ନୟାଗଡ଼,(ନୟାଗଡ଼ ଦର୍ପଣ): ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ନୟାଗଡଙ୍କ କାର୍ଯ୍ୟାଳୟ ଠାରୁ ଉଦଘାଟନ କରାଯାଇଅଛି । ଏହି ସଚେତନତା ରଥଟିକୁ ମାନ୍ୟବର ପ୍ରାଣୀ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଓ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଥିଲା। ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ସଭାପତି ଜିଲ୍ଲା ଶିଶୁ ମଙ୍ଗଳ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହିତ ଜିଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ, ସହ ଶ୍ରମ ଅଧିକାରୀ ଅବଦୁଲ କାଦିର ଖାନ, ଜ୍ଞାନରଞ୍ଜନ ସାହୁ, ସୁଶ୍ରୀ ପୂଜାରିନ ସାମଲ ଓ ମୋନିକା ସେଠୀ ସହ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ନୟାଗଡ ଜିଲ୍ଲାର ବିଭିନ୍ନ…
Read MoreDay: June 12, 2025
ସିପିଆଇ(ଏମ)ର ସାଧାରଣ ବୈଠକ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ମୈତ୍ରୀ ହୋଟେଲ ସମ୍ମିଳନୀ କକ୍ଷରେ ଭାରତର କମ୍ୟୁନିଷ୍ଟ ପାର୍ଟି(ମାର୍କସ ବାଦୀ)ର ଦଶପଲ୍ଲା ଲୋକାଲ କମିଟି ପକ୍ଷରୁ କର୍ମୀମାନଙ୍କର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ପାର୍ଟିର ବରିଷ୍ଠ ନେତା କମ୍ରେଡ୍ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ ଦୁଷ୍ମନ୍ତ କୁମାର ଦାସ ମୁଖ୍ୟବକ୍ତା ଭାବରେ ଯୋଗଦେଇ ମଦୁରାଇ ଠାରେ ଅନୁଷ୍ଠିତ ହୋଇଯାଇଥିବା ପାର୍ଟିର ସର୍ବଭାରତୀୟ ସମ୍ମିଳନୀ ବା ପାର୍ଟି କଂଗ୍ରେସରେ ଗ୍ରହଣ କରାଯାଇଥିବା ନିର୍ଧାରଣ ଗୁଡ଼ିକୁ ବିଶଦ ଭାବରେ ବ୍ୟାଖ୍ୟା କରିଥିଲେ । ପାର୍ଟିର ନେତା ଶରତ ଚନ୍ଦ୍ର ବେହେରା ପାର୍ଟିକୁ ଗୁଣାତ୍ମକ ଭାବେ ସଂଗଠିତ କରିବା ପାଇଁ ଆହ୍ବାନ ଦେବା ସହିତ କର୍ମୀ ମାନେ ନିଃସ୍ଵାର୍ଥପର ଭାବେ ଗଢି ତୋଳିବାକୁ ଆହ୍ବାନ ଦେଇଥିଲେ। ଶେଷରେ ଲୋକାଲ କମିଟି ସମ୍ପାଦକ ବିପିନ୍…
Read Moreସରକାରୀ ବସରେ ମାଗଣା ଏବଂ ଘରୋଇ ବସରେ ୫୦% ଯାତାୟତ ରିହାତି ଘୋଷଣା ଦାବିରେ କଂଗ୍ରେସର ବିକ୍ଷୋଭ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ଏବଂ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନଙ୍କ ଆହ୍ୱାନକ୍ରମେ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରୀ ବସରେ ମାଗଣା ଏବଂ ଘରୋଇ ବସରେ ୫୦% ଯାତାୟାତ ରିହାତି ଘୋଷଣା ଦାବିରେ ଆଜି ନୟାଗଡ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁଙ୍କ ଆବାହକତ୍ୱରେ ଆରଟିଓ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଦଳ ପକ୍ଷରୁ ଜାରି ସ୍ମାରକପତ୍ର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସୁଶ୍ରୀ ସୁଧାଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡିସିସି ସଂଯୋଜକ ସତ୍ୟବ୍ରତ ନାୟକ, ନୟାଗଡ କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ସେବାଦଳ ନେତା ମନୋଜ କୁମାର ସାହୁ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି…
Read Moreସୃଜନିକାର ରଜ ସାରସ୍ଵତ ସମାରୋହ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ସୃଜନିକା ର ସାରସ୍ଵତ ସମାରୋହ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସାରସ୍ଵତ ସମାରୋହ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ମତ୍ସ୍ୟ ଅଧିକାରୀ ତଥା ସ୍ତମ୍ଭକାର ପ୍ରକାଶ କୁମାର ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଞ୍ଜନା ର ସମ୍ପାଦିକା ଡ଼. ଗୀତାଞ୍ଜଳି ମହାପାତ୍ର, ସୁପ୍ରବଚିକା ପ୍ରିୟମ୍ବଦା ଦାଶ ଓ ବ୍ୟଙ୍ଗ କଳାକାର ରବୀନ୍ଦ୍ର କୁମାର ରାଉତ ଯୋଗ ଦେଇଥିଲେ।ଅତିଥି ମାନେ ଆମର ସଂସ୍କୃତି ଓ ଆମର ପର୍ବପର୍ବାଣି ଉପରେ ସେମାନଙ୍କର ବକ୍ତବ୍ୟ ରଖି କହିଥିଲେ ଯେ ପ୍ରଥମେ ଆମ ସଂସ୍କୃତି କୁ ଆମ ପରିବାର ସହ ପରିଚୟ କରାଇବା ଏବଂ ଆମର ସନ୍ତାନ ମାନଙ୍କୁ ଆମେ ଆମର ଐତିହ,ପରମ୍ପରା ସଂପର୍କରେ ଅଧିକ ସୂଚନା ଦେବା ଆବଶ୍ୟକ।…
Read More