ନୟାଗଡ ଜିଲ୍ଲା଼ରେ ଖଣ୍ଡପଡ଼ା ଓ ଭାପୁର ବ୍ଲକରେ ଅନ୍ତିମ ପର୍ଯ୍ୟାୟ ମତଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ଅନ୍ତିମ ପର୍ଯ୍ୟାୟ ମତଦାନ ଆଜି ଖଣ୍ଡପଡ଼ା ଓ ଭାପୁର ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି ।

ଖଣ୍ଡପଡ଼ା ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ୍‌,୨୨ଟି ପଂଚାୟତ, ୩୮୨ ଓାର୍ଡ଼, ଭୋଟର ୮୯୭୪୬ ମଧ୍ୟରୁ ୭୯.୯୦ ପ୍ରତିଶତ ଏବଂ ଭାପୁର ବ୍ଲକରେ ୩ଟି ଜିଲ୍ଲା ପରିଷଦ ଜୋନ୍‌, ୨୦ଟି ପଂଚାୟତ, ୩୪୨ ଓାର୍ଡ଼, ଭୋଟର ୮୬୮୦୦ ମଧ୍ୟରୁ ୮୬.୩୪ପ୍ରତିଶତ ମତଦାତା ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ଆଜିର ଏହି ଅନ୍ତିମ ପର୍ଯ୍ୟାୟରେ ଦୁଇଟି ବ୍ଲକର ହାରାହରି ୮୩.୧୨ ପ୍ରତିଶତ ମତଦାନ ହୋଇଛି ।

ଜିଲ୍ଲାପାଳ ଡା. ପୋମା ଟୁଡୁ, ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଭରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟ୍ଟାରିଆ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ମନୋରଂଜନ ମହାନ୍ତି ପ୍ରମୁଖ ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି ।

ଖଣ୍ଡପଡ଼ା ବ୍ଲକର ସମସ୍ତ ଭୋଟ ବାକ୍ସ ଗୁଡ଼ିକ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଷ୍ଟ୍ରଙ୍ଗ୍ ରୁମରେ ଏବଂ ଭାପୁର ବ୍ଲକର ବାଲୁଙ୍କେଶ୍ୱର ବିଦ୍ୟାପୀଠରେ ହୋଇଥିବା ଷ୍ଟ୍ରଙ୍ଗ୍ ରୁମରେ ସମସ୍ତ ଭୋଟ ବାକ୍ସଗୁଡ଼ିକ ରଖାଯାଇଛି । ଏହା ଆସନ୍ତା ୨୬, ୨୭ ଏବଂ ୨୮ ଫେବୃଆରୀରେ ଭୋଟ ଗଣତି ହେବା ପର୍ଯ୍ୟନ୍ତ ୨୪ଘଂଟା ପୋଲିସ ପହରା ଏବଂ ସିସି ଟିଭି କ୍ୟାମେରାର ସତର୍କ ଦୃଷ୍ଟି ମଧ୍ୟରେ ରଖାଯାଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ମତଦାନ ଶାନ୍ତି ଶୃଙ୍କଳାର ସହ ସମାପ୍ତ ହୋଇଥିବାରୁ ସମସ୍ତ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related posts