ଆସନ୍ତା ୧୩ ତାରିଖ ଦିନ ନୟାଗଡ଼ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ୧୩ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ। ପ୍ରତ୍ୟେକ ବିବାଦର ସହଜ ଏବଂ ଆପୋଷ ସହମତିରେ ସମାଧାନ ପାଇଁ ଲୋକ ଅଦାଲତର ସହାୟତା ନେବା ପାଇଁ କୁହାଯାଇଛି । ବିଚାରପତିମାନେ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ଉପସ୍ଥିତ ରହି ପଞ୍ଜିକୃତ ହୋଇଥିବା ଦେୱାନୀ, ଫୌଜଦାରୀ, ପାରିବାରିକ, ମୋଟର ଯାନ ଦୁର୍ଘଟଣା, ବ୍ୟାଙ୍କ ଋଣ ଜନିତ ମାମଲାଗୁଡ଼ିକର ଫଇସଲା କରିବେ। ଦରିଦ୍ର, ନିଷ୍ପେସିତ ଓ ଅବହେଳିତ ତଥା ଗ୍ରାମାଞ୍ଚଳର ଲୋକମାନେ ଏହି ଅଦାଲତରେ ବିନା ମୂଲ୍ୟରେ ନ୍ୟାୟ ପାଇପାରିବେ । ଲୋକ ଅଦାଲତ ମାଧ୍ୟମରେ ଅସମାହିତ ମୋକଦ୍ଦମା ଗୁଡ଼ିକର ଫଇସଲା କରାଯିବ । ଏହାର ସୁବିଧା ଲୋକମାନେ ନେଇ ଅଧିକରୁ ଅଧିକ ଉପକୃତ ହୋଇ ପାରିବେ ବୋଲି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ସୂଚନା ଦିଆଯାଇଛି । ତେଣୁ ଜନସାଧାରଣ କୌଣସି ଦ୍ବନ୍ଦ୍ବ ବା ଭୟଭୀତ ନହୋଇ ଏହି ଅଦାଲତର ସୁବିଧା ନେବାକୁ ଅନୁରୋଧ କରାଯାଇଛି।

ଲୋକ ଅଦାଲତରେ କେଉଁ କେଉଁ ମାମଲାର ଫଇସଲା କରିବେ ପଢନ୍ତୁ

୧- ଆଜ୍ଞା, ଆପଣଙ୍କ କୌଣସି କଚେରୀରେ ଆପଣଙ୍କର କୌଣସି ମକଦ୍ଦମା ବିଚାରାଧିନ ରହିଛି କି? ବା ଆପଣଙ୍କର କାହା ସହିତ କୌଣସି ବିବାଦ ରହିଛି କି ? ତେବେ ଆପଣ ସେ ମକଦ୍ଦମା/ବିବାଦର ସହଜ ଏବଂ ଆପୋଷ ସହମତିରେ ସମାଧାନ ପାଇଁ ଲୋକ ଅଦାଲତର ସହାୟତା ନିଅନ୍ତୁ ।

୨- ତା ୧୩.୦୫.୨୦୨୩ ରିଖ (ଦ୍ବିତୀୟ ଶନିବାର)ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ପରିସରରେ ଏବଂ ପ୍ରତ୍ୟେକ ଜିଲ୍ଲା ସ୍ତରୀୟ ଏବଂ ତାଲୁକ୍ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଏକ ରାଷ୍ଟ୍ରୀୟ ଲୋକ ଅଦାଲତ
ଅନୁଷ୍ଠିତ ହେବାକୁ ଯାଉଛି ।

୩- ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା ଫୌଜଦାରୀ (ସାଲିସ୍ ଯୋଗ୍ୟ), ଚେକ୍‌ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଶ୍ରମ ବିବାଦ ମାମଲା, ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ମାମଲା ଯଥା ବିଦ୍ୟୁତ ଓ ଜଳ ପୈଠ ବିଲ୍ ସମ୍ବନ୍ଧୀୟ ମାମଲା ଓ ଅନ୍ୟାନ୍ୟ ବିବାଦ (ସାଲିସ୍ ବିହିନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ), ଜମି ଅଧଗ୍ରହଣ ମାମଲା, ଚାକିରି ସମ୍ବନ୍ଧୀୟ (ଅବସରକାଳୀନ ପ୍ରାପ୍ୟ), ରାଜସ୍ୱ ମକଦମା, ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦି ଓ ଅନ୍ୟାନ୍ୟ ଫୌଜଦାରୀ ମକଦ୍ଦମାର ଆପୋଷ ସହମତିରେ ସମାଧାନ କରାଯାଇପାରିବ।

୩- କେବଳ ବିଚାରାଧୀନ ମକଦ୍ଦମା ନୁହେଁ, ପ୍ରାକ୍-ମକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ରଣ ବିବାଦ, ଶ୍ରମ ବିବାଦ, ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ବିବାଦ ଗୁଡିକ (ସାଲିସ୍ ବିହୀନ ବିବାଦକୁ ବାଦ ଦେଇ), ଭରଣପୋଷଣ ବିବାଦ, ଓ ଅନ୍ୟାନ୍ୟ ମକଦ୍ଦମା ଇତ୍ୟାଦିର ମଧ୍ୟ ରାଷ୍ଟ୍ରୀୟ ଲୋକଅଦାଲତରେ ହୋଇପାରିବ।

୪- ଲୋକ ଅଦାଲତରେ ମକଦ୍ଦମା/ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ ପଡେ ନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ, ଚୂଡାନ୍ତ ଏବଂ ଅମଳଯୋଗ୍ୟ ।

୫- ଯଦି କୌଣସି ବିଚାରାଧନ ମକଦ୍ଦମାର ସମାଧାନ ଲୋକ ଅଦାଲତ ମାଧ୍ୟମରେ ହୁଏ, ଆଗରୁ ପଇଠ ହୋଇଥୁବା କୋର୍ଟ ଫି ଫେରସ୍ତ ହୋଇପାରିବ।

୬- ଦୀର୍ଘ ଦିନ ଧରି ଚାଲୁରହିଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇବା ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ।

ସବିଶେଷ ବିବରଣୀ ନିମନ୍ତେ ଆପଣଙ୍କ ନିକଟସ୍ଥ ଅଦାଲତରେ କାର୍ଯ୍ୟରତ ଥିବା ଜିଲ୍ଲା ବା ତାଲୁକ୍ ଆଇନ ସେବା କାର୍ଯ୍ୟାଳୟ ସହ ତୁରନ୍ତ ଯୋଗାଯୋଗ କରନ୍ତୁ ।

Related posts