ଉଦଯାପିତ ହେଲା ପ୍ରଥମ ରାଜ୍ୟସ୍ତରୀୟ ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ପ୍ରଥମ ରାଜ୍ୟ ସ୍ତରୀୟ ସଚେତନତାମୂଳକ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ‘ଚମକ’ ୨୦୨୩ ଆଜି ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ ଭାବେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଓ ସମ୍ମାନିତି ଅତିଥ୍‌ ଭାବେ ନୟାଗଡ ଏସ୍‌ପି ଅଲେଖଚନ୍ଦ୍ର ପହି, ନାଲ୍‌କୋର ଉପମହାପ୍ରବନ୍ଧକ ବିଦୀପ୍ତଚନ୍ଦ୍ର ରାୟ, ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ବ୍ଲକ ଉପାଧ୍ୟକ୍ଷା ଅନୁପମା ବେହେରା, ତ୍ରିନାଥ ସାହୁ, ପଞ୍ଚାନନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । କ୍ଷୁଦ୍ରଚଳଚିତ୍ର ମହୋତ୍ସବ ‘ଚମକ’ର ସଭାପତି ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଏହି ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ମହୋତ୍ସବରେ ଭାଗ ନେଇଥିବା ସମସ୍ତ ୧୫ଟି ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଦର୍ଶକଙ୍କ ଦ୍ବାରା ଏହି ଚଳଚ୍ଚିତ୍ରଗୁଡ଼ିକ ବେଶ ଆଦୃତ ହୋଇଥିଲା। ପରେ କ୍ଷୁଦ୍ର ଚଳଚ୍ଚିତ୍ରଗୁଡିକ ପ୍ରସ୍ତୁତ କରିଥିବା ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାରମାନଙ୍କୁ ପୁରସ୍କୃତ
କରାଯାଇଥିଲା । ଏହି ମହୋତ୍ସବ ଆଗାମୀ ଦିନରେ ଆହୁରି ବ୍ୟାପକ ଭାବେ କରାଯିବା ସହ ଗ୍ରାମାଞ୍ଚଳରେ ଲୁକ୍କାୟିତ ପ୍ରତିଭାମାନଙ୍କୁ ଠାବ କରିବାରେ ବେଶ୍ ସହାୟକ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ସାମନ୍ତ ଉଦ୍‌ବୋଧନ ଦେଇଥିଲେ । ଶେଷରେ ଆୟୋଜକ କମିଟି ପକ୍ଷରୁ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ-୨୦୨୩ର ସଫଳତା ପାଇଁ ଆମ ନୟାଗଡ଼, “ଚମକ”ର ସମସ୍ତ କର୍ମକର୍ତ୍ତା, କମିଟି ସଦସ୍ୟ, ବିଚାରକ ମଣ୍ଡଳୀ, ସିତାରାମ ୟୁଥ୍ କ୍ଳବ୍, ସୋର୍ଟିଭ ସ୍ପୋର୍ଟସ ସୋସାଇଟି, ହୋଟେଲ ମୈତ୍ରୀ, ଚାନ୍ଦିନୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ଦଶପଲ୍ଲା, ରୁଦ୍ର ମାଧବ ଫାଉଣ୍ଡେସନ ଦଶପଲ୍ଲା, ଦଶପଲ୍ଲାର ସମସ୍ତ ମିଡ଼ିଆ ବନ୍ଧୁ, ଦଶପଲ୍ଲା ଟେଲିଭିଜନ ନେଟୱର୍କ, ତଥା ଦଶପଲ୍ଲାର ସମସ୍ତ ସଚେତନ ନାଗରିକ ମାନଙ୍କୁ ସାଧୁବାଦ୍ ଜଣାଇ ଥିଲେ।

Related posts