ନୟାଗଡ଼ରେ ଅନୁଷ୍ଠିତ ହେଲା ନୟାଗଡ଼ ଜିଲ୍ଲାସ୍ତରୀୟ ସୁରଭି ତଥା କଳା ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ଅନୁଷ୍ଠିତ ହେଲା ନୟାଗଡ଼ ଜିଲ୍ଲାସ୍ତରୀୟ ସୁରଭି ତଥା କଳା ଉତ୍ସବ। ଏହି କାର୍ଯ୍ୟକ୍ରମ ସହ ଓଡ଼ିଶା ମିଲେଟସ୍‌ ମିଶନ ପ୍ରତିଯୋଗୀତା ମଧ୍ୟ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଛି । ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ବିନୀ ନାୟକ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଉଦଯାପନ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ଏସପି ରାହୁଲ ଜୈନ ପ୍ରମୂଖ ଉପସ୍ଥିତ ରହିଥିଲେ । ସୁରଭି ଦ୍ବାରା ଆୟୋଜିତ ପ୍ରତିଯୋଗୀତାରେ…

Read More

ଲୋକ ନୋଡ଼ାଲ ବିଦ୍ୟାପୀଠରେ ବିଜ୍ଞାନ ମେଳା

ଶରଣକୁଳ,(ନୟାଗଡ଼ ଦର୍ପଣ): ଆଜି ଶରଣକୁଳ ନିକଟବର୍ତ୍ତୀ ପଞ୍ଚିରିଡା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପୂର୍ବାହ୍ନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ବେତ ନାରାୟଣ ରଣସିଂହ ପ୍ରଦୀପ ପ୍ରଜ୍ବଳନ କରି ମେଳାର ଶୁଭ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଆରଧନା ଗୌଡ଼ ଓ ଶିକ୍ଷକ ମାନସ ରଞ୍ଜନ ସାହୁ ପ୍ରକଳ୍ପ ଗୁଡ଼ିକର ରେଜିଷ୍ଟ୍ରେସନ କରି କୁନି ବୈଜ୍ଞାନିକ ମାନଙ୍କୁ ବ୍ୟବସ୍ଥିତ ଭାବେ ଟେବୁଲ ପକାଇ ସଜାଇ ପ୍ରଦର୍ଶନର ବ୍ୟବସ୍ଥା କରାଇଥିଲେ। ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ମୋଟରେ ୩୫ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ସେଥିମଧ୍ୟରୁ ଜୁନିୟର ବର୍ଗରେ ୧୪ଟି ଓ ସିନିଅର ବର୍ଗରେ ୨୧ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଗୋପୀନାଥ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପ୍ରକାଶ କିଶୋର ପ୍ରଧାନ ଓ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଡି…

Read More

ନୟାଗଡ଼ରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକର ଜିଲ୍ଲା ସ୍ତରୀୟ କନଭେନସନ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜେପି ନେତୃତ୍ୱାଧୀନ କେନ୍ଦ୍ର ମୋଦୀ ସରକାରର ଶ୍ରମିକ ମାରଣ ନୀତି ଓ ଜନ ବିରୋଧୀ ନୀତି ବିରୋଧରେ ଆଜି ସି ଆଇ ଟି ୟୁ ନେତୃତ୍ୱରେ ଆଇ ଏନ ଟି ୟୁ ସି ଏବଂ ଏ ଆଇ ଟି ୟୁ ସି ତରଫରୁ ଏକ ଜିଲ୍ଲା ସ୍ତରୀୟ ମିଳିତ କନଭେନସେନ ନୟାଗଡ଼ ଆଞ୍ଚଳିକ ସମବାୟ ବାଣିଜ୍ୟିକ ସମିତି (RCMS) ସଭା କକ୍ଷରେ ବରିଷ୍ଠ ଶ୍ରମିକ ନେତା ସାଥୀ ବିଶ୍ଵନାଥ ମହାପାତ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ସରକାରଙ୍କ ଶ୍ରମିକ ଶୋଷଣ ନୀତି ଓ ପୁଞ୍ଜିପତି ତୋଷଣ ନୀତି କୁ ବକ୍ତା ମାନେ ତୀବ୍ର ନିନ୍ଦା କରିବା ସହ ପ୍ରସ୍ତାବିତ ୧୪ ଟି ଦାବୀ ଉପରେ ପୁଙ୍ଖାନୁ ପୁଙ୍ଖ ରାଜ୍ୟ ନେତା ମାନେ ଆଲୋଚନା କରିଥିଲେ। ୪୪ଟି ଶ୍ରମିକ ଆଇନ କୁ ବାତିଲ କରି…

