ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ନୟାଗଡ ଜିଲ୍ଲା

ନୟାଗଡ଼, (ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅନ୍ତର୍ଗତ ରାଜ୍ୟ ସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ଆସନ୍ତା ଜାନୁଆରୀ ମାସ ୩୧ ତାରିଖ ଦିନ ଦିବା ୨:୩୦ ଘଟିକା ଠାରୁ ସନ୍ଧ୍ୟା ୭:୩୦ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମ ଠାରେ ମହାସମାରୋହ ରେ ଅନୁଷ୍ଠିତ ହେବାକୁ ଯାଉଅଛି I ଏଥି ନିମନ୍ତେ ନୟାଗଡ ଜିଲ୍ଲାରୁ ବିଭିନ୍ନ ପର୍ଯ୍ୟାୟରେ ମେଧାବୀ ଛାତ୍ର ଛାତ୍ରୀ,ବିଦ୍ୟାଳୟ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ, ବିଭିନ୍ନ ବିଷୟରେ କୃତି ଶିକ୍ଷକ ଶିକ୍ଷୟତ୍ରୀ ଓ ବ୍ଲକ ଉକ୍ତ ରାଜ୍ୟ ସ୍ତରୀୟ ଉତ୍ସବରେ ପୁରସ୍କୃତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି I ଛାତ୍ର ଏକାଡେମୀ ପୁରସ୍କାର ପର୍ଯ୍ୟାୟରେ ଜିଲ୍ଲାରୁ ମୋଟ ୬ ଜଣ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଛାତ୍ର ମେରିଟ ବୃତ୍ତି ପର୍ଯ୍ୟାୟରେ ଜିଲ୍ଲାରୁ ମୋଟ ୬୯ ଜଣ ଛାତ୍ର ଛାତ୍ରୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି I ସେହିପରି ଜିଲ୍ଲା ମାଧ୍ୟମିକ ବିଦ୍ୟାଳୟ, ପ୍ରଧାନ ଶିକ୍ଷକ / ପ୍ରଧାନ ଶିକ୍ଷୟତ୍ରୀ ପର୍ଯ୍ୟାୟରେ ରାଜ୍ୟ ସ୍ତରୀୟ ପୁରସ୍କାର ପାଇବାକୁ ଖଣ୍ଡପଡା ବ୍ଲକ ଅନ୍ତର୍ଗତ କୁମ୍ଭାରପଡା ଉଚ୍ଚ ବିଦ୍ୟାଳୟ ଓ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଯୋଗ୍ୟ ବିବେଚିତ ହୋଇ ଜିଲ୍ଲାକୁ ଗୌରବ ମଣ୍ଡିତ କରିଛନ୍ତି I ୭ଟି ବିଷୟଭୀତିକ ଜିଲ୍ଲାସ୍ତରୀୟ କୃତି ଶିକ୍ଷକ / ଶିକ୍ଷୟତ୍ରୀ ପର୍ଯ୍ୟାୟରେ ପ୍ରଥମ ଭାଷା, ଦ୍ୱିତୀୟ ଭାଷା, ତୃତୀୟ ଭାଷା, ଗଣିତ, ସାଧାରଣ ବିଜ୍ଞାନ, ସମାଜକି ବିଜ୍ଞାନ ଓ ଶାରୀରିକ ଶିକ୍ଷାରେ ପ୍ରତି ବର୍ଗରୁ ୨ ଜଣକରି ମୋଟ ୧୪ ଜଣ କୃତି ଶିକ୍ଷକ ଶିକ୍ଷୟତ୍ରୀ ପୁରସ୍କାର ପାଇବା ପାଇଁ ନୟାଗଡ଼ ଜିଲ୍ଲାରୁ ଯୋଗ୍ୟ ବିବେଚିତ ହୋଇଛନ୍ତି I ସେହିପରି ବ୍ଲକ ପର୍ଯ୍ୟାୟରେ ଖଣ୍ଡପଡା ବ୍ଲକ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ଜିଲ୍ଲାକୁ ଗୌରବ ବିମଣ୍ଡିତ କରିଛି I ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ, ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟତ୍ରୀ ଓ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଶଂସା ଓ ଅଭିନନ୍ଦନ ଜଣାଇଦିଆଯାଉଛି।

Related posts