ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଇଟାମାଟି ଗ୍ରାମର ଫିଲ୍ମ ହଲ ପାଖରେ ନୂତନ ଭାବେ ସାଇ ହେଲଥ କେୟାର ଏଵଂ ଫିଜିଓ ଥେରାପି କ୍ଲିନିକ୍ ଉଦଘାଟନ ହେଇଯାଇଛି ଉକ୍ତ ଉଦଘାଟନ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ନୟାଗଡ଼ ତହସିଲଦାର ରାଜେଶ ସ୍ବାଇଁ ଇଟାମାଟି ସରପଞ୍ଚ ଶ୍ରୀମତୀ ସ୍ଵପ୍ନେଶ୍ଵରୀ ସେଠି, ପ୍ରତିଷ୍ଠିତ ବ୍ୟବସାୟୀ ବଳଭଦ୍ର ଚିନରା, ସତ୍ୟଭାମା ଦେଇ, ବିଜୟ କୁମାର ସାଥୁଆ, ଅଶୋକ ନାୟକ ଭାଗିରଥୀ ବାଇ, ସବିତା ମଞ୍ଜରୀ, ସାଇ ସ୍ବରାଜ, ସାଇ ହେଲଥ କେୟାର ତଥା ସାଇ ସିଦ୍ଧି ଫାଉଣ୍ଡେସନର ପ୍ରତିଷ୍ଠାତା ସାଇ ଶୁଭମ୍ ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଏହି ପରିପ୍ରେକ୍ଷୀରେ ଡଃ ଗୌତମ ବେନିଆ ଡଃ ସତ୍ୟବ୍ରତ ପାଣିଗ୍ରାହୀ ସମସ୍ତ ରୋଗୀଙ୍କୁ ଚିକିତ୍ସା ଓ ପରାମର୍ଶ ଦେଇଥିଲେ (ଫିଜିଓଥେରାପି ଚିକିତ୍ସା) ତଥା ଅଣ୍ଟା ବ୍ୟଥା,ବେକ ବ୍ୟଥା, ପାରାଲିସିସ୍, ଶାରିରୀକ ଭିନ୍ନକ୍ଷମ ଶିଶୁ ଙ୍କ ଚିକିତ୍ସା ଆଦି କରା ହେଉଛି ବୋଲି କହିଥିଲେ ପ୍ରତିଷ୍ଠିତା ସାଇ ଶୁଭମ୍ ନୟାଗଡ଼ ବ୍ଲକ ଇଟାମାଟି ଗ୍ରାମ ରେ ଏହା ଏକମାତ୍ର ହୋଇ ଥିବାବେଳେ ଆଖପାଖ ଅଞ୍ଚଳର ରୋଗୀ ଉପକୃତ ହେବବୋଲି କହିଥିଲେ। ପ୍ରଥମ ଦିନରେ ୧୦୦ ରୁ ଅଧିକ ରୋଗୀ ପରାମର୍ଶ କରିଥିଲେ ଶୁଭମ୍ ଜଣେ ଜଣାଶୁଣା ସମାଜସେବୀ, ହୋଇଥିବା ବେଳେ ଏହିଭଳି ଏକ ନିଆରା ପ୍ରୟାସ ଆଖପାଖ ଅଞ୍ଚଳର ଲୋକମାନେ ବିଶେଷ ଉପକୃତ ହେବେ ବୋଲି ଆଶା ରଖିଛନ୍ତି।