Read More

ଗୌଡପୁଟ ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଓଡ଼ଗାଁ,(ନୟାଗଡ ଦର୍ପଣ): ଓଡ଼ଗାଁ ବ୍ଳକ ଗୌଡପୁଟ ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ଭକ୍ତ ରଞ୍ଜନ ମହାରଣାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ସମାରୋହ ଏବଂ ଗୁରୁପୂଜନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ପୁରାତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ପ୍ରଚେଷ୍ଟାରେ ବିଦ୍ୟାଳୟ ପରିସରରେ ସ୍ଥାପନ କରାଯାଇଥିବା ସ୍ଵର୍ଗତ ମହାରଣାଙ୍କ ପ୍ରତିମୂର୍ତ୍ତିକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥ‌ିବା ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ଅନାବରଣ କରାଯାଇଥିଲା । ଅବସର ପ୍ରାପ୍ତ ଶିକ୍ଷକ ଅନାଦି ଚରଣ ମହାନ୍ତିଙ୍କ ଆବାହକତ୍ୱରେ ଏବଂ ପୂର୍ବତନ ଶିକ୍ଷକ ବନମାଳୀ ଦାସଙ୍କ ଅଧ୍ଯକ୍ଷତାରେ ଗୌଡପୁଟ କଲ୍ୟାଣ ମଣ୍ଡପଠାରେ ଭକ୍ତ ରଞ୍ଜନ ସ୍ମୃତି କମିଟି ଦ୍ଵାରା ଆୟୋଜିତ ସାଧାରଣ ସଭାରେ ବିଧାୟକ ଡ଼ଃ ସାହୁ ଯୋଗଦେଇ ପୁରାତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କର ନିଷ୍ଠାପର ଗୁରୁଭକ୍ତିର ପରାକାଷ୍ଠା ଦେଖି ସ୍ତମ୍ଭିଭୁତ…

Read More

ପ୍ରମୋସନ ପାଇଁ କ୍ୟାଡର ରୁଲ ପରିବର୍ତ୍ତନ କଲେ ନ୍ୟାୟାଳୟର ଦ୍ୱାରସ୍ଥ ହେବ ବି.ଏଡ୍‌ ଶିକ୍ଷକ ସଂଘ

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରାଥମିକ ଶିକ୍ଷକମାନଙ୍କ ପ୍ରମୋସନ ନେଇ ଶିକ୍ଷା ବିଭାଗରେ ଛକାପଞ୍ଝା ଲାଗି ରହିଥିବା ବେଳେ ୨୦୧୯-କ୍ୟାଡର ରୁଲର ପରିବର୍ତ୍ତନ ପାଇଁ କିଛି ଶିକ୍ଷକ ଗୋଷ୍ଠୀ ଉଦ୍ୟମ ଚଳାଇଛନ୍ତି । ଫଳରେ ଲେବୁଲ-୪ରୁ ଲେବୁଲ-୩କୁ ପ୍ରମୋସନ ପାଇବାକୁ ଥିବା ସ୍ନାତକ ଶିକ୍ଷକମାନେ ଏଥିରୁ ବଞ୍ଚିତ ହେବାର ଆଶଙ୍କା ପ୍ରକାଶ ପାଇଛି । ଏ ନେଇ ନୟାଗଡ଼ ଜିଲ୍ଲା ବି.ଏଡ୍ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କ ପ୍ରମୋସନ ପାଇଁ କ୍ୟାଡର ରୁଲ ତିଆରି କରିଛନ୍ତି । ଏଥିରେ ଶିକ୍ଷାଗତ ଯୋଗ୍ୟତା ଏବଂ ବରିଷ୍ଠତାକୁ ଆଧାର କରି ପ୍ରମୋସନ ପାଇଁ ବ୍ୟବସ୍ଥା ରହିଛି । ଏହି କ୍ରମରେ ଲେବୁଲ-୪ରୁ ଲେବୁଲ-୩ କୁ ପ୍ରମୋସନ…

Read More

ଆସନ୍ତା ୧୩ ତାରିଖ ଦିନ ନୟାଗଡ଼ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ୧୩ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ। ପ୍ରତ୍ୟେକ ବିବାଦର ସହଜ ଏବଂ ଆପୋଷ ସହମତିରେ ସମାଧାନ ପାଇଁ ଲୋକ ଅଦାଲତର ସହାୟତା ନେବା ପାଇଁ କୁହାଯାଇଛି । ବିଚାରପତିମାନେ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ଉପସ୍ଥିତ ରହି ପଞ୍ଜିକୃତ ହୋଇଥିବା ଦେୱାନୀ, ଫୌଜଦାରୀ, ପାରିବାରିକ, ମୋଟର ଯାନ ଦୁର୍ଘଟଣା, ବ୍ୟାଙ୍କ ଋଣ ଜନିତ ମାମଲାଗୁଡ଼ିକର ଫଇସଲା କରିବେ। ଦରିଦ୍ର, ନିଷ୍ପେସିତ ଓ ଅବହେଳିତ ତଥା ଗ୍ରାମାଞ୍ଚଳର ଲୋକମାନେ ଏହି ଅଦାଲତରେ ବିନା ମୂଲ୍ୟରେ ନ୍ୟାୟ ପାଇପାରିବେ । ଲୋକ ଅଦାଲତ ମାଧ୍ୟମରେ ଅସମାହିତ ମୋକଦ୍ଦମା ଗୁଡ଼ିକର ଫଇସଲା କରାଯିବ । ଏହାର ସୁବିଧା ଲୋକମାନେ ନେଇ ଅଧିକରୁ ଅଧିକ ଉପକୃତ ହୋଇ ପାରିବେ ବୋଲି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ…

