ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ଏକ ଅବସରକାଳୀନ ସଭା ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ ଏବଂ ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ଉଭୟଙ୍କ ଅବସରକାଳୀନ ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରିଥିଲେ । ଏଥିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ।

Read More

ନୟାଗଡ ଜିଲ୍ଲା଼ରେ ଦ୍ୱିତୀୟ ଦିନର ଭୋଟ ଗଣତି

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ଦ୍ୱିତୀୟ ଦିବସରେ ବିଭିନ୍ନ ବ୍ଲକରେ ବିଭିନ୍ନ ଜୋନ୍‌ର ଚାଲିଥିବା ଭୋଟ ଗଣତିର ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ପ୍ରାପ୍ତ ଫଳାଫଳ । ୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର (ଓଡ଼ଗାଁ ବ୍ଲକ) ବିଜେଡି ପ୍ରାର୍ଥୀନୀ ବିରଜାଲକ୍ଷ୍ମୀ ସାହୁ ବିଜେପି ପ୍ରାର୍ଥୀନୀ ସବିତା କରଙ୍କ ଠାରୁ ପ୍ରାୟ ୫୨୦୦ ଭୋଟରେ ଆଗୁଆ ଅଛନ୍ତି । ୬ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର (ଖଣ୍ଡପଡ଼ା ବ୍ଲକ) ସ୍ୱାଧୀନ ପ୍ରାର୍ଥୀନୀ ଉଜ୍ୱଳ ମହାରଣା ବିଜେଡି ପ୍ରାର୍ଥୀନୀ କବିତା ରାଉତଙ୍କ ଠାରୁ ପ୍ରାୟ ୧୬୦୦ ଭୋଟରେ ଆଗୁଆ ଅଛନ୍ତି । ସେହିପରି ୧୦ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର(ଦଶପଲ୍ଲା ବ୍ଲକ) ବିଜେଡି ପ୍ରାର୍ଥୀନୀ ସତ୍ୟଭାମା ନାୟକ ବିଜେପି ପ୍ରାର୍ଥୀନୀ ଶ୍ରୀ ସଂଜିତା କୁମାରୀ ନାୟକଙ୍କ ଠାରୁ ପ୍ରାୟ ୨୯୦୦ ଭୋଟରେ ଆଗୁଆ ଅଛନ୍ତି। ୧୩ନମ୍ବର ଜିଲ୍ଲା ପରିଷଦ…

Read More

ନୟାଗଡ ଜିଲ୍ଲା଼ରେ ଖଣ୍ଡପଡ଼ା ଓ ଭାପୁର ବ୍ଲକରେ ଅନ୍ତିମ ପର୍ଯ୍ୟାୟ ମତଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ଅନ୍ତିମ ପର୍ଯ୍ୟାୟ ମତଦାନ ଆଜି ଖଣ୍ଡପଡ଼ା ଓ ଭାପୁର ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡ଼ା ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ୍‌,୨୨ଟି ପଂଚାୟତ, ୩୮୨ ଓାର୍ଡ଼, ଭୋଟର ୮୯୭୪୬ ମଧ୍ୟରୁ ୭୯.୯୦ ପ୍ରତିଶତ ଏବଂ ଭାପୁର ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ୍‌, ୨୦ଟି ପଂଚାୟତ, ୩୪୨ ଓାର୍ଡ଼, ଭୋଟର ୮୬୮୦୦ ମଧ୍ୟରୁ ୮୬.୩୪ପ୍ରତିଶତ ମତଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ଆଜିର ଏହି ଅନ୍ତିମ ପର୍ଯ୍ୟାୟରେ ଦୁଇଟି ବ୍ଲକର ହାରାହରି ୮୩.୧୨ ପ୍ରତିଶତ ମତଦାନ ହୋଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁ, ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଭରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟ୍ଟାରିଆ, ପ୍ରକଳ୍ପ…

