ଧନ୍ଦାମୂଳକ ଶିକ୍ଷାର୍ଥୀଙ୍କ ଶିଳ୍ପ ପରିଭ୍ରମଣ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣ କୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରୀ ଛାତ୍ର ଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି।ଏହି ପରିଭ୍ରମଣ ରେ ନାରାୟଣ ଉଚ୍ଚ ବିଦ୍ୟାଳୟ ର ନବମ ଓ ଦଶମ ଶ୍ରେଣୀର ପରିଧାନ ବିଭାଗ ର ୬୮ ଶିକ୍ଷାର୍ଥୀ ଏବଂ( ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣ କୁଳ ର ୧୧ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କାଞ୍ଚନ ଷଡ଼ଙ୍ଗୀ ଙ୍କ ତତ୍ୱାବଧାନ ରେ ଦୁଇଟି ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନେ ସୋଲପଟା ସ୍ଥିତ ବାଲୁଙ୍କେଶ୍ୱର ତନ୍ତୁବାୟ ସମିତି କୁ ପରିଭ୍ରମଣ କରିଥିଲେ। ତନ୍ତୁବାୟ ସମିତି ର ସମ୍ପାଦକ ସନ୍ତୋଷ କୁମାର ନାୟକ , ଜିଲ୍ଲା ବୟନଶିଳ୍ପ ବିଭାଗ ର ଟେକ୍ନିସିଆନ ପ୍ରମୋଦ ବିହାରୀ କୌର ଏବଂ ନାରାୟଣ ଉଚ୍ଚ ବିଦ୍ୟାଳୟ ର ପରିଧାନ ବିଭାଗ ର ପ୍ରଶିକ୍ଷିକା ଶ୍ରୀମତୀ ରୋଜାଲିନ ମିଶ୍ର ଙ୍କ ସହାୟତା ରେ ତନ୍ତ ରେ କପଡା ର ବୁଣେଇ,ସୁତାର ବ୍ୟବହାର ,କପଡ଼ାରେ ରଙ୍ଗ ପ୍ରସ୍ତୁତ ସହ ବିଭିନ୍ନ ପ୍ରକାର ହସ୍ତତନ୍ତ ବିଷୟରେ ଶିକ୍ଷାର୍ଥୀ ଙ୍କୁ ଶିକ୍ଷା ଦେଇଥିଲେ। ଧନ୍ଦାମୂଳକ ଶିକ୍ଷା ର ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ପ୍ରଜ୍ଞ। ପରାମିତ ସାହୁ ଏବଂ ବରିଷ୍ଠ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ର ଶିକ୍ଷା କ୍ଷେତ୍ରରେ ଧନ୍ଦାମୂଳକ ଶିକ୍ଷା ର ଉପାଦେୟତା ବିଷୟରେ ମତ ପ୍ରକାଶ କରିଛନ୍ତି ।ଶିକ୍ଷାର୍ଥୀ ଙ୍କ ଶିଳ୍ପାନୁଷ୍ଠାନ ପରିଭ୍ରମଣ ଧନ୍ଦାମୂଳକ ଶିକ୍ଷା ରେ ବିଶେଷ ଲାଭପ୍ରଦ ହେବ ବୋଲି ଶିକ୍ଷୟତ୍ରୀ ,ଶିକ୍ଷକ ଏବଂ ଅଭିଭାବକ ମାନେ ମତ ଦେଇଛନ୍ତି।

Related posts