ନିଖିଳ ଉତ୍କଳ କୂର୍ମି କ୍ଷତ୍ରିୟ ସମାଜର ନିର୍ବାଚନ, ନବନିର୍ବାଚିତ ପ୍ରତିନିଧିଙ୍କୁ ମନ୍ତ୍ରୀଙ୍କ ଅଭିନନ୍ଦନ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନିଖିଳ ଉତ୍କଳ କୂର୍ମି କ୍ଷତ୍ରିୟ ସଂସ୍ଥାର ପ୍ରାଦେଶିକ ରାଜ୍ୟସ୍ତରୀୟ ପଦାଧିକାରୀମାନଙ୍କ ନିର୍ବାଚନ ଭଞ୍ଜନଗର ମୁଖ୍ୟ କାର୍ଯାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଶିକ୍ଷକ ଦେବଦତ୍ତ ପ୍ରଧାନ, ଅଧିବକ୍ତା ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଓ ଦିବାକର ନାୟକ ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରିଥିଲେ। ସୂର୍ଯ୍ୟନାରାୟଣ ପ୍ରଧାନ ଓ ଗଙ୍ଗାଧର ନାୟକ ସଭାପତି ରୂପେ ପ୍ରାର୍ଥୀ ହୋଇଥିବାବେଳେ ଉଭୟଙ୍କ ପକ୍ଷେ ୨୧+୨୧ ଖଣ୍ଡ ଭୋଟ ହେବାରୁ ନିର୍ବାଚନ ଅମିମାଂସିତ ରହିଥିଲା। ପରେ ଗଙ୍ଗାଧର ଜାତିର ସ୍ଵାର୍ଥ ଓ ଶୃଙ୍ଖଳା ଦୃଷ୍ଟିରୁ ବର୍ଷିଆନ ବ୍ୟକ୍ତି ସୂର୍ଯ୍ୟନାରାୟଣ ପ୍ରଧାନଙ୍କୁ ମୁକ୍ତ କଣ୍ଠରେ ସଭାପତି ଭାବେ ରହିବାକୁ ପ୍ରକାଶ କରିଥିଲେ। ସଭାପତି ସୂର୍ଯ୍ୟନାରାୟଣ ପ୍ରଧାନ, ଉପସଭାପତି କଂଗ୍ରେସ ପ୍ରଧାନ, ସମ୍ପାଦକ ବିଶ୍ଵନାଥ ରାଉତ, ସହ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, (ଦଶପଲ୍ଲା), ସଂଗଠନ ସମ୍ପାଦକ ଭବାନୀଶଙ୍କର ପ୍ରଧାନ (ବାଉଁଶଲୁଣ୍ଡି) କୋଷାଧ୍ୟକ୍ଷ ବିପିନ ବିହାରି ପ୍ରଧାନ ଯଥାକ୍ରମେ ୫ ବର୍ଷ ପାଇଁ ନିର୍ବାଚିତ ହୋଇଥିଲେ।

ରାଜ୍ୟର ୧୩ ଗୋଟି ଅଞ୍ଚଳର ୪୨ଜଣ ପ୍ରାଦେଶିକ ସଦସ୍ୟ ନିର୍ବାଚନରେ ମତଦାନ ସାବ୍ୟସ୍ତ କରିଥିଲେ। ଏହି ନିର୍ବାଚନର ଅଞ୍ଚଳ ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ କୁଳାଧିକାରୀମାନଙ୍କ ଉପସ୍ଥିତିରେ ନିର୍ବାଚନ କରାଯାଇଥିଲା। ନିର୍ବାଚନ ପୂର୍ବରୁ ପୂର୍ବତନ ସଭାପତି ଡ. ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଉପସଭାପତି ଶିବରାମ ନାୟକ, ସମ୍ପାଦକ ବିନାୟକ ପ୍ରଧାନ, ସହ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ଗୋକୁଳ ଚନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରାରମ୍ଭରେ ରାଷ୍ଟ୍ରୀୟ ବନ୍ଦନା ଗାନ କରାଯିବା ସହିତ ଗୈରୀକ ପତାକା ଉତ୍ତୋଳନ କରାଯାଇଥିଲା। ନବ ନିର୍ବାଚନ କାର୍ଯ୍ୟକର୍ତ୍ତାମାନଙ୍କୁ ସ୍ଵଜାତିର ରାଜ୍ୟ ସରକାରଙ୍କ ଅର୍ଥ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିଜ ବାସଭବନରେ ଶୁଭେଚ୍ଛା ଓ ଅଭିନନ୍ଦନ ଭଞ୍ଜନଗରଠାରେ କରିଥିଲେ। ନେତାଜୀ ବିଷୋଇ ଜାତିର ଏକତା
ଗୀତ ଗାନ କରିଥିଲେ ।

Related posts