ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଉପଜିଲ୍ଲାପାଳଙ୍କ ବ୍ୟକ୍ତିଗତ କାର ଦୁର୍ଘଟଣା ଗ୍ରସ୍ତ। ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ରେ ଭାରସାମ୍ୟ ହରାଇ ଓଲଟି ପଡିଲା କାର। ଖୋର୍ଦ୍ଧା ଜିଲ୍ଲା କପାସିଆ ଠାରେ ଘଟିଛି ଏହି ଘଟଣା। ତେବେ ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ ସାମାନ୍ୟ ଆହତ ହୋଇଛନ୍ତି। ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଉପ ଜିଲ୍ଲାପାଳ। କାରର ବେଗ ସାଧାରଣ ଥିବା ବେଳେ ହଠାତ ଭାରସାମ୍ୟ ହରାଇଥିଲା କାର। ତେବେ କାରରେ ରହିଥିଲେ ଉପଜିଲ୍ଲାପାଳ। ଗାଡିଟି ଓଲଟି ପଡିବା ପରେ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି। ତେବେ ଉପଜିଲ୍ଲାପାଳ ଶ୍ରୀ ରାୟଙ୍କୁ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିବା ସୂଚନା ମିଳିଛି।
ନୟାଗଡ଼ ଉପଜିଲ୍ଲାପାଳଙ୍କ ବ୍ୟକ୍ତିଗତ କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ
