ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସହର ସ୍ଥିତ ଷ୍ଟାଡିଅମ ଠାରେ ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି ପ୍ରତିଯୋଗିତା -୨୦୨୬, ନୟାଗଡ ଜିଲ୍ଲା କ୍ରୀଡା ବିଭାଗ, ଜିଲ୍ଲା ଆଥଲେଟିକ ଆସୋସିଏସନ୍ ସୌଜନ୍ୟରୁ ଜିଲ୍ଲାପାଳ ମଧୁମିତା ରଥଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ।ଜିଲ୍ଲା ଆଥଲେଟିକ୍ ଆସୋସିଏସନର ସମ୍ପାଦକ ଅଶେଷ କୁମାର ଦାଶ, ଜିଲ୍ଲା କ୍ରୀଡା ସଂସଦର ଉପସଭାପତି ଭବାନୀ ଶଙ୍କର ଦାସ, ବିନାୟକ ପ୍ରସାଦ ରାଓ, ସଭ୍ୟ ସୁରେନ୍ଦ୍ର କୁମାର ସେଠୀ, ପ୍ରଶାନ୍ତ କୁମାର ଦାସ ଖେଳ ଶିକ୍ଷକ ସନ୍ନ୍ୟାସୀ ପ୍ରଧାନ, ବିରଞ୍ଚି ନାରାୟଣ ବେହେରା, ଉମାକାନ୍ତ ମିଶ୍ର,…
Read MoreCategory: ନୟାଗଡ଼ ବ୍ଲକ
ନୟାଗଡ଼ରେ ମା ବାଟମଙ୍ଗଳାଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ବାରମାସୀ ଦଣ୍ଡା ନିକଟରେ, ମୁନିସିପାଲିଟିର ୧୧ ନମ୍ବର ୱାର୍ଡରେ ନିର୍ମିତ ନୂତନ ମଙ୍ଗଳା ମନ୍ଦିର ରେ ସକାଳ ୯ ଘଟିକା ସମୟରେ ପଣ୍ଡିତମାନଙ୍କ ଦ୍ୱାରା ପୂଜା ପାଠ ଓ ହୋମଯଜ୍ଞ ଆରମ୍ଭ ହୋଇଥିଲା। ଏହା ସହିତ ନାମ କୀର୍ତ୍ତନ ର ଧ୍ୱନିରେ ପରିବେଶ ଭକ୍ତିମୟ ହୋଇଯାଇଥିଲା। ହୋମ ଯଜ୍ଞରେ କର୍ତ୍ତା ଭାବେ ଗୋପୀନାଥ ମହାନ୍ତି ଓ ନରସିଂହ ପୃଷ୍ଟି ବସିଥିଲେ। ଏହି ଉତ୍ସବଟି ୱାର୍ଡ କାଉନସିଲର ଅକ୍ଷୟ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ବହୁ ଆଡମ୍ବରରେ ପାଳନ କରାଯାଇଥିଲା। ବାରମାସୀ ଦଣ୍ଡା ଅଞ୍ଚଳରେ ପୂର୍ବରୁ କୌଣସି ମନ୍ଦିର ନଥିବାରୁ ଏହି ମନ୍ଦିର ନିର୍ମାଣ ନେଇ ଅଞ୍ଚଳବାସୀମାନେ ବହୁତ ଖୁସି ବ୍ୟକ୍ତ କରିଛନ୍ତି।ଉତ୍ସବରେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ,…
Read Moreନୟାଗଡ଼ ମୁନିସିପାଲିଟିରେ ଅଢେଇ କୋଟି ଟଙ୍କା ମୂଲ୍ୟର ଟେଣ୍ଡର ଫିକ୍ସିଙ୍ଗ ହୋଇଥିବା ଅଭିଯୋଗ କଲା କଂଗ୍ରେସ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସିପାଲିଟିରେ ପ୍ରାୟ ଅଢେଇ କୋଟି ଟଙ୍କା ଅଟକଳ ମୂଲ୍ୟର ୧୬ଗୋଟି ଠିକା କାର୍ଯ୍ୟକୁ OPWD ନିୟମାବଳୀକୁ ଉଲଂଘନ କରାଯାଇ କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କର କିଛି ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ତିନିଚାରିଟା ଲେଖାଏଁ ପ୍ରକଳ୍ପ କାର୍ଯ୍ୟ ଦେଇଥିବା ଆଜି ଜିଲ୍ଲାପାଳଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଲିଖିତ ଅଭିଯୋଗ କରିଛନ୍ତି। ଏହି ୧୬ଗୋଟି ଠିକାକାର୍ଯ୍ୟ ପାଇଁ ଅନଲାଇନ ଟେଣ୍ଡର ଆବେଦନ ପାଇଁ ମୁନିସିପାଲିଟି ପକ୍ଷରୁ ବିଜ୍ଞାପନ ପ୍ରକାଶ କରାଯାଇଥିଲା। OPWD ନିୟମ ଆଧାରରେ ଅନଲାଇନ ବିଡିଙ୍ଗ ପରେ ପୁନଶ୍ଚ ଅଫଲାଇନ ଦରଖାସ୍ତ କୌଣସି ଲାଇନ ଯାନ୍ତ୍ରିକ ସଂସ୍ଥାରେ ଆବେଦନ କରାଯାଉ ନଥିବା ବେଳେ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଟେଣ୍ଡର ଫିକ୍ସିଙ୍ଗ ପ୍ରୋତ୍ସାହନ ପାଇଁ ଠିକାଦାର ସଙ୍ଘ ସହିତ ଷଡଯନ୍ତ୍ର କରି ସମସ୍ତ ୧୬ଗୋଟି କାର୍ଯ୍ୟକୁ ନିର୍ଦ୍ଧାରିତ ଅଟକଳ ମୂଲ୍ୟ ଅର୍ଥରାଶିରେ ବିଡିଙ୍ଗ କରାଇଥିଲେ।…
Read Moreନୟାଗଡ଼ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆଜି ନୟାଗଡ଼ରେ ଅନୁଷ୍ଠିତ ହେଇଯାଇଅଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସହିତ ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ, ମୂଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ୍, ସିଡିଏମ୍ଓ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଏହି ଶିବିରରେ ଉପସ୍ଥିତ ରହି ସମସ୍ୟା ଗୁଡ଼ିକ ଶୁଣିବା ସହ ସମାଧାନ କରିବା ପାଇଁ ଉଦ୍ୟମ କରିଥିଲେ । ଆଜିର ଅଭିଯୋଗ ଶିବିରରେ ମୋଟ୍ ୧୪୦ଟି ଅଭିଯୋଗପତ୍ର ଦାଖଲ ହୋଇଥିବା ବେଳେ ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୧୧୫ଟି, ଗ୍ରାମ୍ୟ ବିବାଦ ୮ଟି, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଟରୁ ସହାୟତା ପାଇଁ ୧୭ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସର୍ବମୋଟ ୩୭ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।
Read Moreମୁନିସିପାଲିଟିରେ ଜନଗଣନା ପ୍ରଶିକ୍ଷଣର ଶୁଭାରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତର ଜନଗଣନା-୨୦୨୭ କାର୍ଯ୍ୟକ୍ରମ ଅନ୍ତର୍ଗତ ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ଗୃହ ତାଲିକା ଏବଂ ଗୃହ ଗଣନା ପାଇଁ ଉଦ୍ଦିଷ୍ଟ ଏକପ୍ରଶିକ୍ଷଣ ଶିବିର ମୁନିସିପାଲିଟି କାର୍ଯ୍ୟାଳୟ ସଭାଗୃହରେ ଆଜିଠାରୁ ଆରମ୍ଭ ହୋଇଛି। ତିନିଦିନ ଧରି ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ଜନଗଣନା ଅଧିକାରୀ ରୋଜିନା ଦାସ ଏବଂ ସମ୍ମାନୀତ ଅତିଥି ଭାବେ ନୟାଗଡ଼ ପୌରପାଳିକା ନିରୁପମା ଖଟେଇ ଯୋଗଦାନ କରି ଜନଗଣନାର ମୁଖ୍ୟ ଉଦ୍ଦେଶ୍ୟ ଏବଂ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ନେହଲତା ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବେ ସିଆରସିସି ପ୍ରଦୀପ୍ତ କୁମାର ପଣ୍ଡା ଏବଂ ବ୍ରଜକିଶୋର ମହାପାତ୍ର ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ସହଯୋଗୀ ଭାବେ ଦିଗାମ୍ବର…
Read Moreନୟାଗଡ଼ ବାର୍ ଆସୋସିଏସନ୍ ନିର୍ବାଚନ: ପୁଣି ଥରେ ସଭାପତି ଭାବେ ରଣଜିତ୍ ଦାଶ ଓ ସମ୍ପାଦକ ଭାବେ ସ୍ୱଦେଶ ମିଶ୍ର ନିର୍ବାଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓକିଲ ସଂଘର ବହୁ ପ୍ରତିକ୍ଷିତ ନିର୍ବାଚନ ଶେଷ ହୋଇଯାଇଛି। ଏହି ନିର୍ବାଚନରେ ସଭାପତି ଭାବରେ ଶ୍ରୀଯୁକ୍ତ ରଣଜିତ୍ ଦାଶ ଏବଂ ସମ୍ପାଦକ ଭାବରେ ଶ୍ରୀଯୁକ୍ତ ସ୍ୱଦେଶ ମିଶ୍ର ପୁନର୍ବାର ବିଜୟୀ ହୋଇଛନ୍ତି। ସଙ୍ଘର ସଦସ୍ୟମାନେ ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପୁଣିଥରେ ଭରସା ପ୍ରକଟ କରିଛନ୍ତି। ଆଗାମୀ ଦିନରେ ସଂଘର ଉନ୍ନତି ଓ ଆଇନଜୀବୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ ଉଭୟ ସଭାପତି ଓ ସଂପାଦକଙ୍କ ପ୍ରୟାସ ଜାରି ରହୁ।
Read Moreକିଡଜି ପ୍ରି ସ୍କୁଲର ୧ମ ବାର୍ଷିକ ଉତ୍ସବ ‘ଫାଣ୍ଟାସିଆ’ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ୍ ଥାନା ନିକଟରେ ଅବସ୍ଥିତ କିଡଜି ପ୍ରି ସ୍କୁଲର ୧ତମ ବାର୍ଷିକ ଉତ୍ସବ “ଫାଣ୍ଟାସିଆ” ଗତ କାଲି ପଠାଣି ସାମନ୍ତ ସଂସ୍କୃତି ଭବନ ପରିସର ରେ ମହା ସମୋରୋହ ରେ ପାଳିତ ହେଇଯାଇଛି । ଉତ୍ସବରେ ସ୍କୁଲ ର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଶ୍ରୀଯୁକ୍ତ ଅବିନାଶ ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ପୌରପରିଷଦ ର ଅଧକ୍ଷା ଶ୍ରୀମତୀ ନିରୁପମା ଖଟେଇ ଓ ସମ୍ମାନିତ ଅତିଥି ଭାବେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ଏମ. ଡି ଉମର ମଲ୍ଲିକ ଯୋଗଦେଇଥିଲେ ଏବଂ ସ୍କୁଲ୍ ର ମୁଖ୍ୟ ପରି ଚାଳିକ ଶ୍ରୀମତୀ ପ୍ରିୟଙ୍କା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନୁଷ୍ଠିତ ଉତ୍ସବରେ ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ବାର୍ଷିକ ପ୍ରତିଯୋଗିତା ଗୁଡ଼ିକର କୃତି ପୁରସ୍କାର ପ୍ରଦାନ କରାଯାଇଥିଲା…
Read Moreନୟାଗଡ଼ କଲେଜରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ପରୀକ୍ଷା ନୋଟିସ୍ ପ୍ରତ୍ୟାହାର, ଏପ୍ରିଲ ଶେଷ ସୁଦ୍ଧା ସରିବ ସିଲାବସ୍ ନୟାଗଡ଼, (ନୟାଗଡ଼ ଦର୍ପଣ): ସିଲାବସ୍ ଶେଷ ନହୋଇ ପରୀକ୍ଷା ଘୋଷଣାକୁ ବିରୋଧ କରି ଆଜି ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର +୩ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। କଲେଜ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ବିରୋଧରେ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ କରିବାରୁ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀମାନେ ରାଜରାସ୍ତାରେ ବସି ନୟାଗଡ଼ ଓଡ଼ଗାଁ ରାସ୍ତାକୁ ଅବରୋଧ କରିଥିଲେ। ପୋଲିସ୍ ସେମାନଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧକୁ ହଟାଇଥିଲେ। କଲେଜ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ତାଙ୍କ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ଏବଂ କଲେଜ ପ୍ରିନ୍ସିପାଲଙ୍କ ସହ ଆଲୋଚନା କରିଥିଲେ। ପରୀକ୍ଷା ନୋଟିସକୁ ପ୍ରତ୍ୟାହାର କରିବା ପାଇଁ ପ୍ରିନ୍ସିପାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମତୀ ଦାସ୍। ଆସନ୍ତା ଏପ୍ରିଲ ଶେଷ ସୁଦ୍ଧା ସିଲାବସ୍ ଶେଷ କରିବାକୁ ବିଭାଗୀୟ…
Read More‘ଦର୍ଶନ’ ପକ୍ଷରୁ ପୂଜ୍ୟପୂଜା ସମ୍ମାନ ଓ ବନ୍ଧୁ ମିଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୈନିକ ଖବରକାଗଜ ଦର୍ଶନ ପକ୍ଷରୁ ଆଜି ନୟାଗଡ଼ ସାମ୍ବାଦିକ ଭବନ ପରିସରରରେ ପୂଜ୍ୟପୂଜା ସମ୍ମାନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରତିନିଧି ଜନ୍ମେଜୟ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ବିଶ୍ୱରେ ସୃଷ୍ଟି ହୋଇଥିବା ଭୟାନକ ପରିସ୍ଥିତି ସମ୍ପର୍କରେ ଆଲୋଚନା ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନଗରପାଳ ନିରୂପମା ଖଟେଇ, ବିଜେପି ନେତ୍ରୀ ଲକ୍ଷ୍ମୀପ୍ରିୟା ପଣ୍ଡା ପ୍ରମୂଖ ଯୋଗ ଦେଇଥିଲେ । ଦର୍ଶନ ଖବରକାଗଜ ସମ୍ପାଦକ ବିଭୂତି ଭୂଷଣ ନାୟକ, ସହ ସମ୍ପାଦିକା ପ୍ରସମିତା ମହାନ୍ତି ପ୍ରମୂଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ନୟାଗଡ ସକାଳ ଜିଲ୍ଲା ପ୍ରତିନିଧି ଅନିଲ କୁମାର ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ…
Read Moreସାଇ ହେଲଥ କେୟାର ଏବଂ ଫିଜିଓଥେରାପି କ୍ଲିନିକ୍ ଉଦଘାଟିତ ସହ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଇଟାମାଟି ଗ୍ରାମର ଫିଲ୍ମ ହଲ ପାଖରେ ନୂତନ ଭାବେ ସାଇ ହେଲଥ କେୟାର ଏଵଂ ଫିଜିଓ ଥେରାପି କ୍ଲିନିକ୍ ଉଦଘାଟନ ହେଇଯାଇଛି ଉକ୍ତ ଉଦଘାଟନ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ନୟାଗଡ଼ ତହସିଲଦାର ରାଜେଶ ସ୍ବାଇଁ ଇଟାମାଟି ସରପଞ୍ଚ ଶ୍ରୀମତୀ ସ୍ଵପ୍ନେଶ୍ଵରୀ ସେଠି, ପ୍ରତିଷ୍ଠିତ ବ୍ୟବସାୟୀ ବଳଭଦ୍ର ଚିନରା, ସତ୍ୟଭାମା ଦେଇ, ବିଜୟ କୁମାର ସାଥୁଆ, ଅଶୋକ ନାୟକ ଭାଗିରଥୀ ବାଇ, ସବିତା ମଞ୍ଜରୀ, ସାଇ ସ୍ବରାଜ, ସାଇ ହେଲଥ କେୟାର ତଥା ସାଇ ସିଦ୍ଧି ଫାଉଣ୍ଡେସନର ପ୍ରତିଷ୍ଠାତା ସାଇ ଶୁଭମ୍ ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଏହି ପରିପ୍ରେକ୍ଷୀରେ ଡଃ ଗୌତମ ବେନିଆ ଡଃ ସତ୍ୟବ୍ରତ ପାଣିଗ୍ରାହୀ ସମସ୍ତ ରୋଗୀଙ୍କୁ ଚିକିତ୍ସା ଓ ପରାମର୍ଶ ଦେଇଥିଲେ (ଫିଜିଓଥେରାପି ଚିକିତ୍ସା) ତଥା ଅଣ୍ଟା…
Read More