ନୟାଗଡ଼ରେ ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି ପ୍ରତିଯୋଗିତାଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସହର ସ୍ଥିତ ଷ୍ଟାଡିଅମ ଠାରେ ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି ପ୍ରତିଯୋଗିତା -୨୦୨୬, ନୟାଗଡ ଜିଲ୍ଲା କ୍ରୀଡା ବିଭାଗ, ଜିଲ୍ଲା ଆଥଲେଟିକ ଆସୋସିଏସନ୍  ସୌଜନ୍ୟରୁ  ଜିଲ୍ଲାପାଳ ମଧୁମିତା ରଥଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ।
ଜିଲ୍ଲା ଆଥଲେଟିକ୍ ଆସୋସିଏସନର ସମ୍ପାଦକ ଅଶେଷ କୁମାର ଦାଶ, ଜିଲ୍ଲା କ୍ରୀଡା ସଂସଦର ଉପସଭାପତି ଭବାନୀ ଶଙ୍କର ଦାସ, ବିନାୟକ ପ୍ରସାଦ ରାଓ, ସଭ୍ୟ ସୁରେନ୍ଦ୍ର କୁମାର ସେଠୀ, ପ୍ରଶାନ୍ତ କୁମାର ଦାସ ଖେଳ ଶିକ୍ଷକ ସନ୍ନ୍ୟାସୀ ପ୍ରଧାନ, ବିରଞ୍ଚି ନାରାୟଣ ବେହେରା, ଉମାକାନ୍ତ ମିଶ୍ର, ଚିତ୍ତ ରଂଜନ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ପ୍ରମୂଖ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ଆଗେଇ ନେବା ସହ ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିଥିଲ। ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ସାହୁ ସମସ୍ତଙ୍କୁ ଧନ୍ୟଵାଦ ପ୍ରଦାନ କରିଥିଲେ।

Related posts