ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅଧୀନସ୍ଥ ପରିବେଶ ଅଧ୍ୟୟନ କେନ୍ଦ୍ର ପ୍ରାୟୋଜିତ କିଚେନ ଗାର୍ଡେନିଙ୍ଗ ସମ୍ବନ୍ଧିତ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳା ସ୍ଥାନୀୟ ମଡେଲ ଡିଗ୍ରୀ କଲେଜଠାରେ ଅନୁଷ୍ଠିତ ହୋଇଯାଇଅଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଏହି କର୍ମଶାଳାର ଆୟୋଜକ ରୀତିଶ୍ରୀ ମଲ୍ଲିକ ଶିବିର ପରିଚାଳନା କରିଥିଲେ। ବିଶେଷଜ୍ଞ ଭାବେ ଡକ୍ଟର ସୌଜନେନ୍ଦ୍ର ସ୍ବାଇଁ, ଗୋପାଳ ଚନ୍ଦ୍ର ମହାପାତ୍ର ଓ ସୁଶାନ୍ତ କୁମାର ମିଶ୍ର ଯୋଗଦାନ ଦେଇ ଭିନ୍ନ ଭିନ୍ନ ବୈଷୟିକ କୌଶଳ ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ। କିଚେନ ଗାର୍ଡେନିଙ୍ଗର ମହତ୍ତ୍ବ ତଥା ଦୈନନ୍ଦିନ ଜୀବନରେ ନିଜ ଦ୍ବାରା ପ୍ରସ୍ତୁତ ଉଦ୍ୟାନର ପନିପରିବା ଖାଇବା ଦ୍ବାରା ବିଷମୁକ୍ତ ଖାଦ୍ୟ ପାଇବା ତଥା ସ୍ବାବଲମ୍ବୀ ହେବାର ଏହା ଏକ ମାଧ୍ୟମ ହେବା ନେଇ ଆଲୋଚନା କରାଯାଇଥିଲା। ୫୦ ଜଣ ଶିବିରାର୍ଥୀଙ୍କୁ ନେଇ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିବା ବେଳେ ଶୁଭଶ୍ରୀ ସାମନ୍ତରାୟ, ଅମୃତା ସେନ୍, ଆକାଶ ପ୍ରଧାନ ପ୍ରମୁଖ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ।

