ନ୍ୟାୟ ପାଇଲା ପରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ଆସିଛି ରାୟ। ନୟାଗଡ଼ର ଏହି ଚର୍ଚ୍ଚିତ ହତ୍ୟା ଘଟଣାର ଶୁଣାଣୀ କରି ଦୋଷୀ ସରୋଜ ସେଠୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ନୟାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ । ୨୦୨୦ ମସିହା ଜୁଲାଇ ୧୪ ତାରିଖରେ ନୟାଗଡ଼ ନିକଟସ୍ଥ ଯଦୁପୁର ଗାଁରେ ପରୀକୁ ହତ୍ୟା କରାଯାଇଥିଲା ।ଏସ୍.ଆଇ.ଟି ଧରିଥିବା ନାବାଳକକୁ ଆଜି କୋର୍ଟରେ ହାଜର କରାଯାଇଥିଲା । ଏଥିପାଇଁ ରାଉରକେଲା ବାଳ ସ୍ୱଧାର ଗୃହରୁ ଅଭିଯୁକ୍ତକୁ ନୟାଗଡ଼ ଚିଲଡ୍ରେନ୍ କୋର୍ଟକୁ ଅଣାଯାଇଥିଲା । ଗତ ଜାନୁଆରୀ ୩୦ ତାରିଖରେ ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ କରିଥିଲେ କୋର୍ଟ । ପରୀ ହତ୍ୟାକାଣ୍ଡ ଘଟଣାରେ ଗଠିତ ଏସଆଇଟି ଗତ ୨୦ ଡିସେମ୍ବର ୨୦୨୦ରେ ଅଭିଯୁକ୍ତକୁ ଗିରଫ କରିଥିଲା । ରାଜ୍ୟ ସରକାର ନଭେମ୍ବର ୨୫ ତାରିଖରେ କ୍ରାଇମବ୍ରାଞ୍ଚ ତଦନ୍ତ ଏବଂ ପରେ ବିରୋଧୀଙ୍କ ଦାବି ପରେ ୨୮ ତାରିଖରେ ସରକାର ଏସ୍.ଆଇ.ଟି ତଦ ନିର୍ଦ୍ଦଶେ ଦେଇଥିଲେ । ବରିଷ୍ଠ ଆଇପି.ଏସ୍ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଏହାର ତଦନ୍ତ କରି ସେହି ଗାଁର ସରୋଜ ସେଠୀକୁ ଡିସେମ୍ବର ୨୦ତାରିଖରେ ଗିରଫ କରିଥିଲା ଏସ୍.ଆଇ.ଟି । ସରୋଜକୁ ପଚରାଉଚରା ପରେ ସେ ହିଁ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ସହ ଧରା ପଡିଯିବା ଭୟରେ ହତ୍ୟା କରିଥିବା ସ୍ଵୀକାର କରିଥିବା ବୋଥ୍ରା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

Related posts