ନୟାଗଡ଼ ବାର୍ ଆସୋସିଏସନ୍ ନିର୍ବାଚନ: ପୁଣି ଥରେ ସଭାପତି ଭାବେ ରଣଜିତ୍ ଦାଶ ଓ ସମ୍ପାଦକ ଭାବେ ସ୍ୱଦେଶ ମିଶ୍ର ନିର୍ବାଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓକିଲ ସଂଘର ବହୁ ପ୍ରତିକ୍ଷିତ ନିର୍ବାଚନ ଶେଷ ହୋଇଯାଇଛି। ଏହି ନିର୍ବାଚନରେ ସଭାପତି ଭାବରେ ଶ୍ରୀଯୁକ୍ତ ରଣଜିତ୍ ଦାଶ ଏବଂ ସମ୍ପାଦକ ଭାବରେ ଶ୍ରୀଯୁକ୍ତ ସ୍ୱଦେଶ ମିଶ୍ର ପୁନର୍ବାର ବିଜୟୀ ହୋଇଛନ୍ତି। ସଙ୍ଘର ସଦସ୍ୟମାନେ ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପୁଣିଥରେ ଭରସା ପ୍ରକଟ କରିଛନ୍ତି।
ଆଗାମୀ ଦିନରେ ସଂଘର ଉନ୍ନତି ଓ ଆଇନଜୀବୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ ଉଭୟ ସଭାପତି ଓ ସଂପାଦକଙ୍କ ପ୍ରୟାସ ଜାରି ରହୁ।

Related posts