ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ବାରମାସୀ ଦଣ୍ଡା ନିକଟରେ, ମୁନିସିପାଲିଟିର ୧୧ ନମ୍ବର ୱାର୍ଡରେ ନିର୍ମିତ ନୂତନ ମଙ୍ଗଳା ମନ୍ଦିର ରେ ସକାଳ ୯ ଘଟିକା ସମୟରେ ପଣ୍ଡିତମାନଙ୍କ ଦ୍ୱାରା ପୂଜା ପାଠ ଓ ହୋମଯଜ୍ଞ ଆରମ୍ଭ ହୋଇଥିଲା। ଏହା ସହିତ ନାମ କୀର୍ତ୍ତନ ର ଧ୍ୱନିରେ ପରିବେଶ ଭକ୍ତିମୟ ହୋଇଯାଇଥିଲା। ହୋମ ଯଜ୍ଞରେ କର୍ତ୍ତା ଭାବେ ଗୋପୀନାଥ ମହାନ୍ତି ଓ ନରସିଂହ ପୃଷ୍ଟି ବସିଥିଲେ। ଏହି ଉତ୍ସବଟି ୱାର୍ଡ କାଉନସିଲର ଅକ୍ଷୟ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ବହୁ ଆଡମ୍ବରରେ ପାଳନ କରାଯାଇଥିଲା।
ବାରମାସୀ ଦଣ୍ଡା ଅଞ୍ଚଳରେ ପୂର୍ବରୁ କୌଣସି ମନ୍ଦିର ନଥିବାରୁ ଏହି ମନ୍ଦିର ନିର୍ମାଣ ନେଇ ଅଞ୍ଚଳବାସୀମାନେ ବହୁତ ଖୁସି ବ୍ୟକ୍ତ କରିଛନ୍ତି।ଉତ୍ସବରେ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ଜିଲ୍ଲା ଓକିଲ ସଂଘର ସମ୍ପାଦକ ସ୍ୱଦେଶ ମିଶ୍ର, ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ ଓ ସମାଜସେବୀ ଲକ୍ଷ୍ମୀପ୍ରିୟା ପଣ୍ଡା ଉପସ୍ଥିତ ଥିଲେ। ଉତ୍ସବ ଶେଷରେ ଭକ୍ତମାନେ ପ୍ରସାଦ ସେବନ କରି ଆଧ୍ୟାତ୍ମିକ ଆନନ୍ଦର ଅନୁଭବ କରିଥିଲେ।
