ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡରୁ ପ୍ରକାଶିତ ହେଉଥିବା କୁସୁମାଞ୍ଜଳୀର ୫ମ ସ୍ଵନକ୍ଷତ୍ର ଉତ୍ସବ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଆଜି ନୟାଗଡର ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପତ୍ରିକାର ସଭାପତି ଗୋଲକ ବିହାରୀ ନାୟକ ସଭାପତିତ୍ବ କରିଥିଲାବେଳେ ନୟାଗଡ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ବିଶିଷ୍ଟ ଅତିଥି ଭାବେ ସୁବକ୍ତା ଗୋଦାବରୀ ବସନ୍ତିଆ ଯୋଗଦେଇଥିଲେ । ଅତିଥି ମାନେ ସେମାନଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ବର୍ତ୍ତମାନ ଯୁଦ୍ଧ ବିଭୀଷିକା ସମୟରେ ଅଶାନ୍ତ ପରିବେଶ ମଧ୍ୟରେ କବିମାନେ ସେମାନଙ୍କର କବିତାର ଲାଳିତ୍ୟରେ ସମାଜକୁ କିଛି ଦିଗ୍ ଦର୍ଶନ ଦେବା ଏବଂ ଦେଶରେ ଶାନ୍ତି ପ୍ରତିଷ୍ଠା ଦିଗରେ ଆଲୋକପାତ କରିଛନ୍ତି। ଏହା ଦେଶ ଓ ଜାତି ପାଇଁ ଗୌରବର କଥା। କବିତା ଗୁଡ଼ିକୁ ଲୁଣ୍ଡୁ ତ୍ରିପାଠୀ ଓ ହରପ୍ରିୟା ଦ୍ଵିବେଦୀ ସଂଯୋଜନା କରିଥିଲେ। ଏହି ଅବସରରେ ଅତିଥିମାନେ ପ୍ରିୟଦର୍ଶିନୀ ମହାପାତ୍ର , ଜଗଦୀଶ କର,ବିଭୂତି ଭୂଷଣ ପଣ୍ଡା, ଓ ଭଜମନ ପରିଡ଼ା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବକୁ କୁସୁମଞ୍ଜଳି ପତ୍ରିକାର ସମ୍ପାଦକ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ପରିଚାଳନା କରିଥିଲେ।
କୁସୁମାଞ୍ଜଳିର ୫ମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ
