ନୟାଗଡ଼ରେ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକାରଣଙ୍କ ନିର୍ଦେଶମତେ ଆଜି ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୯ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୪୫, ୪୦, ୮୩୫ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୫୭ ଟି ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୦୨ ଟି ଏବଂ ବିବାହଜନିତ ୦୩ ମାମଲା ଫଇସଲା କରାଯାଇଥିଲା । ବ୍ଯାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୫୦ଜଣ ଋଣ ଗ୍ରହିତାଙ୍କଠାରୁ Rs. ୮୪,୦୧, ୯୮୧ ଟଙ୍କା ଦେବା ପାଇଁ…

Read More

‘ନବୀନ ମଣ୍ଡପ’କୁ ଉଦଘାଟନ କଲେ ବିଧାୟକ ଡ଼ଃ. ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦିନକୁ ଦିନ ବିକଶିତ ହେଉଛି ନୟାଗଡ଼ ପୌରାଞ୍ଚଳ। ନୟାଗଡ଼ ସହରର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଉଛି କଲ୍ୟାଣ ମଣ୍ଡପ। ନୟାଗଡ଼ ସହର ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅସୁବିଧା ହେଉଥିବାରୁ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ କଲ୍ୟାଣ ମଣ୍ଡପମାନ ନିର୍ମାଣ କରାଯାଉଥିବା ସୂଚନା ଦେଇଛନ୍ତି। ନୟାଗଡ଼ ପୌର ପରିଷଦ ପକ୍ଷରୁ ୧୨ନମ୍ବର ୱାର୍ଡ଼ ଦେବୋତର କଲୋନୀରେ ୨କୋଟି ଟଙ୍କା ବ୍ୟୟରେ ଉକ୍ତ କଲ୍ୟାଣ ମଣ୍ଡପକୁ ଉଦଘାଟନ କରିଛନ୍ତି। ଏହି କଲ୍ୟାଣ ମଣ୍ଡପ ଟିର ନାଁ ଦିଆଯାଇଛି ‘ନବୀନ ମଣ୍ଡପ’। ସହରରେ ଏମିତି ଆଉ ୪ଟି କଲ୍ୟାଣ ମଣ୍ଡପ ପାଇଁ ଟଙ୍କା ଆସିଛି କିନ୍ତୁ ନିର୍ମାଣ ଦିଗରେ ଅନେକ ବାଧା ଆସୁଛି। ସେ ସବୁକୁ ଯଥାଶୀଘ୍ର ସାରିବା ପାଇଁ ପ୍ରତିଶୃତି ଦେଇଥିଲେ।…

Read More

୧୦ ଡିସେମ୍ବରରୁ ଭଏସ ଅଫ୍ ନୟାଗଡ଼

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସବୁଠାରୁ ବଡ଼ ସଂଗୀତ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଭଏସ ଅଫ ନୟାଗଡ଼ର ଚତୁର୍ଥ ସଂସ୍କରଣ ୧୦ ଡିସେମ୍ବର ୨୦୨୩ରୁ ଆରମ୍ଭ ହେବାକୁ ଯାଉଅଛି। ନୟାଗଡ଼ ବ୍ଲକର ଅଡିସନ ୧୦ ଡିସେମ୍ବର ୨୦୨୩ ରବିବାର ସକାଳ ୯ଟା ରେ ସ୍ଥାନୀୟ ଏନ୍ଏସି ହାଇସ୍କୁଲ ପରିସରରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।ଏହି ପ୍ରତିଯୋଗିତା ପର୍ଯ୍ୟାୟକ୍ରମେ ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକରେ ଅନୁଷ୍ଠିତ ହେବ । ସେମିଫାଇନାଲ ଏବଂ ଫାଇନାଲ ପ୍ରତିଯୋଗିତା ନୟାଗଡ଼ ରେ କରାଯିବ । ପ୍ରତିଯୋଗିତା ରେ ପ୍ରଥମ ପୁରସ୍କାର ୧୦ ହଜାର ଓ ଟ୍ରଫି ସହ ଓଡ଼ିଶାର ଏକ ପ୍ରତିଷ୍ଠିତ ମ୍ୟୁଜିକ କମ୍ପାନୀର ଆଲବମ୍ ରେ ଗୀତ ଗାଇବାର ସୁଯୋଗ ପ୍ରଦାନ କରାଯିବ । ସେହିପରି ଦ୍ବିତୀୟ ଏବଂ ତୃତୀୟ ପୁରସ୍କାର ଯଥାକ୍ରମେ…

Read More

ଦଶପଲ୍ଲାକୁ ରେଳ ଚଳାଚଳ ବିଳମ୍ବ ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆନ୍ଦୋଳନ ଡାକରା

ନୟାଗଡ଼, (ନୟାଗଡ଼ ଦର୍ପଣ): ଦଶପଲ୍ଲାକୁ ରେଳ ଚଳାଚଳରେ ଅଯଥା ବିଳମ୍ବ ତଥା ବିଭିନ୍ନ ଦାବି ନେଇ ନୟାଗଡ଼ ନାଗରିକ ମଞ୍ଚପକ୍ଷରୁ ଆସନ୍ତା ୨୦ ତାରିଖରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଡାକରା ଦିଆଯାଇଛି । ଏହି ଆନ୍ଦୋଳନରେ ନୟାଗଡ଼ ସମେତ ଦଶପଲ୍ଲା ଅଞ୍ଚଳବାସୀ ସାମିଲ ହୋଇ ରେଳ ବିଭାଗ ବିରୁଦ୍ଧରେ ଯୋରଦାର ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ନୟାଗଡ଼ ନାଗରିକ ମଞ୍ଚ ସଭାପତି ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଲକ୍ଷ୍ମୀଧର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଆଜି ପୂର୍ବାହ୍ନରେ ନୟାଗଡ଼ ଟାଉନ ଷ୍ଟେସନ ମ୍ୟାନେଜର ସଞ୍ଜୟ ପ୍ରଧାନଙ୍କ ଜରିଆରେ ଏକ ଦାବିପତ୍ର ଖୋର୍ଦ୍ଧା ମଣ୍ଡଳ ରେଳ ଅଧିକାରୀଙ୍କୁ ଦିଆଯାଇଛି । ସୂଚନାଯୋଗ୍ୟ ଯେ ପୂର୍ବତଟ ରେଳ ବିଭାଗର ମୁଖ୍ୟ ସୁରକ୍ଷା ଅଧିକାରୀ ଦଶପଲ୍ଲାକୁ ଟ୍ରେନ ଚଳାଚଳର ସମସ୍ତ ଯାଞ୍ଚ କାର୍ଯ୍ୟ ଶେଷ କରି…

Read More

ଓ.ଏସ.ଇ.ଏଫ.ଡ଼ି ନୟାଗଡ଼ ଶାଖା ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ନୟାଗଡ଼ ଶାଖା ପକ୍ଷରୁ ରାଜସୁନାଖଳା ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି। ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କୁ ଏକତ୍ରିତ କରି ତାଙ୍କ ସହ ଓଏସଇଏଫଡ଼ି ସଂଘର କାର୍ଯ୍ୟକର୍ତ୍ତା କିଛି ସମୟ ବିତାଇବା ଦ୍ବାରା ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଖୁସି ପ୍ରକଟ କରିଥିଲେ। ଏହି ଦିବସକୁ ଓଡ଼ିଶା ସରକାର ରାଜ୍ୟସାରା ବହୁ ଆଡ଼ମ୍ବରରେ ପାଳନ କରୁଛନ୍ତି, କିନ୍ତୁ ସମସ୍ତ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନେ ଶିକ୍ଷା ଗ୍ରହଣ କରୁଥିଲେ ମଧ୍ୟ ତାଙ୍କ ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ବାହାର କଲେ ନାହିଁ। ଏହି ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ…

Read More

‘ସଙ୍ଗୀତଧାରା’ ପକ୍ଷରୁ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ରବିବାର ଦିନ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନୟାଗଡ଼ଠାରେ ନୟାଗଡ଼ ଏବଂ ଓଡ଼ଗାଁ ବ୍ଲକର ପ୍ରତିଯୋଗୀ ମାନଙ୍କୁ ନେଇ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଜୋନ୍ ସ୍ତରୀୟ ପ୍ରତିଯୋଗିତାକୁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଳନ ସହିତ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ଡ.ବିଜୟ ଚୌଧୁରୀଙ୍କ ପୌରହିତ୍ୟରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ସଙ୍ଗୀତଧାରାର ମୁଖ୍ୟ ପୃଷ୍ଠପୋଷକ ପ୍ରମୋଦ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗୀତାରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରୁ…

Read More

ପଠାଣି ସାମନ୍ତ ଉପାୟନ ପ୍ରଦାନ ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’ ସମ୍ମାନ ପାଇବା ପାଇଁ ପଠାଣି ସାମନ୍ତଙ୍କ ଜନ୍ମମାଟି ଖଣ୍ଡପଡ଼ାର କୃତୀ ସନ୍ତାନ ଲବ୍ଧ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ଦାଶ ବେନହୁର ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ନୟାଗଡ଼ ସ୍ୱୟଂ ଶାସିତ ମହା ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନଙ୍କୁ ‘ନୟାଗଡ଼ ବନ୍ଧୁ’,ବିଜ୍ଞାନ ସ୍ରଷ୍ଟା ପ୍ରଫେସର ହରପ୍ରସାଦ ମହାପାତ୍ରଙ୍କୁ ‘ପଠାଣି ସାମନ୍ତ ପ୍ରତିଭା’ ସମ୍ମାନ, ସାରସ୍ୱତ ସାଧକ ତଥା ଗାଳ୍ପିକ ହାଡ଼ିବନ୍ଧୁ ମହାକୁଡ଼ଙ୍କୁ ପଠାଣି ସାମନ୍ତ ସାହିତ୍ୟ ସମ୍ମାନ,ସୁନାମଧନ୍ୟ ଯଶସ୍ୱୀ ଆଇନଜୀବୀ ଲକ୍ଷ୍ମୀଧର ପଙ୍ଗାରୀଙ୍କୁ ‘ପଠାଣି ସାମନ୍ତ ଆଇନ ସେବା ରତ୍ନ’,ସ୍ତମ୍ଭକାର ଲଳିତ ମୋହନ ମିଶ୍ରଙ୍କୁ ଦାସରଥି ପଟ୍ଟନାୟକ ସାହିତ୍ୟ ସମ୍ମାନ’,ସମାଜସେବୀ ଅନାଦି ଚରଣ ମହାନ୍ତିଙ୍କୁ ‘ପଠାଣି ସାମନ୍ତ ସେବା ସମ୍ମାନ’,ଯୁବ ସମାଜ ସେବୀ ପ୍ରଭାତ କୁମାର ସାହୁଙ୍କୁ ‘ପଠାଣି ସାମନ୍ତ ଯୁବ ସେବା ସମ୍ମାନ’,ସର୍ବଭାରତୀୟ…

Read More

ବିଜେଡ଼ିରେ ସାମିଲ ହେଲେ ଇକିରି ପଞ୍ଚାୟତ ବିଜେପି ନେତା ଓ କର୍ମୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ଦିନକୁ ଦିନ ଶକ୍ତିଶାଳୀ ହେଉଛି । ବିରୋଧି ଦଳର ଅନ୍ତକନ୍ଦଳ ପାଇଁ ପ୍ରମୂଖ ନେତା ଓ କର୍ମୀ ବିଜୁ ଜନତା ଦଳରେ ସାମିଲ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶ ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୂଳକ ଚିନ୍ତାଧାରାକୁ ନେଇ ବିରୋଧି ନେତା ଓ କର୍ମୀ ବିଜୁ ଜନତା ଦଳରେ ସାମିଲ ହେଉଛନ୍ତି । ନୟାଗଡ଼ ବ୍ଲକ ଇକିରି ପଞ୍ଚାୟତର ପ୍ରମୂଖ ବିରୋଧି ନେତୃତ୍ୱ ଓ କର୍ମୀମାନେ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଇକିରି ପଞ୍ଚାୟତ ପ୍ରମୂଖ ନେତା ସୁଶାନ୍ତ କୁମାର ଦାସ ଏବଂ ୩୯ ଜଣ କର୍ମୀ ବିଜେଡିରେ ମିଶିଛନ୍ତି । ସେମାନଙ୍କ ମଧ୍ୟରେ ଶୁଦର୍ଶନ ପ୍ରଧାନ, ଶୁରେଶ କୁମାର ବେହେରା, ଶ୍ୟାମ ସୁନ୍ଦର ପରିଡା,…

Read More

ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ଡିସେମ୍ବର ୩ ତାରିଖ ରବିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଉପଲକ୍ଷ୍ୟେ ଏକ ପ୍ରସ୍ତୁତି ବୈଠକ ନୟାଗଡ଼ ସଙ୍ଗୀତଧାରା ପକ୍ଷରୁ ମହର୍ଷି ବିଦ୍ୟାମନ୍ଦିର ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ଡ.ବିଜୟ ଚୌଧୁରୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସୁରଗନ୍ଧର୍ବ ନବକିଶୋର ମିଶ୍ର,ଗୁରୁ ପ୍ରଭାତ ଦାଶ,ରଜନୀକାନ୍ତ ମହାପାତ୍ର,ନିର୍ମଳ ଶୂରଦେଓ,ପ୍ରଦୀପ ସାହୁ,ଲକ୍ଷ୍ମୀଧର ସାହୁ,ପ୍ରଦୀପ୍ତ ରଥ,ଡ.ଆଶୁତୋଷ ମହାପାତ୍ର,ସ୍ୱପ୍ନେଶ୍ୱର ଜେନା,ବିଜୟାନନ୍ଦ ମହାପାତ୍ର,ଗୋପୀନାଥ ସେଠୀ,ଲକ୍ଷ୍ମୀଧର ମହାପାତ୍ର,ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତାର ବିଭିନ୍ନ ନିୟମାବଳୀ ସମ୍ପର୍କରେ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଥିଲେ । ନିଷ୍ପତ୍ତି ମୁତାବକ ଏହି ପ୍ରତିଯୋଗୀତାରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଅଂଶ…

Read More

ଗଞ୍ଜେଇ ବେପାରୀ ଗିରଫ, କାର ଜବତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ପୁଲିସ ଆଜି ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସୁନାଖଳାର ପ୍ରଣବ କୁମାର ଚିନରା ବୋଲି ଜଣାପଡ଼ିଛି। ଏହା ପୁର୍ବରୁ ୨୦୨୧ ମସିହାରେ ଗିରଫ ପ୍ରଣବ ନାଁ ରେ ଏକ ବ୍ରାଉନସୁଗାର କେସ ରଣପୁର ଥାନାରେ ରହିଛି। ମିଳିଥିବା ସୁଚନାନୁସାରେ ନୟାଗଡ଼ ଟାଉନ ଥାନା ପୁଲିସ କୌଣସି ସୁତ୍ରରୁ ଖବର ପାଇ ଘଡୁଆଳ ଛକଠାରେ ଏକ କାରକୁ ଅଟକାଇ ଯାଞ୍ଚ କରିବା ବେଳେ ଉକ୍ତ ଗାଡ଼ିରୁ ୧୫କେଜି ଗଞ୍ଜେଇ ମିଳିଥିଲା। ଏଥିରେ ଥିବା ଆସାମୀକୁ ଗିରଫ କରିବା ସହିତ OD 02 AF 5995 କାରକୁ ପୁଲିସ ଜବତ କରିଛି । ନୟାଗଡ଼ ଟାଉନ ଥାନା କେସ୍ ନଂ ୩୧୩/୨୩ ରେ ଏକ ମାମଲା ରୁଜ କରାଯାଇ ଆସାମି ପ୍ରଣବ ଚିନରାକୁ କୋର୍ଟ ଚାଲାଣ…

Read More