Read More

ଶିକ୍ଷକସଂଘ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ତିନି ଦଫା ଦାବି ନେଇ ବିଧାୟକ ଡ଼. ଅରୁଣ କୁମାର ସାହୁଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ସୋମବାର ପୂର୍ବାହ୍ନରେ ଦାବିପତ୍ର ପ୍ରଦାନ କରାଯାଇଛି। ବିଧାୟକ ଡ଼. ସାହୁ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ବିଭିନ୍ନ ଦାବି ଗୁଡିକ ସରକାରଙ୍କ ପାଖରେ ପହଞ୍ଚାଇ ସମାଧାନ ପାଇଁ ଉଦ୍ୟମ କରିବାର ପ୍ରତିଶ୍ରୁତି ଦେଇଥିଲେ। ସୂଚନାଯୋଗ୍ୟ ଯେ ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ, ୬ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି ନୋସନାଲ ଇନ୍‌କ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା, କେନ୍ଦ୍ରୀୟ ହାରରେ ଦରମା ଏବଂ ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା ଆଦି ୩ଦଫା ଦାବି ନେଇ ଶିକ୍ଷକମାନେ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଥିବା ବେଳେ ସରକାର ପ୍ରତିଶ୍ରୁତି ଦେଇ କୌଣସି…

Read More

ସାମ୍ବାଦିକ କିଶୋର ମହାପାତ୍ରଙ୍କ ଅକାଳ ବିୟୋଗ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡିଆ ସାମ୍ବାଦିକ ସଂଘ ସମ୍ପାଦକ ତଥା ଆୱାଜ ମେଡିଆର ଜିଲ୍ଲା ପ୍ରତିନିଧି କିଶୋର ମହାପାତ୍ର ମସ୍ତିଷ୍କାଘାତରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୭ବର୍ଷ ବୟସ ହୋଇଥିଲା । କିଶୋରଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ବୁଧବାର ବିଳମ୍ବିତ ରାତିରେ କିଶୋର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତରିତ କରାଯାଇଥିଲା । ପୁନର୍ବାର ଏମସରୁ ଅନ୍ୟ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅବସ୍ଥା ସାଂଘାତିକ ଥିବାରୁ ତାଙ୍କୁ ଆଇସିୟୁରେ ରଖା ଯାଇଥିଲା। ମାତ୍ର ଶୁକ୍ରବାର ଦିନ ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଥିଲା । ଶନିବାର ଭୋର ସମୟରେ କିଶୋରଙ୍କ ମରଶରୀର ନୟାଗଡ଼ ପୁରୁଣା…

Read More

ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ଥୁଆବାରୀ ଠାରେ ସ୍ୱାଧୀନତାର ଅମୃତ ଉତ୍ସବ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସେବା ଉତ୍ସବ ସମିତି ପକ୍ଷରୁ ନୟାଗଡ଼ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ଥୁଆବାରୀ ଠାରେ ସ୍ୱାଧୀନତାର ଅମୃତ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଞ୍ଜିନିଅର ଶିଶିର କୁମାର ନାୟକ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀଙ୍କ ମହାନ ମାଟି ଭାବେ ଥୁଆବାରୀ ସାରା ଭାରତ ଇତିହାସରେ ନିଜର ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି ବୋଲି କହିଛନ୍ତି l ସେହିଭଳି ମୁଖ୍ୟବକ୍ତା ଭାବେ ଲେଖକ ତଥା ଗବେଷକ ଚନ୍ଦ୍ରବିଜୟୀ ମିଶ୍ର ଭାରତର ସ୍ୱାଧୀନତା ସଂଗ୍ରାମରେ ଥୁଆବାରୀର ଯେଉଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ତାହା ସ୍ବର୍ଣ୍ଣକ୍ଷରରେ ଲିପିବଦ୍ଧ ରହିବ ବୋଲି ମତ ରଖିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଦାମୋଦର ସାହୁ,ସାମ୍ବାଦିକ ଧନେଶ୍ୱର ସାହୁ, ଥୁଆବାରୀ ଗ୍ରାମର…

Read More