ଉଦଘାଟିତ ହେଲା ପଞ୍ଚୁପାଣ୍ଡଵ ମହୋତ୍ସବ ଓ ପଲିଶ୍ରୀ ମେଳା – ୨୦୨୪

ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ମହୋତ୍ସଵ ପଡିଆରେ ଉଦଘାଟିତ ହେଲା ପଞ୍ଚୁପାଣ୍ଡଵ ମହୋତ୍ସବ ଓ ପଲିଶ୍ରୀ ମେଳା। ନୂଆଗାଁ ମହୋତ୍ସବ କମିଟି ସଭାପତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତତେ ଉଦଘାଟିତ ହୋଇଯାଇଛି। ପ୍ରଥମ ଦିବସରେ ପ୍ରାରମ୍ଭରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ନୂଆଗାଁ ପଞ୍ଚୁପାଣ୍ଡଵ ମନ୍ଦିର ସମ୍ମୁଖରୁ ପୂଜାର୍ଚନା କରାଯାଇ ମଶାଲ ଯାତ୍ରା ଆରମ୍ଭ ହୋଇଥିଲା। ଏହି ଯାତ୍ରାରେ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୂଆଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକତ୍ରିତ ଭାବରେ ନୂଆଗାଁ ବିରୁପାଖେଶ୍ୱର ମନ୍ଦିର ନୂଆଗାଁ ଯାଇଥିଲେ ଏବଂ ସେଠାରୁ ମୃଦଙ୍ଗ, ଢୋଲ ଘୋଡା ନାଚ ଓ ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ଏକ ବିରାଟ ପାଟୁଆର ବାହାରିଥିଲା। ନୂଆଗାଁ ଗ୍ରାମ ଭ୍ରମଣ କଲାପରେ ମହୋତ୍ସବ ପଡିଆରେ ଏହି ଶୋଭାଯାତ୍ରା ପହଞ୍ଚିଥିଲା। ଅପରାହ୍ନରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଦନ ମୋହନ ପ୍ରଧାନଙ୍କ ତତ୍ୱାବଧାନ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ।

ଆଜିର ଏହି ଉଦଘାଟନୀ ସଭାରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ, ମହୋତ୍ସଵ କମିଟିର ସଭାପତି ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା, ନୂଆଗାଁ ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ବେହେରା, ନୂଆଗାଁ ବ୍ଲକ ବିଡ଼ିଓ ବାସୁଦେବ ନାୟକ, ୧୬ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମିନ ଦାସ, ଜିଲ୍ଲା ପରିଷଦସଭ୍ୟ ବସନ୍ତ କୁମାର ପ୍ରଧାନ, ସମ୍ପାଦକ ମହୋତ୍ସବ କମିଟି ଦିଲୀପ ଦଳବେହେରା ପ୍ରମୁଖ ଉପସ୍ଥିତ ରହି ଥିଲେ। ମୁଖ୍ୟ ଅତିଥି ଡ଼ଃ. ସାହୁ ଅଭିଭାଷଣରେ ପ୍ରଗତିର ମାପକାଠି ମହୋତ୍ସଵ। ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ମହୋତ୍ସଵକୁ ସଂକ୍ଷିପ୍ତରେ ବର୍ଣ୍ଣନା କରିଥିଲେ। କିଭଳି ବ୍ରିଟିଶ ଜାତିଙ୍କର ଏକତାକୁ ଭାଙ୍ଗିବା ପାଇଁ ମହୋତ୍ସଵ ହିଁ ପ୍ରକୃତ ଉତ୍ସବ। ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ନିଜ ଅଭିଭାଷଣ ମାଧ୍ୟମରେ ନୂଆଗାଁ ବ୍ଲକର ସମସ୍ତ ୨୨ଗୋଟି ପଞ୍ଚାୟତର ଆବାଳ ବୃଦ୍ଧ ବନିତା ଏକତ୍ରିତ ହୋଇ ଏହି ମହୋତ୍ସବ କରିଥାନ୍ତି। ପଞ୍ଚୁପାଣ୍ଡଵ ପାହାଡ଼ ସହିତ ପଞ୍ଚୁପାଣ୍ଡବଙ୍କ କିମ୍ବଦନ୍ତୀକୁ କହିଥିଲେ। ତତ ସହିତ ଥୁଆବାରୀ ଗ୍ରାମର ସ୍ୱାଧୀନତା ସଂଗ୍ରାମୀଙ୍କ ଗୁଣଗାନ କରିଥିଲେ। ଗାଈଶ୍ୱର ଠାକୁର, ପେଟେଇଚଣ୍ଡୀ, ବାଗଦେବୀ, ରାମଚଣ୍ଡୀ ମନ୍ଦିର କିଭଳି ବ୍ଲକର ଗାରିମାକୁ ଆଗକୁ ନେଇଯାଇଛି ତାର ବର୍ଣ୍ଣନା କରିଥିଲେ।

ନୂଆଗାଁ ବ୍ଲକର ସାମ୍ବାଦିକମାନଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ନୂଆଗାଁ ଡିଗ୍ରୀ କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂଆଗାଁ ବନ୍ଦନା ପରିବେଶଣ କରାଯାଇଥିଲା। ଭୁବନେଶ୍ୱରର ବାଦ୍ୟସଂଗୀତ, ମାଲକାନଗିରି ସମରିକ କଳା, କଳାହାଣ୍ଡି ଘୁମୁରା, ପୁରୀର ସିଂହାରି, ଜଟଣୀରୁ ନୃତ୍ୟଶ୍ରୀ ଆସିଥିବା କଳାକାର ମଣିପୁରୀ, କଥକ, ଲବଣି ନୃତ୍ୟ ଅନୁଷ୍ଠିତ ହୋଇଥିଲା। ସାଂକୃତିକ କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ କନ୍ଧମାଳ ସାଂସଦ ଡ଼ଃ. ଅଚୁତ ସାମନ୍ତ ପହଂଚି ମହୋତ୍ସବର ଶୋଭାକୁ ବଢ଼ାଇ ଥିଲେ।

Related posts