ନୟାଗଡ଼ରେ ଅନୁଷ୍ଠିତ ହେଲା ନୟାଗଡ଼ ଜିଲ୍ଲାସ୍ତରୀୟ ସୁରଭି ତଥା କଳା ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ଅନୁଷ୍ଠିତ ହେଲା ନୟାଗଡ଼ ଜିଲ୍ଲାସ୍ତରୀୟ ସୁରଭି ତଥା କଳା ଉତ୍ସବ। ଏହି କାର୍ଯ୍ୟକ୍ରମ ସହ ଓଡ଼ିଶା ମିଲେଟସ୍‌ ମିଶନ ପ୍ରତିଯୋଗୀତା ମଧ୍ୟ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଛି । ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ବିନୀ ନାୟକ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଉଦଯାପନ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ଏସପି ରାହୁଲ ଜୈନ ପ୍ରମୂଖ ଉପସ୍ଥିତ ରହିଥିଲେ । ସୁରଭି ଦ୍ବାରା ଆୟୋଜିତ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ନୟାଗଡ଼ ଏସପି ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସୁରଭି କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ କହିଥିଲେ ।

ନୟାଗଡ଼ ବିଧାୟକ ଅନେକ ରୋଗ ଖାଦ୍ୟ ଅନିୟମିତତାରୁ ସୃଷ୍ଟି ହେଉଥିବା କହିଥିଲେ । ଶିକ୍ଷା ସହ ପୋଷଣକୁ ରାଜ୍ୟ ସରକାର ଗୁରୁତ୍ଵ ଦେଇ ସୁରଭି କାର୍ଯ୍ୟକ୍ରମ ଆୟୋଜନ କରିଥିବା ସମ୍ପର୍କରେ କହିଥିଲେ । ଏବେ ମାଣ୍ଡିଆକୁ ବିଶ୍ବ ସମୁଦାୟ ଶ୍ରେଷ୍ଠ ଖାଦ୍ୟର ମାନ୍ୟତା ଦେଉଛି । ଛାତ୍ରଛାତ୍ରୀମାନେ ଏହାର ଗୁରୁତ୍ଵ ବୁଝିବାର ଆବଶ୍ୟକତା ରହିଛି । ଶିକ୍ଷକମାନେ ଶିକ୍ଷା ବହି ସହ ଅନ୍ୟ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ମୁଖ୍ୟତଃ ପୋଷକ ଖାଦ୍ୟ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାନ୍ତୁ ବୋଲି ବିଧାୟକ କହିଥିଲେ ।

ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଶିକ୍ଷକ ଓ ଶିକ୍ଷୟତ୍ରୀ ଉଦ୍ୟମ କଲେ ଛାତ୍ରଛାତ୍ରୀଙ୍କ ଅନ୍ତନିର୍ହିତ ଗୁଣର ବିକାଶ ଘଟିବ ବୋଲି କହିଥିଲେ । ଅତିରିକ୍ତ ଶିକ୍ଷା ଅଧିକାରୀ ବସନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଓଡ଼ଗାଁ ବ୍ଲକ ଶିକ୍ଷା ଅଧିକାରୀ ଗୀତାଞ୍ଜଳୀ ସାହୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ ଶିକ୍ଷା ଅଧିକାରୀ ଏବଂ ଶିକ୍ଷକ ଉପସ୍ଥିତ ରହିଥିଲେ।

Related posts