ନୟାଗଡ଼ କଳାପରିଷଦରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ସହ ବିଶ୍ୱ ପରିବେଶ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ କ୍ରମେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନୟାଗଡ଼ କଳାପରିଷଦ ଏବଂ ପ୍ରାଧିକରଣଙ୍କ ମିଳିତ ସହଯୋଗରେ ପାଣିପୋଇଲା ସ୍ଥିତ ନୟାଗଡ଼ କଳାପରିଷଦ ଠାରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦିକା ପ୍ରଭାସିନି ନନ୍ଦଙ୍କ ସଭାପତିତ୍ବରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ଉକ୍ତ ଶିବିରକୁ ସଚିବ ଅଞ୍ଜଳି ମଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବିଶ୍ୱ ପରିବେଶ ଦିବସ ପାଳନ କରିବାର ତାତ୍ପର୍ଯ୍ୟ, ଲକ୍ଷ, ଉଦେଶ୍ୟ ସମ୍ବନ୍ଧରେ ଅନ୍ତେବାସୀ ଓ ଜନସାଧାରଣଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ମଣିଷ ସମାଜ ତିଷ୍ଠି ରହିବା ଅସମ୍ଭବ, ସଭିଏଁ ଆସନ୍ତୁ ଗଛ ଲଗାଇବା ଓ ପରିବେଶକୁ…

Read More

ରୋହିବାଙ୍କ ବିଦ୍ୟାଳୟରେ  ବିଶ୍ଵ ପରିବେଶ ଦିବସରେ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ବିଶ୍ଵବ୍ରହ୍ମାଣ୍ଡରେ ଅଦ୍ଵିତୀୟ ଗ୍ରହ ହେଉଛି ପୃଥିବୀ କାରଣ କେବଳ ଏହି ଗ୍ରହରେ ଜୀବଜଗତ ସୃଷ୍ଟି ହୋଇଛି। 4.6 ବିଲିୟନ ବର୍ଷ ପୂର୍ବେ ସୃଷ୍ଟି ହୋଇଥିବା ପୃଥିବୀ ବର୍ତ୍ତମାନ ଏକ ଜ୍ୱଳନ୍ତ ପିଣ୍ଡ ଆଡକୁ ଅଗ୍ରସର ହେଉଛି। ତେଣୁ କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ସ୍ୱାକ୍ଷରତା ମନ୍ତ୍ରଣାଳୟ ଓ ଓଡିଶା ସରକାରଙ୍କ ପରିବେଶ ବିଭାଗ ଯୁଗ୍ମ ଆନୁକୂଲ୍ୟରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରୋହିବାଙ୍କ ବିଦ୍ୟାଳୟର ସ୍କାଉଟ ଗାଇଡ଼ ଓ ଇକୋ କ୍ଳବ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି।  କାର୍ଯ୍ୟକ୍ରମରେ ଧରିତ୍ରୀ ମାତୃଭୂମି ଓ ପ୍ରକୃତିକୁ ସମ୍ମାନ ଓ ସମର୍ପିତ ଦେଖାଇବା ସହିତ ଜ୍ୱଳନ୍ତ ପିଣ୍ଡକୁ ଶୀତଳତା ଆଡକୁ ନେବା, ତାକୁ ସବୁଜ ସୁନ୍ଦର ବେଶରେ ଦେଖିବା ପାଇଁ ‘ମା ନାମରେ ଗଛ ଟିଏ’…

Read More

Give Blood Save Life ତରଫରୁ ବିଶ୍ୱ ପରିବେଶ ଦିବସରେ ବୃକ୍ଷ ରୋପଣ ଓ ସଚେତନତା ଅଭିଯାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ ଅବସରରେ ଇକିରି ଗ୍ରାମର ସରକାରୀ ହୋମିଓପ୍ୟାଥିକ ଡାକ୍ତରଖାନା ପରିସରରେ ବୃକ୍ଷ ରୋପଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଶୁଭାଶିଷ ନାୟକଙ୍କ ଆବାହକତ୍ଵରେ ଇଟାମାଟି ଓ ଆଖପାଖ ଗ୍ରାମର ପ୍ରାୟ ୬୦ରୁ ଉର୍ଦ୍ଧ୍ବ ପରିବେଶପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଶିଷ୍ଠ ସମାଜସେବୀ ଭାଗିରଥି ବାଇଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହେବା ସହିତ ନିକୁଲର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ ଏହାକୁ ସଞ୍ଚାଳନ କରଥିଲେ। ପ୍ରଦୀପ୍ତ ପଟ୍ଟନାୟକଙ୍କ ପରିବେଶ ଓ ବୃକ୍ଷ ରୋପଣ ସମ୍ପର୍କତ ସ୍ୱାଗତ ସଂଗୀତରେ ସମସ୍ତଙ୍କୁ ମନକୁ ବେସ୍ ଛୁଇଁଥିଲା। ପରିବେଶ ଦିବସ ୨୦୨୫ର ବିଷୟବସ୍ତୁ ପ୍ଲାଷ୍ଟିକ ପ୍ରଦୂଷଣକୁ ପରାସ୍ତ କରିବା ସମ୍ପର୍କରେ ଏକ ବିସ୍ତୃତ ଆଲୋଚନା ହେବା ସହିତ ପରିବେଶ ପ୍ରତି ଆମେ କିପରି ସଚେତନ ହୋଇପାରିବା…

Read More