ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ତିନି ଦଫା ଦାବି ନେଇ ବିଧାୟକ ଡ଼. ଅରୁଣ କୁମାର ସାହୁଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ସୋମବାର ପୂର୍ବାହ୍ନରେ ଦାବିପତ୍ର ପ୍ରଦାନ କରାଯାଇଛି। ବିଧାୟକ ଡ଼. ସାହୁ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ବିଭିନ୍ନ ଦାବି ଗୁଡିକ ସରକାରଙ୍କ ପାଖରେ ପହଞ୍ଚାଇ ସମାଧାନ ପାଇଁ ଉଦ୍ୟମ କରିବାର ପ୍ରତିଶ୍ରୁତି ଦେଇଥିଲେ। ସୂଚନାଯୋଗ୍ୟ ଯେ ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ, ୬ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି ନୋସନାଲ ଇନ୍କ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା, କେନ୍ଦ୍ରୀୟ ହାରରେ ଦରମା ଏବଂ ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା ଆଦି ୩ଦଫା ଦାବି ନେଇ ଶିକ୍ଷକମାନେ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଥିବା ବେଳେ ସରକାର ପ୍ରତିଶ୍ରୁତି ଦେଇ କୌଣସି ଗୋଟିଏ ବି ଦାବି ପୂରଣ କରୁ ନାହାନ୍ତି। ଅନ୍ୟପକ୍ଷରେ ଗତ ଡିସେମ୍ବର ମାସରେ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଶିକ୍ଷକ ମାନଙ୍କ ସମସ୍ୟା ୨ମାସ ମଧ୍ୟରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ୩ମାସ ଅତିକ୍ରାନ୍ତ ହୋଇଯାଇଥିବା ବେଳେ ସରକାର ନିଦାବିଷ୍ଣୁ ସାଜି ଚୁପ ବସି ରହିଛନ୍ତି। ଏହାର ପ୍ରତିବାଦରେ ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକସଂଘର ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କ ବାସଭବନରେ ନିଜ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶିକ୍ଷକ ମାନେ ଘେରାଉ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସଭାପତି ସଂଗ୍ରାମ ସାହୁ, ସମ୍ପାଦକ ସୁରେଶ ଚନ୍ଦ୍ର ସେଠି, ଲକ୍ଷ୍ମୀଧର ସାହୁ,ରବିନାରାୟଣ ଘଡେଇ,ଶରତ କୁମାର ସାମନ୍ତରାୟ, ଶରତ ପାଳ, ଚିତ୍ତରଞ୍ଜନ ଦାଶ,ପ୍ରକାଶ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।
Related posts
-
ସର୍ବସମ୍ମତିକ୍ରମେ ସଭାପତିଭାବେ ମନୋନୀତ ହେଲେ ବରିଷ୍ଠ ସମବାୟ ନେତା ନାସିର ଅହମ୍ମଦ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାସ୍ତରୀୟ ନନ୍-କ୍ୟାଡର ଆସୋସିଏସନ୍, ଜିଲ୍ଲା ସମବାୟ ବ୍ୟାଙ୍କର ସାଙ୍ଗଠନିକ ବୈଠକ ସ୍ଥାନୀୟ ମଜୁରୀଆପଲ୍ଲୀସ୍ଥିତ ମା’ ଭୈରବୀ... -
ନୟାଗଡ଼ରେ ଜଗନ୍ନାଥ ସଂସ୍କୃତି ସୁରକ୍ଷା ପାଇଁ ଆନ୍ଦୋଳନ: ଉପଜିଲ୍ଲାପାଳଙ୍କ ‘ଛେରାପହଁରା’କୁ ବିରୋଧ
July 3, 2026 Jajati Comments Off on ନୟାଗଡ଼ରେ ଜଗନ୍ନାଥ ସଂସ୍କୃତି ସୁରକ୍ଷା ପାଇଁ ଆନ୍ଦୋଳନ: ଉପଜିଲ୍ଲାପାଳଙ୍କ ‘ଛେରାପହଁରା’କୁ ବିରୋଧନୟାଗଡ଼,(ନୟାଗଡ଼ ଦର୍ପଣ): ରଥଯାତ୍ରା ଓ ବାହୁଡ଼ାଯାତ୍ରାରେ ଉପଜିଲ୍ଲାପାଳଙ୍କ ଦ୍ୱାରା ‘ଛେରାପହଁରା’ ନୀତି ସମ୍ପନ୍ନ ହେବା ନେଇ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ନୟାଗଡ଼ରେ... -
ରଣପୁରରେ ସୁରମା ପାଢୀଙ୍କ ଦ୍ଵାରା ବୃକ୍ଷ ରୋପଣ ଓ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି
June 19, 2026 Jajati Comments Off on ରଣପୁରରେ ସୁରମା ପାଢୀଙ୍କ ଦ୍ଵାରା ବୃକ୍ଷ ରୋପଣ ଓ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛିରଣପୁର, (ନୟାଗଡ଼ ଦର୍ପଣ): ନାକିଠଣା ସ୍ଥିତ ରାମ ମନ୍ଦିର ଠାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ...
