ନଭେମ୍ବର ୧୭ରେ ନୟାଗଡ଼ ଜିଲ୍ଲାପାଳ ଅଫିସ୍ ଘେରିବ ଆଦିବାସୀ ଅଧିକାର ମଞ୍ଚ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକର ବିଭିନ୍ନ ଆଦିବାସୀ ପଲ୍ଲୀର ଶତାଧିକ ଆଦିବାସୀ ମୁଖିଆ ନକୁଳ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶାଳିଆଝରି ଗାଁରେ ମିଳିତ ସଭାକରି କାଜୁ ଜମି ଉପରେ ଆଦିବାସୀମାନଙ୍କର ପାରମ୍ପରିକ ଓ ନୀତିଗତ ଅଧିକାର ସହିତ ଘରଡିହ,ଜଙ୍ଗଲ ଜମି ଅଧିକାର ପାଇଁ ନଭେମ୍ବର ୨୭ରେ ନୟାଗଡ଼ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆନ୍ଦୋଳନର ନେତୃତ୍ବ ନେଉଥିବା ବରିଷ୍ଠ ବାମପନ୍ଥୀ ନେତା ବିଶ୍ବନାଥ ମହାପାତ୍ର କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଆଦିବାସୀ ମାଳ ଅଞ୍ଚଳରେ ପାରମ୍ପରିକ ଅଧିକାରୀ ଗରିବ ପ୍ରଜାଙ୍କୁ ଜଙ୍ଗଲ ଜମିରୁ ବେଦଖାଲ କରି ବନ ଉନ୍ନୟନ ନିଗମ କାଜୁ ରୋପଣ କରି ଏହିଫସଲକୁ ଶାଗ ମାଛ ଦରରେ ମାଫିଆ ମାନଙ୍କ ହାତକୁ ଟେକିଦେଇ ମାଟିର ମଣିଷ ମାନଙ୍କ ସହ ପ୍ରତାରଣା କରୁଛି। 110ହେକ୍ଟର କାଜୁ ଜମିକୁ ମାତ୍ର 10000ଟଙ୍କାରେ 3ବର୍ଷ ପାଇଁ ଚୋରାଲୁଚାରେ ଟେକି ଦେବାଭଳି ପ୍ରତାରଣାକୁ ଆଦିବାସୀ ମାନେ ବର ଦାସ୍ତ କରିବେ ନାହିଁ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି। କୃଷକ ନେତା ପବିତ୍ର ଇନ୍ଦ୍ରଜିତ ଅବହେଳିତ ଆଦିବାସୀ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ବିଶଦ ଆଲୋଚନା କରି ନଭେମ୍ବର 17 ଆନ୍ଦୋଳନକୁ ସଫଳ କରିବାପାଇଁ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଦିବାସୀ ନେତା ଜଗବନ୍ଧୁ ଜାନୀ, ଦୂତିକୃଷ୍ଣ ପ୍ରଧାନ, କାର୍ତ୍ତିକ ପ୍ରଧାନ, ପଞ୍ଚାନନ ଜାନୀ, ଭଗବାନ ପ୍ରଧାନ, ଟିକି ପ୍ରଧାନ,ଦାଶ ରଥୀ ଦଳବେହେରା, ଝରଣା ପ୍ରଧାନ ପ୍ରମୁଖ ସଭାରେ ମତବ୍ୟକ୍ତ କରିଥିଲେ।

Related posts