ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିକାଶର ଆଶା ନେଇ ପରିବର୍ତ୍ତନର ଆହ୍ୱାନ ଦେଲେ ପୁରୀ ଲୋକସଭା କ୍ଷେତ୍ରର ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ନୟାଗଡ଼ ବିଜେପିର ବିଧାୟିକା ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱ ଉପରେ ଆସ୍ଥା ରଖି ଭୟମୁକ୍ତ ଓ ଭ୍ରଷ୍ଟାଚାର ମୁକ୍ତ ନୟାଗଡ଼ ଗଢି ତୋଳିବା ପାଇଁ ପୁରୁଣା ରାଜବାଟୀ ଠାରେ ଘଡୁଆଳ ଗ୍ରାମପଞ୍ଚାୟତର ବୃନ୍ଦାବନପୁର ଗ୍ରାମ, ଖୁଟୁବନ୍ଧ ଗ୍ରାମପଞ୍ଚାୟତ, କ୍ରୀଦାଶପୁର ଗ୍ରାମ ପଞ୍ଚାୟତର କଞ୍ଚନବିଲି, ଗୌଡ଼ପୁଟ ଗ୍ରାମପଞ୍ଚାୟତ, ଓଡଗାଁ ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୧, ଗିରିଡ଼ିପଲ୍ଲୀ ଗ୍ରାମର ମଦନପୁର ଗ୍ରାମର ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ବିଜୁ ଜନତା ଦଳ ତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ଆଉ ପ୍ରତ୍ୟୁଷା କହିଛନ୍ତି ନୟାଗଡ଼ରେ ଚାଲିଥିବା ଦୁର୍ନୀତି ବିରୁଦ୍ଧରେ ଲଢେଇରେ ଆପଣମାନେ ମୋତେ ସହଯୋଗ କରନ୍ତୁ । ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ…
Read MoreCategory: ନୟାଗଡ଼ ବ୍ଲକ
ନୟାଗଡ଼ ନିର୍ବାଚନ ମଣ୍ଡଳୀର ଗାଁ ଗାଁରେ ପହଞ୍ଚୁଛି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜୁ ଜନତା ଦଳ ବୃହତ ବିଜୟ ଲକ୍ଷରେ ରହିଛି । ଦୈନିକ ଶହ ଶହ ବିରୋଧି କର୍ମୀ ବିଜେଡ଼ିରେ ସାମିଲ ହେଉଥିବା ବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପଞ୍ଚମ ବିଜୟ ଲକ୍ଷରେ ରହିଛନ୍ତି । ଚଳିତ ନିର୍ବାଚନରେ ବିଜୁ ଜନତା ଦଳ କିଭଳି ଭଲ ପଦର୍ଶନ କରିବ, ସେଥିପାଇଁ ଜୋରଦାର ପ୍ରୟାସ କରାଯାଉଛି। ନୟାଗଡ଼ ବ୍ଲକର ୨୯ଟି ପଞ୍ଚାୟତ, ଓଡ଼ଗାଁ ବ୍ଲକର ୧୮ ପଞ୍ଚାୟତ, ଓଡ଼ଗାଁ ଏନଏସି, ନୟାଗଡ଼ ପୈାର ପରିଷଦକୁ ନେଇ ଗଠିତ ନୟାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପ୍ରଚାର ଆରମ୍ଭ ହୋଇଛି । ନୟାଗଡ଼ ସହରର ବିଭିନ୍ନ ଗଳି କନ୍ଦିରେ କାଉନସିଲର, ନେତା, କର୍ମୀ ଓ କାଉନସିଲରମାନେ ପ୍ରଚାର କାର୍ଯ୍ୟ ଚଳାଇଥିବା ବେଳେ ବିଧାୟକ ଡ.…
Read Moreତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ହେବ ପାଠପଢ଼ା, ତାପରେ ଗ୍ରୀଷ୍ମ ଛୁଟି
ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖ୍ ରାଜ୍ୟ ସରକାର ଚଳିତଅପ୍ରେଲ ୨୨ (ସୋମବାର)ରୁ ୨୪ ତାରିଖ (ବୁଧବାର) ପର୍ଯ୍ୟନ୍ତ ତିନିଦିନ ପାଇଁ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଚଳିତ ଅପ୍ରେଲ (ଗୁରୁବାର)ଠାରୁ ଗ୍ରୀଷ୍ମ ଛୁଟି ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ।
Read Moreଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ ବିଜେପି ନେତା
