ଜିଲ୍ଲାସ୍ତରୀୟ ବାଲ୍ୟବିବାହ ପ୍ରତିରୋଧ ପ୍ରକଳ୍ପ ସଂପ୍ରସାରଣ କର୍ମଶାଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକଦିବସୀୟ ବାଲ୍ୟବିବାହ ନିରୋଧ ଆଇନ୍ ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମାର୍ଦ୍ଧରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲିପ୍ କୁମାର ବଳଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ସେଣ୍ଟର ଫର କାଟାଲାଇଜିଙ୍ଗ୍ ଚେଞ୍ଜ (ସି-୩) ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ନୟାଗଡ଼ଙ୍କ ମିଳିତ ଆନୁକୂଲ୍ୟରେ ୨୦୨୪ ଏବଂ ୨୦୨୫ ବର୍ଷ ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଥିଲା। ସି-୩ ଶାଖାର ରାଜ୍ୟ ମୁଖ୍ୟ ଅଶୋକ କୁମାର ନାୟକ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ବିବରଣୀ ପାଠ କରିଥିଲେ ଏବଂ ଧର୍ମାନନ୍ଦ ସୁନ୍ଦରାୟ ତାଙ୍କୁ ସହଯୋଗ କରିଥିଲେ ତଥା ସି-୩ ମୁଖ୍ୟାଳୟ, ଦିଲ୍ଲୀରୁ ଆସିଥିବା ପ୍ରକଳ୍ପର ମୁଖ୍ୟ ବନ୍ଦନା ନାୟାର ମହୋଦୟା ଏବଂ କାର୍ଯ୍ୟକାରୀ ଅଧିକାରୀ ସୁମିତ୍ କାର୍ଯ୍ୟକ୍ରମର ରୂପରେଖ ଉପର ପୁଖାନୁପୁଂଖ ଆଲୋଚନା କରିଥିଲେ ଏବଂ ମନ୍ଦିରର ପୂଜକ ଟ୍ରଷ୍ଟି, ମ୍ୟାନେଜରଙ୍କ ସଚେତନତା ନିମନ୍ତେ ଏକ ବିବାହ ପଞ୍ଜିକରଣ ରେଜିଷ୍ଟରକୁ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲିପ୍ କୁମାର ବଳ ଜନସାଧାରଣଙ୍କ ହିତ ନିମନ୍ତେ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ନୟାଗଡ଼ର ବାଲ୍ୟବିବାହକୁ ସମ୍ପୁର୍ଣ୍ଣ ନିରାକରଣ ନିମନ୍ତେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ଏବଂ ବାଲ୍ୟ ବିବାହ ନିରୋଧ ଆଇନ୍ ୨୦୦୬ର ବ୍ୟାପକ ପ୍ରସାର ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସମାଜ ମଙ୍ଗଳ ଅଧିକାରିଣୀ ଅର୍ଚ୍ଚନା କହଁର, ଡ଼ି.ଏସ୍.ପି. ସୁଷମା ପ୍ରଧାନ, ଅଧ୍ୟକ୍ଷ, ଶିଶୁ ମଙ୍ଗଳ କମିଟି, ନୟାଗଡ଼, ଜିଲ୍ଲା ସୁଚନା ଓ ଜନସମ୍ପର୍କ ଅଧକାରୀ ସୁରେନ୍ଦ୍ର ସାହୁ, ଶିଶୁ ସୁରକ୍ଷା ଅଧ୍ବକାରୀ, ନୟାଗଡ଼ ସିବିୟାନ୍ ପ୍ରଧାନ ତଥା ସମସ୍ତ ବ୍ଳକର ବିଡ଼ିଓ, ସିଡ଼ିପିଓ, ବିଇଓ, ବିପିଏମ୍ ଏବଂ ଏମ୍.ଓ. (ସି.ଏଚ୍.ସି.) ତଥା ଶିଶୁମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟରତ ସ୍ଵେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ଯୋଗଦେଇ ନିଜର ମତପୋଷଣ କରିଥିଲେ । ଜିଲ୍ଲା ସଂଯୋଜକ ସୁବ୍ରତ କୁମାର ବିଶୋୟୀ, ବ୍ଳକ
ସଂଯୋଜକ ପ୍ରସନ୍ନ ବାଗସିଂ, ସୁଭାଶିଷ ମିଶ୍ର, ସୁଦିପ୍ତ ସାହୁ, ନିକି ପ୍ରଧାନ, ସୃଜନ୍ୟା ନାୟକ ଏବଂ ସ୍ଵାତୀରେଖା ଦାସ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ଶ୍ରୀ ସତ୍ୟରଂଜନ ଦାଶ, ଶିଶୁ ସୁରକ୍ଷା ଅଧିକାରୀ, ନୟାଗଡ଼ ଧନ୍ୟବାଦ ଦେଇ ସଭାପତିଙ୍କ ଅନୁମତି କ୍ରମେ ସଭା ସାଙ୍ଗ କରିଥିଲେ ।

Related posts