ଶିକ୍ଷକସଂଘ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ତିନି ଦଫା ଦାବି ନେଇ ବିଧାୟକ ଡ଼. ଅରୁଣ କୁମାର ସାହୁଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ସୋମବାର ପୂର୍ବାହ୍ନରେ ଦାବିପତ୍ର ପ୍ରଦାନ କରାଯାଇଛି। ବିଧାୟକ ଡ଼. ସାହୁ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ବିଭିନ୍ନ ଦାବି ଗୁଡିକ ସରକାରଙ୍କ ପାଖରେ ପହଞ୍ଚାଇ ସମାଧାନ ପାଇଁ ଉଦ୍ୟମ କରିବାର ପ୍ରତିଶ୍ରୁତି ଦେଇଥିଲେ। ସୂଚନାଯୋଗ୍ୟ ଯେ ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ, ୬ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି ନୋସନାଲ ଇନ୍‌କ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା, କେନ୍ଦ୍ରୀୟ ହାରରେ ଦରମା ଏବଂ ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା ଆଦି ୩ଦଫା ଦାବି ନେଇ ଶିକ୍ଷକମାନେ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଥିବା ବେଳେ ସରକାର ପ୍ରତିଶ୍ରୁତି ଦେଇ କୌଣସି…

Read More

ସାମ୍ବାଦିକ କିଶୋର ମହାପାତ୍ରଙ୍କ ଅକାଳ ବିୟୋଗ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡିଆ ସାମ୍ବାଦିକ ସଂଘ ସମ୍ପାଦକ ତଥା ଆୱାଜ ମେଡିଆର ଜିଲ୍ଲା ପ୍ରତିନିଧି କିଶୋର ମହାପାତ୍ର ମସ୍ତିଷ୍କାଘାତରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୭ବର୍ଷ ବୟସ ହୋଇଥିଲା । କିଶୋରଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ବୁଧବାର ବିଳମ୍ବିତ ରାତିରେ କିଶୋର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତରିତ କରାଯାଇଥିଲା । ପୁନର୍ବାର ଏମସରୁ ଅନ୍ୟ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅବସ୍ଥା ସାଂଘାତିକ ଥିବାରୁ ତାଙ୍କୁ ଆଇସିୟୁରେ ରଖା ଯାଇଥିଲା। ମାତ୍ର ଶୁକ୍ରବାର ଦିନ ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଥିଲା । ଶନିବାର ଭୋର ସମୟରେ କିଶୋରଙ୍କ ମରଶରୀର ନୟାଗଡ଼ ପୁରୁଣା…

Read More

ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ଥୁଆବାରୀ ଠାରେ ସ୍ୱାଧୀନତାର ଅମୃତ ଉତ୍ସବ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସେବା ଉତ୍ସବ ସମିତି ପକ୍ଷରୁ ନୟାଗଡ଼ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ଥୁଆବାରୀ ଠାରେ ସ୍ୱାଧୀନତାର ଅମୃତ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଞ୍ଜିନିଅର ଶିଶିର କୁମାର ନାୟକ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀଙ୍କ ମହାନ ମାଟି ଭାବେ ଥୁଆବାରୀ ସାରା ଭାରତ ଇତିହାସରେ ନିଜର ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି ବୋଲି କହିଛନ୍ତି l ସେହିଭଳି ମୁଖ୍ୟବକ୍ତା ଭାବେ ଲେଖକ ତଥା ଗବେଷକ ଚନ୍ଦ୍ରବିଜୟୀ ମିଶ୍ର ଭାରତର ସ୍ୱାଧୀନତା ସଂଗ୍ରାମରେ ଥୁଆବାରୀର ଯେଉଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ତାହା ସ୍ବର୍ଣ୍ଣକ୍ଷରରେ ଲିପିବଦ୍ଧ ରହିବ ବୋଲି ମତ ରଖିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଦାମୋଦର ସାହୁ,ସାମ୍ବାଦିକ ଧନେଶ୍ୱର ସାହୁ, ଥୁଆବାରୀ ଗ୍ରାମର…

Read More

ମରଣ ଯନ୍ତା ପାଲଟିଛି ରାଜସୁନାଖଳା ଷ୍ଟେସନ ରାସ୍ତା, ରାସ୍ତା ନା ନର୍ଦ୍ଦମା?