ନୟାଗଡ଼,(ନୟାଗଡ଼ ଦର୍ପଣ): ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ତଥା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ସନ୍ୟାସୀ ପ୍ରଧାନ, ବିଜେପି ନେତା ଦନାର୍ଦ୍ଦନ ଦଳବେହେରା, ତ୍ରିନାଥ ବିଶ୍ବାଳ, ଭାଗବତ ସେଠି ଓ ସ୍ମିତା ସିଂ। ମୁଖ୍ୟମନ୍ତ୍ରୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ସମସ୍ତ ନେତୃବୃନ୍ଦ । ସାରା ବିଶ୍ବରେ ନବୀନ ପଟ୍ଟନାୟକଙ୍କର ଖ୍ୟାତି ରହିଛି ବୋଲି ପ୍ରକାଶ କରିଥିଲେ ସନ୍ୟାସୀ ପ୍ରଧାନ । ଏହି ମିଶ୍ରଣ ପର୍ବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ପୁରୀ ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।
Read Moreଶଙ୍ଖ ଭବନଠୁ ବଳିଗଲା ନୟାଗଡ଼ରେ ମିଶ୍ରଣ ପର୍ବ, ପ୍ରତ୍ୟେହ ଶହ ଶହ ବିରୋଧୀ ଦଳର ନେତା ଯୋଗ ଦେଉଛନ୍ତି ବିଜେଡିରେ
ବାଘେରା, ମର୍ଦ୍ଦରାଜପୁର, କୃଷ୍ଣପ୍ରସାଦ ଓ ଚମ୍ପତ୍ତିପୁରର ବିରୋଧୀ ନେତା ବିଜେଡିରେ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଅଧୀକ ଶକ୍ତିଶାଳୀ ହେଉଛି ବିଜେଡି । ଗତ କିଛି ଦିନ ଧରି ବିରୋଧୀ ଶିବିରର ଅନେକ ନେତା ଓ କର୍ମୀ ବିଜେଡିରେ ଯୋଗ ଦେବାରେ ଲାଗିଛନ୍ତି । ବିରୋଧୀ ଶିବିର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ବିରୋଧୀ ଶିବିରରେ ସେତିକି ନିରାଶ ଦେଖିବାକୁ ମିଳୁଛି । ଦୁର୍ବଳ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ଶିବିର । ପ୍ରତ୍ୟେକ ଦିନ ବିଜେପି ଛାଡ଼ି ବିଜେଡ଼ିରେ ବିଜେପି କର୍ମୀଙ୍କ ବିଜେଡ଼ିରେ ମିଶ୍ରଣ ଓ ବିଜେଡ଼ି ଏକତାରେ ଶକ୍ତିଶାଳୀ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ଶିବିର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଚିନ୍ତାଧାରା…
Read Moreଧାଡ଼ିକିଆ ଖବର, ତାରିଖ-୨୦.୦୪.୨୪ (ଶନିବାର)
⭕ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ।ଅପରାହ୍ନ ୫ଟା ସୁଦ୍ଧା ହାରାହାରି ୬୨ ପ୍ରତିଶତ ହେଲା ମତଦାନ। ⭕ଜୁନ ୧ ଯାଏଁ ଏକଜିଟ ପୋଲ ନିଷିଦ୍ଧ ଘୋଷଣା କଲେ ନିର୍ବାଚନ ଆୟୋଗ। ⭕ଏଥର ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସହ ସାମ୍ନାସାମ୍ନି ଲଢ଼େଇ ହେବ: ଅମିତ୍ ଶାହା ⭕ରାଜ୍ୟରେ ଅସମ୍ଭାଳ ତାତି ୪୩.୦୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଭୁବନେଶ୍ୱର ୪୧.୪। ⭕ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା, ୨ ସପ୍ତାହରେ ବଢ଼ିଲାଣି ୧୫ ଟଙ୍କା ! ⭕ଲଖନପୁର ନୌକା ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା। ⭕ଆସୁଛି କାଳବୈଶାଖୀ, ତାତିରୁ ମିଳିବ ମୁକ୍ତି , କମିବ ତାପମାତ୍ରା, ଆସନ୍ତା ୨୧ ଓ ୨୨ ତାରିଖରେ କାଳବୈଶାଖୀ…
Read Moreନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଦୈନିକ ଚାଲିଛି ବିଜେଡିର ମିଶ୍ରଣ ପର୍ବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିରୋଧି ଶିବିର ଦିନକୁ ଦିନ ଦୁର୍ବଳ ହେଉଛି । ବିଜେଡି ମୁହାଁ ହେଉଛନ୍ତି ବିରୋଧୀ ନେତା । ବିଜେପି ନେତା ଓ କର୍ମୀଙ୍କ ସୁଅ ବିଜେଡି ମୁହାଁ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଚିନ୍ତାଧାରା