ନୟାଗଡ଼,(ନୟାଗଡ଼ ଦର୍ପଣ): ସୁନାମଧନ୍ୟ ଓ ଶ୍ରେଷ୍ଠ ସାଧକମାନଙ୍କ ଜୀବନବ୍ୟାପୀ କୃତିକୁ ନେଇ ପ୍ରକାଶ ପାଇବାକୁ ଯାଉଥିବା ‘ସାଧକ ଶତକ’ ପୁସ୍ତକ ଆଗାମୀ ପବିତ୍ର ଶ୍ରୀଗୁଣ୍ଡିଚା ଦିନ ଲୋକାର୍ପଣ ହେବ ବୋଲି ଗତ ସନ୍ଧ୍ୟାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଦୋଳବେଦୀ ଠାରେ ନୟାଗଡ଼ ଜିଲ୍ଲା ସାହିତ୍ୟ ଓ ସଂସ୍କୃତି ବିକାଶ ମଞ୍ଚ ପ୍ରାୟୋଜିତ ପ୍ରସ୍ତୁତି ବୈଠକରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରି ପ୍ରକାଶିତ ହେବାକୁ ଥିବା ‘ସାଧକ ଶତକ’ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଏହା ପରେ ଉପସ୍ଥିତ ଥିବା ଅନ୍ୟାନ୍ୟ ସହିତ୍ୟିକ ଏବଂ ବୁଦ୍ଧିଜୀବୀ ମାନେ ସେମାନଙ୍କ ମତ ବ୍ୟକ୍ତ କରିଥିଲେ। ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ୮ଟି ବ୍ଲକ ଏବଂ ପୌରାଞ୍ଚଳରେ ରହୁଥିବା ଦିବଂଗତ ଏବଂ କାର୍ଯ୍ୟରତ ସହିତ୍ୟିକ, ସାରସ୍ୱତ ସାଧକ, ସଂଗ୍ରାମୀ, କ୍ରୀଡ଼ା, ସଙ୍ଗୀତ ବିଜ୍ଞାନ ପ୍ରଭୃତି ଶ୍ରେଷ୍ଠ ସାଧକ ମାନଙ୍କୁ ଉକ୍ତ ପୁସ୍ତକରେ ସ୍ଥାନିତ କରାଯିବ।ଏକ ଚୟନ କମିଟି ଉପଯୁକ୍ତ ଭାବେ ସମୀକ୍ଷା କରି ଶହେ ଜଣ ସାଧକଙ୍କୁ ମନୋନୀତ କରିବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ପ୍ରସ୍ତୁତି ବୈଠକ ରେ ନାଟ୍ୟଭୂଷଣ ଡ଼ ବିଜୟ ଚୌଧୁରୀ, ଡ଼ ସୁକାନ୍ତି ମହାନ୍ତି, ଲୋକନାଥ ମିଶ୍ର, ରଂଜନ ଦାଶ, ଯଶୋବନ୍ତ ପଟ୍ଟନାୟକ, ଗୋଦାବରୀଶ ମିଶ୍ର, ନବକିଶୋର ମିଶ୍ର, ପୂର୍ଣ୍ଣଚନ୍ଦ୍ର ଶତପଥୀ, ନିଳିମା ନନ୍ଦ, ଅଶୋକ ମଲ୍ଲ ପ୍ରମୁଖ ଅଂଶ ଗ୍ରହଣ କରି ଆଲୋଚନା ରେ ଭାଗ ନେଇଥିଲେ। ବିକାଶ ମଞ୍ଚର ସମ୍ପାଦକ ନିର୍ମଳ ଚନ୍ଦ୍ର ଶୁରଦେଓ ଧନ୍ୟବାଦ ଅର୍ପଣ କରିଥିଲେ।
Related posts
-
ବରିଷ୍ଠ କଂଗ୍ରେସ ନେତା,ଦୃଢ ସଙ୍ଗଠକଙ୍କ ପରଲୋକ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀର ଚାନ୍ଦପୁର ଜୋନ୍ (୨୪ନଂ)ର ମୟୁରଝାଲିଆ ପଞ୍ଚାୟତର ତୃଣମୂଳ ସ୍ତରର ଜଣେ ଜଣାଶୁଣା ବିଶିଷ୍ଟ ପ୍ରଭାବଶାଳୀ... -
ବସ ଓ ବାଇକ ଧକ୍କା, ୨ ମୃତ
ରଣପୁର,(ନୟାଗଡ଼ ଦର୍ପଣ): ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ସଂଗ୍ରହରୁ ଜଣାପଡିଛି... -
ଖଣ୍ଡପଡ଼ାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ର ଖଣ୍ଡପଡ଼ା ଠାରେ...