Read More

ଆସନ୍ତାକାଲି ନୟାଗଡ ଜିଲ୍ଲା଼ରେ ଚତୁର୍ଥ ପର୍ଯ୍ୟାୟ ମତଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ଚତୁର୍ଥ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ତଥା ୨୨ତାରିଖ ମଙ୍ଗଳବାର ଦିନ ଦଶପଲ୍ଲା, ଗଣିଆ ଏବଂ ନୂଆଗାଁ ବ୍ଲକରେ ହେଉଅଛି । ଦଶପଲ୍ଲା ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ୍‌, ୨୦ଟି ପଂଚାୟତ, ୨୭୬ ଓାର୍ଡ଼, ଭୋଟର ୬୭୩୫୪, ଗଣିଆ ବ୍ଲକରେ ୧ଗୋଟି ଜିଲ୍ଲା ପରିଷଦ ଜୋନ୍‌, ୮ଟି ପଂଚାୟତ, ୧୧୯ ଓାର୍ଡ଼, ଭୋଟର ୩୧୧୬୯ ଏବଂ ନୂଆଗାଁ ବ୍ଲକରେ ୨ଟି ଜିଲ୍ଲା ପରିଷଦ ଜୋନ୍‌, ୨୨ଟି ପଂଚାୟତ, ୩୪୩ ଓାର୍ଡ଼, ଭୋଟର ୭୭୧୭୫ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ଏହି ପରିପ୍ରେକ୍ଷୀରେ ସ୍ୱଚ୍ଛ, ଅବାଧ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ ମତଦାନ ନିମନ୍ତେ ଜିଲ୍ଲାପାଳ ଡା. ପୋମା ଟୁଡୁ ଦଶପଲ୍ଲା, ଗଣିଆ ଓ ନୂଆଗାଁବାସୀଙ୍କୁ ବିନମ୍ରତାର ସହ ନିବେଦନ କରିଛନ୍ତି ।

Read More

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆଜି ସମାପ୍ତ ହୋଇଯାଇଛି । ନୟାଗଡ଼ ବ୍ଲକର ୨୯ଗୋଟି ପଂଚାୟତରେ ୪ଟି ଜିଲ୍ଲାପରିଷଦ ଜୋନ୍ ଏବଂ ୪୩୫ଟି ଓାର୍ଡ଼ରେ ୧୨୭,୯୯୩ ମତଦାତାଙ୍କ ମଧ୍ୟରୁ ୧୦୦,୦୯୯ ମତଦାତା(୭୮.୨୦ ପ୍ରତିଶତ ) ମତଦାନ କରିଛନ୍ତି । ଜିଲ୍ଲାପାଳ ଡା. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟ୍ଟାରିଆ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ମନୋରଂଜନ ମହାନ୍ତି, ନୟାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଭିକାରୀ ସାହୁ ପ୍ରମୁଖ ବିଭିନ୍ନ ବୁଥ୍ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଛନ୍ତି । ଭୋଟଦାନ ସକାଳ ୭ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ୧ଘଟିକା ସମୟରେ ସମାପ୍ତ…

Read More

ଆସନ୍ତାକାଲି ନୟାଗଡ଼ରେ ତୃତୀୟ ପର୍ଯ୍ୟାୟ ମତଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ତା. ୨୦.୦୨.୨୦୨୨ରିଖ ରବିବାର ଦିନ ନୟାଗଡ଼ ବ୍ଲକରେ ହେଉଅଛି । ନୟାଗଡ଼ ବ୍ଲକରେ ୨୯ଟି ପଂଚାୟତର ୧,୨୭,୯୯୩ଜଣ ଭୋଟର ସେମାନଙ୍କ ମତଦାନ କରି ୨୯ ସରପଂଚ, ୨୯ ସମିତି ସଭ୍ୟ ଏବଂ ୪୩୫ ଓାର୍ଡ଼ ସଭ୍ୟ ନିର୍ବାଚନ କରିବାର ଥିଲା । କିନ୍ତୁ ସେଥି ମଧ୍ୟରୁ ୨ ସରପଂଚ, ୧ ସମିତି ସଭ୍ୟ ଏବଂ ୧୮୫ ଓାର୍ଡ଼ ସଭ୍ୟ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ଅବଶିଷ୍ଟ ଆସନର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ଉଦ୍ୟମ ଚଳାଇଛି । ଏହି ପରିପ୍ରେକ୍ଷୀରେ ସ୍ୱଚ୍ଛ, ଅବାଧ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ ମତଦାନ ନିମନ୍ତେ ଜିଲ୍ଲାପାଳ ଡା. ପୋମା ଟୁଡୁ ନୟାଗଡ଼ବାସୀଙ୍କୁ ବିନମ୍ରତାର ସହ ନିବେଦନ କରିଛନ୍ତି…