ଏବଂ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଶାନ୍ତି, ମୈତ୍ରୀ ଓ ଉନ୍ନତୀର ନାରା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ମଜୁବୁତ କରିଛି । ଗତ ଏକ ମାସ ମଧ୍ୟରେ ପନ୍ଦର ଶହରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ଫଳରେ ନିର୍ବାଚନ ମଣ୍ଡଳୀରେ ବିଜେଡି ଶକ୍ତି ବୃଦ୍ଧି ହୋଇ ଚାଲିଥିବା ବେଳେ ବିରୋଧି ସଂଗଠନ ଦୁର୍ବଳ ହେଉଛି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ…
Read Moreବିଜେଡି କାର୍ଯ୍ୟାଳୟରେ ବିଶାଳ କର୍ମୀ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ବିଶାଳ କର୍ମୀ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଜେଡି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଇରାନୀ ରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ ସୁବାସ ଚନ୍ଦ୍ର କହଁର ପ୍ରମୁଖ ଉପସ୍ଥିତ ରହିଥିଲେ। ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ନୟାଗଡ଼ ବିଧାୟକ ପ୍ରାର୍ଥୀ ଡ. ସାହୁଙ୍କ ଜୀବନ ଉପରେ ବୃତଚିତ୍ର ପ୍ରଦର୍ଶନ ହୋଇଥିଲା। ନିର୍ବାଚନକୁ ଯୁଦ୍ଧ ଭାବି ଆମେ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ଡ. ସାହୁ କହିଥିଲେ। ପ୍ରତିଟି ମୁହୂର୍ତ୍ତ ଆମ ପାଇଁ…
Read Moreଇଟାମାଟି, ଲେଙ୍କୁଡ଼ିପଡ଼ା ଓ ଡେଙ୍ଗେରାଗୋଡିର ବିରୋଧୀ ନେତା ଫୁଙ୍କିଲେ ଶଙ୍ଖ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିରୋଧି ଶିବିର ଦିନକୁ ଦିନ ଦୁର୍ବଳ ହେଉଛି । ବିଜେପି ନେତା ଓ କର୍ମୀଙ୍କ ସୁଅ ବିଜେଡି ମୁହାଁ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଚିନ୍ତାଧାରା ଏବଂ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଶାନ୍ତି, ମୈତ୍ରୀ ଓ ଉନ୍ନତୀର ନାରା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ମଜୁବୁତ କରିଛି । ଗତ ଏକ ମାସ ମଧ୍ୟରେ ହଜାରରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ଫଳରେ ନିର୍ବାଚନ ମଣ୍ଡଳୀରେ ବିଜେଡି ଶକ୍ତି ବୃଦ୍ଧି ହୋଇ ଚାଲିଥିବା ବେଳେ ବିରୋଧି ସଂଗଠନ ଦୁର୍ବଳ ହେଉଛି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ନୟାଗଡ଼ ବ୍ଲକ…
Read Moreନିର୍ବାଚନକୁ ନେଇ ନୟାଗଡ଼ରେ ଗଡ଼ିଲା ମୁଣ୍ଡ, ୨ନିଲମ୍ବିତ
ନୟାଗଡ଼(ନୟାଗଡ଼ ଦର୍ପଣ): ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଓଡଗାଁ ଦୂତୀକେଶ୍ୱର ମନ୍ଦିର ଠାରେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିଥିବାରୁ, ନିର୍ବାଚନ ଆଚରଣ ବିଧି କମିଟିର ତଦନ୍ତକୁ ଆଧାର କରି ନୂଆଗାଁ ବ୍ଲକ ଅନ୍ତର୍ଗତ ଗତିଶ୍ୱର ମହାବିଦ୍ୟାଳୟର ଖେଳ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ଓ ନୟାଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସହକାରୀ ପରିଚାଳକ ଯୁଗଳ କିଶୋର ପ୍ରଧାନଙ୍କୁ ପୁନଃ ଆଦେଶ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି।
Read More