ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଫେବୃଆରୀ ୩ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପି ଜନତା ମୈଦାନ ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେବୃଆରୀ ୩ ତାରିଖ ଦିବା ୧୧:୩୦ ମିନିଟ ସମୟରେ ଶୁଭ ଉଦଘାଟନ କରିବେ । ଏହି ଉଦଘାଟନ ସମୟ ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ ଏବଂ ସେହି ଏକା ସମୟରେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ ଓ ଜିଲ୍ଲା ମଧ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନେ ଏଥିରେ ଭାଗ ନେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଉଛି । ଭାଗ ନେଉଥିବା ସମସ୍ତ ଅନୁଷ୍ଠାନ ମାନେ ରାଜ୍ୟ ସଙ୍ଗୀତକୁ ସମ୍ମାନ ଜଣାଇବା ପାଇଁ ଛିଡା ହେବା ସହ ସଙ୍ଗୀତକୁ ସଠିକ ଭାବରେ ଗାନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଉଛି । ଜିଲ୍ଲା ମଧ୍ୟରେ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଥିବା ବରପୁତ୍ର ଏବଂ ଏହାର ଚତୁର୍ପାଶ୍ବ ପରିବେଶକୁ ସଫେଇ କରିବା ସହ ବରପୁତ୍ରମାନଙ୍କୁ ମାଲ୍ୟାର୍ପଣ କରିବା ନିମନ୍ତେ ଅନୁଷ୍ଠାନର ମୁଖ୍ୟମାନଙ୍କୁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜନସାଧାରଣମାନେ ବହୁ ମାତ୍ରାରେ ଭାଗ ନେବା ପାଇଁ ଏହାର ସିଧା ପ୍ରସାରଣ କରାଯିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଏହାର ସୁପରିଚାଳନା ନିମନ୍ତେ ଜିଲ୍ଲାର ସମସ୍ତ ବ୍ଲକ ଓ ପଞ୍ଚାୟତକୁ ପଞ୍ଚାୟତିରାଜ ବିଭାଗ ଦ୍ବାରା ନିର୍ଦେଶନାମା ଜାରି କରାଯାଇଛି।
Related posts
-
ଉଦଯାପିତ ହେଲା ସିରିୟସ୍ ଜୋନର ନାଟକ ମହୋତ୍ସବ, ମଞ୍ଚସ୍ଥ ହେଲା ନାଟକ ଚିତ୍ରପ୍ରତିମା
ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ୪ ଦିନ ଧରି ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି।... -
ନବବର୍ଷରେ ପାଇଥିବା ଉପହାରକୁ ଛାତ୍ରଛାତ୍ରୀଙ୍କୁ ବିତରଣ କଲେ ନୟାଗଡ଼ ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନବବର୍ଷର ଶୁଭେଚ୍ଛାରେ ଫୁଲତୋଡ଼ା, ମିଠା ପ୍ୟାକେଟ୍, ଡାଇରୀ ପରିବର୍ତ୍ତେ... -
କବି ପ୍ରଭାତ ମିଶ୍ରଙ୍କ ‘ପ୍ରହରୀ’ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପଠାଣି ସାମନ୍ତ ପ୍ରେକ୍ଷାଳୟରେ ନୟାଗଡ଼ ସିରିଅସ ଜୋନ୍ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବରେ କବି ପ୍ରଭାତ ମିଶ୍ରଙ୍କ...