ନୟାଗଡ଼ ଜିଲ୍ଲାପାଳଙ୍କ ପୁନଃ ନିଯୁକ୍ତି

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ ଆଗାମୀ ଜାନୁଆରୀ ୩୧ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଇତି ମଧ୍ୟରେ ରାଜ୍ୟ ସରକାର ତାଙ୍କୁ ତା-୦୧.୦୨.୨୦୨୪ରିଖ ଠାରୁ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବଭାବେ ପୁନଃ ନିଯୁକ୍ତି ପ୍ରଦାନ କରିଛନ୍ତି। ଏହି ସମ୍ପର୍କରେ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ତା ୨୯.୦୧.୨୦୨୪ରିଖରେ ପ୍ରକାଶ ପାଇଛି।

Related posts