Read More

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଓଡ଼ଗାଁ ବ୍ଳକରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ

ନୟାଗଡ଼,(ନୟାଗଡ଼ ଦର୍ପଣ): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ସଂପୂର୍ଣ ହୋଇଯାଇଛି । ଓଡ଼ଗାଁ ବ୍ଲକର ୩୬ଗାଟି ପଂଚାୟତର ୪ଟି ଜିଲ୍ଲାପରିଷଦ ଜୋନ୍ ଏବଂ ୫୭୪ଟି ୱାର୍ଡରେ ମତଦାନ କରାଯାଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ବିଭିନ୍ନ ବୁଥ୍ ପରିଦଶର୍ନ କରିଥିଲେ। ବ୍ଳକର ବିଭିନ୍ନ ଉତ୍ତେଜନା ପ୍ରବଣ ବୁଥ୍‌ଗୁଡ଼ିକେର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟାରିଆ ନିଜେ ପୋଲିସ ବାହିନୀ ସହ ବୁଲି ତଦାରଖ କରିଥିଲେ। ଆଜି ଭୋଟଦାନ ସକାଳ ୭ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ୧ଘଟିକା ସମୟେର ସରିଛି । ଭୋଟବାକ୍ସ ଗୁଡ଼ିକୁ ପୋଲିଂ ପାର୍ଟିମାନେ ଓଡ଼ଗାଁ ରଘୁନାଥ ମହାବିଦ୍ୟାଳୟରେ କରାଯାଇଥିବା ଷ୍ଟ୍ରଙ୍ଗ୍‌ରୁମରେ ରଖିବାର ବ୍ୟବସ୍ଥା…

Read More

ବହୁଭାଷୀ ଦେଶ ପାଇଁ ଅନୁବାଦ ଏକ ଆବଶ୍ୟକତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଅନୁବାଦ ସାହିତ୍ୟ ସଂଗଠନ ଆନୁକୁଲ୍ୟରେ ଅନ୍ ଲାଇନ୍ ମାଧ୍ୟମରେ ଜାତୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ କବିମାନେ ଏଥିରେ ଅଂଶଗ୍ରହଣ କରି ହିନ୍ଦୀ, ସଂସ୍କୃତ, ଓଡ଼ିଆ, ଇଂରାଜୀ ତଥା ବଙ୍ଗଳା ଭାଷାରେ ଅନ୍ୟାନ୍ୟ ଭାରତୀୟ ଭାଷାର ଅନୂଦିତ କବିତା ସହ ମୈ।ଳିକ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଅନୁବାଦକ ବିଜୟ କୁମାର ପ୍ରଧାନ ଅଧ୍ୟକ୍ଷତା କରି ଅନୁବାଦ ଏକ ସର୍ଜନାତ୍ମକ କାର୍ଯ୍ୟ ଏହାକୁ ଅନୁବାଦକ ନିଜର ବିଶିଷ୍ଟ ଜ୍ଞାନ, ଅନୁଭବ, ସାମର୍ଥ୍ୟ ଏବଂ କଳାତ୍ମକ କୌଶଳ ଦ୍ୱାରା ଲାଳିତ୍ୟପୁର୍ଣ୍ଣ ତଥା ପ୍ରଭାବଶାଳୀ କରିପରିଥାଏ, ବିଶେଷଭାବେ ବହୁଭାଷୀ ଦେଶ ପାଇଁ ଅନୁବାଦର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଭାରତୀୟ ଅନୁବାଦ ସାହିତ୍ୟ ସମଗ୍ର ଭାରତବର୍ଷର ଅନୁବାଦକଙ୍କୁ ଯୋଡିବା…

Read More