ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ଚତୁର୍ଥ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ତଥା ୨୨ତାରିଖ ମଙ୍ଗଳବାର ଦିନ ଦଶପଲ୍ଲା, ଗଣିଆ ଏବଂ ନୂଆଗାଁ ବ୍ଲକରେ ହେଉଅଛି । ଦଶପଲ୍ଲା ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ୍, ୨୦ଟି ପଂଚାୟତ, ୨୭୬ ଓାର୍ଡ଼, ଭୋଟର ୬୭୩୫୪, ଗଣିଆ ବ୍ଲକରେ ୧ଗୋଟି ଜିଲ୍ଲା ପରିଷଦ ଜୋନ୍, ୮ଟି ପଂଚାୟତ, ୧୧୯ ଓାର୍ଡ଼, ଭୋଟର ୩୧୧୬୯ ଏବଂ ନୂଆଗାଁ ବ୍ଲକରେ ୨ଟି ଜିଲ୍ଲା ପରିଷଦ ଜୋନ୍, ୨୨ଟି ପଂଚାୟତ, ୩୪୩ ଓାର୍ଡ଼, ଭୋଟର ୭୭୧୭୫ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ଏହି ପରିପ୍ରେକ୍ଷୀରେ ସ୍ୱଚ୍ଛ, ଅବାଧ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ ମତଦାନ ନିମନ୍ତେ ଜିଲ୍ଲାପାଳ ଡା. ପୋମା ଟୁଡୁ ଦଶପଲ୍ଲା, ଗଣିଆ ଓ ନୂଆଗାଁବାସୀଙ୍କୁ ବିନମ୍ରତାର ସହ ନିବେଦନ କରିଛନ୍ତି ।
ଆସନ୍ତାକାଲି ନୟାଗଡ ଜିଲ୍ଲା଼ରେ ଚତୁର୍ଥ ପର୍ଯ୍ୟାୟ ମତଦାନ
