ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ କ୍ରମେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନୟାଗଡ଼ କଳାପରିଷଦ ଏବଂ ପ୍ରାଧିକରଣଙ୍କ ମିଳିତ ସହଯୋଗରେ ପାଣିପୋଇଲା ସ୍ଥିତ ନୟାଗଡ଼ କଳାପରିଷଦ ଠାରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦିକା ପ୍ରଭାସିନି ନନ୍ଦଙ୍କ ସଭାପତିତ୍ବରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି।

ଉକ୍ତ ଶିବିରକୁ ସଚିବ ଅଞ୍ଜଳି ମଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବିଶ୍ୱ ପରିବେଶ ଦିବସ ପାଳନ କରିବାର ତାତ୍ପର୍ଯ୍ୟ, ଲକ୍ଷ, ଉଦେଶ୍ୟ ସମ୍ବନ୍ଧରେ ଅନ୍ତେବାସୀ ଓ ଜନସାଧାରଣଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ମଣିଷ ସମାଜ ତିଷ୍ଠି ରହିବା ଅସମ୍ଭବ, ସଭିଏଁ ଆସନ୍ତୁ ଗଛ ଲଗାଇବା ଓ ପରିବେଶକୁ ସୁରକ୍ଷିତ ରଖିବାକୁ ଆଇନରେ ଥିବା ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ଏସିଏଫ ହିମାଂଶୁ ଶେଖର ମୁଦୁଲି, ଏସିଏଫ ସତ୍ୟଜିତ କର, ଖେଡପଡା ବନପାଳ ଜ୍ୟୋତ୍ରିମୟୀ ସାମନ୍ତରାୟ, ସ୍ଵେଛାସେବୀ ଅମନ ମିଶ୍ର, ପ୍ରାଧିକରଣ ସଦସ୍ୟା କ୍ଷଣପ୍ରଭା କର ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ। ଏହି ଦିବସରେ ଅନୁଷ୍ଠାନ ତରଫରୁ ଅତିଥିମାଙ୍କୁ ନେଇ ନୟାଗଡ଼ କଳା ପରିଷଦ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଧିକାର ମିତ୍ର, ପ୍ରାଧିକରଣ କର୍ମଚାରୀ ଏବଂ କଳାପରିଷଦର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।