କିଡଜି ପ୍ରି ସ୍କୁଲର ୧ମ ବାର୍ଷିକ ଉତ୍ସବ ‘ଫାଣ୍ଟାସିଆ’ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ୍ ଥାନା ନିକଟରେ ଅବସ୍ଥିତ କିଡଜି ପ୍ରି ସ୍କୁଲର ୧ତମ ବାର୍ଷିକ ଉତ୍ସବ  “ଫାଣ୍ଟାସିଆ”  ଗତ କାଲି ପଠାଣି ସାମନ୍ତ ସଂସ୍କୃତି ଭବନ ପରିସର ରେ ମହା ସମୋରୋହ ରେ ପାଳିତ ହେଇଯାଇଛି । ଉତ୍ସବରେ  ସ୍କୁଲ ର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ  ଶ୍ରୀଯୁକ୍ତ ଅବିନାଶ ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ପୌରପରିଷଦ ର ଅଧକ୍ଷା ଶ୍ରୀମତୀ ନିରୁପମା ଖଟେଇ  ଓ ସମ୍ମାନିତ ଅତିଥି ଭାବେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ଏମ. ଡି  ଉମର ମଲ୍ଲିକ ଯୋଗଦେଇଥିଲେ ଏବଂ ସ୍କୁଲ୍ ର ମୁଖ୍ୟ ପରି ଚାଳିକ ଶ୍ରୀମତୀ ପ୍ରିୟଙ୍କା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ  । ଅନୁଷ୍ଠିତ ଉତ୍ସବରେ ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ବାର୍ଷିକ ପ୍ରତିଯୋଗିତା ଗୁଡ଼ିକର କୃତି  ପୁରସ୍କାର ପ୍ରଦାନ କରାଯାଇଥିଲା । ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଚିତା କର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହା ସହିତ ସମାଜକୁ ଉଚିତ୍ ବାର୍ତ୍ତା ଦେବା ପାଇଁ ” ପିତା ଓ ମାତା ହିଁ ପ୍ରକୃତ ଦେବତା” ଏକ କ୍ଷୁଦ୍ର ନାଟକ ପରିବେଷଣ ସହ ସମସ୍ତଙ୍କର ମନୋରଞ୍ଜନ ପାଇଁ ମ୍ୟାଜିକସିଆନ ଗୋପୀନାଥ ସେଠୀଙ୍କ ଦ୍ଵାରା ଏକ ମ୍ୟାଜିକ ସୋ ମଧ୍ୟ କରାଯାଇଥିଲା । ଆଜିକା ଦିନରେ ଶିଶୁ ମାନଙ୍କୁ କେବଳ ଶିକ୍ଷା ନୁହେଁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ମତ ରଖିଥିଲେ । ସର୍ବମୋଟ ୭୬ ଜଣଙ୍କୁ ଏହି ଉତ୍ସବରେ ପୁରସ୍କୃତ କରାଯାଇଥିବା ବେଳେ ସ୍କୁଲ୍ ର ଶିକ୍ଷୟତ୍ରୀ ଏବଂ ସମସ୍ତ କର୍ମଚାରି ମାନଙ୍କୁ ଶିଶୁ ମାନଙ୍କୁ ଉଚିତ୍ ସେବା ଯୋଗାଇଥିବା ହେତୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍କୁଲ ର ମୁଖ୍ୟ ପରିଚାଳକ ଶ୍ରୀମତୀ ପ୍ରିୟଙ୍କା ସାହୁଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନ ରେ ସମସ୍ତ ଶିକ୍ଷୟତ୍ରୀ ଓ  କର୍ମଚାରୀଙ୍କ ସହଯୋଗରେ ବାର୍ଷିକ ଉତ୍ସବ ‘ଫାଣ୍ଟାସିଆ’ ସଫଳତା ସହ ସମ୍ପନ୍ନ ହୋଇଯାଇଅଛି ।

Related posts