ରାଜସୁନାଖଳା,(ନୟାଗଡ଼ ଦର୍ପଣ):- ରଣପୁର ବ୍ଲକ ରାଜସୁନାଖଳା ରେଳଷ୍ଟେସନକୁ ସଂଯୋଗ କରୁଥିବା ରାସ୍ତାଟି ଏବେ ପାଲଟିଛି ମରଣ ଯନ୍ତା। ଅତି ନିମ୍ନମାନର କାର୍ଯ୍ୟଯୋଗୁଁ କଂକ୍ରିଟ ରାସ୍ତା ମଧ୍ୟ ଫାଟି ଆଁ କଲାଣି। ରାଜସୁନାଖଳା ଓଭର ବ୍ରିଜ ନିକଟରେ ନିର୍ମାଣ ହୋଇ ନଥିବା ରାସ୍ତାର ସାଂଘାତିକ ଚିତ୍ରକୁ ଦେଖିଲେ ଏହାକୁ ଯିଏ ବି କେହି ରାସ୍ତା ନ କହି ନର୍ଦ୍ଦମା ବୋଲି କହିବ। ତେବେ ରାସ୍ତା ନିର୍ମାଣର ଅବହେଳା ହୋଇଥିବା ନେଇ ବିଭିନ୍ନ ମହଲରୁ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ଏପରିକି ରାଜନୈତିକ ଇଛାଶକ୍ତିର ଅଭାବରୁ ଉଭୟ ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ରାଜସୁନାଖଳା ରେଳ ଷ୍ଟେସନଟି ଚରମ ଅବହେଳାର ଶିକାର ହୋଇଛି ବୋଲି କୁହାଯାଉଛି। ଫନି ବାତ୍ୟା ସମୟରୁ ନଷ୍ଟ ହୋଇଯାଇଥିବା ହୋଡିଂଟି ଏପର୍ଯ୍ୟନ୍ତ ପୁନଃ ଅବସ୍ଥାପିତ ନ ହେବାରୁ ଏହାକୁ ନେଇ ଖୁବ…

Read More

ନୟାଗଡ଼ ଅଗ୍ନିଶମ କେନ୍ଦ୍ର ପରିସରରେ ବନ ମହୋତ୍ସବ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଅଗ୍ନିଶମ ସେବା କେନ୍ଦ୍ର ପରିସରରେ ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଆଜି ବନମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଜଜ୍ ରୂପଶ୍ରୀ ଚୈାଧୁରୀ, ଅତିରିକ୍ତ ଜିଲ୍ଲାଜଜ୍ ଇତିଶ୍ରୀ ମହାପାତ୍ର, ରେଜିଷ୍ଟାର ଚିତ୍ତରଞ୍ଜନ ମିଶ୍ର, ମହିଳା କୋର୍ଟ ବିଚାରପତି ବର୍ଣ୍ଣାଳୀ ତ୍ରିପାଠୀ, ଜେଏମ୍ଏଫ୍ସି ମୋନାଲିସା ଦାଶ, କୋର୍ଟ ପରିଚାଳକ ସଂଗ୍ରାମ କେଶରୀ ଜେନା ପ୍ରମୂଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ୭୨ତମ ବନମହୋତ୍ସବ ଅବସରରେ ଆଜି ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ଅଗ୍ନିଶମ ବିଭାଗର ମୁଖ୍ୟ ଠାକୁର ପ୍ରସାଦ ଦଳେଇ, ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି ଏବଂ ଆଗ୍ନିକ କର୍ମଚାରୀଙ୍କ ସହ ବନ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

Read More

ଅଜଣା ଗାଡ଼ି ଧକ୍କାରେ ବାଘର ମୃତ୍ୟୁ

ଦଶପଲ୍ଲା: ନୟାଗଡ ଜିଲ୍ଲା ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ଅଂଚଳ ଶାଳଭଙ୍ଗା ଜାତୀୟ ରାଜପଥ ୫୭ଠାରେ ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ଖବର ପାଇ ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସଂସାର ଗାର୍ଗିଆ, ରାଜ କିଶୋର ଶତପଥିଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ମୃତ ବାଘକୁ ଉଦ୍ଧାର କରିଛନ୍ତି।

Read More