ନୟାଗଡ଼, (ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜନତା ମୈଦାନ, ଭୁବନେଶ୍ବର ଠାରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍ଘାଟନ କରୁଥିଲାବେଳେ ଠିକ୍ ଏକା ସମୟରେ ନୟାଗଡ଼ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ନେତୃତ୍ବରେ ଜିଲ୍ଲାକାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଉପସ୍ଥିତ ରହି ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହ କାର୍ଯ୍ୟକ୍ରମକୁ ଲାଇଭ୍ ଷ୍ଟ୍ରିମିଙ୍ଗ୍ ମାଧ୍ୟମରେ ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ମଧ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନେ ଭାଗ ନେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶନାମା ଜାରୀ କରାଯାଇଥିଲା । ଜିଲ୍ଲା ମଧ୍ୟରେ ଥିବା ସମସ୍ତ ବରପୁତ୍ରମାନଙ୍କ ଚତୁଃପାର୍ଶ୍ଵ ପରିସ୍କାର କରିବା ସହ ପୁଷ୍ପମାଲ୍ୟ ଅର୍ପଣ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ଅନୁଷ୍ଠାନମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଥିଲା ।
Related posts
-
ଉଦଯାପିତ ହେଲା ସିରିୟସ୍ ଜୋନର ନାଟକ ମହୋତ୍ସବ, ମଞ୍ଚସ୍ଥ ହେଲା ନାଟକ ଚିତ୍ରପ୍ରତିମା
ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ୪ ଦିନ ଧରି ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି।... -
ନବବର୍ଷରେ ପାଇଥିବା ଉପହାରକୁ ଛାତ୍ରଛାତ୍ରୀଙ୍କୁ ବିତରଣ କଲେ ନୟାଗଡ଼ ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନବବର୍ଷର ଶୁଭେଚ୍ଛାରେ ଫୁଲତୋଡ଼ା, ମିଠା ପ୍ୟାକେଟ୍, ଡାଇରୀ ପରିବର୍ତ୍ତେ... -
କବି ପ୍ରଭାତ ମିଶ୍ରଙ୍କ ‘ପ୍ରହରୀ’ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପଠାଣି ସାମନ୍ତ ପ୍ରେକ୍ଷାଳୟରେ ନୟାଗଡ଼ ସିରିଅସ ଜୋନ୍ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବରେ କବି ପ୍ରଭାତ ମିଶ୍ରଙ୍କ...