ନୟାଗଡ଼ରେ ବାଲ୍ୟ ବିବାହ ପ୍ରତିରୋଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଳାପାଳଙ୍କ ସଦଭାବନା ଗୃହରେ ବାଲ୍ୟବିବାହ ପ୍ରତିରୋଧ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ନୟାଗଡରେ ବାଲ୍ୟବିବାହ ବଢୁଥିବାରୁ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଉଦବେଗ ପ୍ରକାଶ କରିଥିଲେ ଏବଂ ଏଥିପାଇଁ ଆଇନ ଅନୁଯାଇ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରିବା ପାଇଁ ଉପସ୍ଥିତ ସମସ୍ତ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ସଚେତନା ଶିବିରରେ ପ୍ରତେକ ବ୍ଲକରେ ଥିବା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀମାନେ ଯୋଗଦେବା ସହ ସମସ୍ତ ସୁପର ଭାଇଜର, ପୁଲିସ ଥାନାରେ ନିଯୋଜିତ ଥିବା ସମସ୍ତ ମହିଳା ଶିଶୁ ଡେସ୍କ ଅଧିକାରୀ, ଡି.ଏସ.ପି ସୁଷମା ପ୍ରଧାନଙ୍କ ସହ ଅନ୍ୟ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଜାତି ମୁଖିଆମାନଙ୍କୁ ଆମନ୍ତ୍ରିତ କରାଯାଇ ସେମାନଙ୍କୁ ବାଲ୍ୟ ବିବାହ ବିରୋଧରେ ସ୍ଵର ଉତ୍ତୋଳନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକର୍ମରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପ୍ରୀତିକାନ୍ତ ପଣ୍ଡା ଏବଂ Resurce Person ଘାସିରାମ ପଣ୍ଡା ଉପସ୍ଥିତ ସମସ୍ଥଙ୍କୁ ବାଲ୍ୟ ବିବାହ ନିଷେଧ ଅଧିନିୟମ-୨୦୦୬ ଏବଂ ଓଡିଶା ବାଲ୍ୟ ବିବାହ ନିୟମ ସମ୍ପର୍କରେ ଆଇନ ଗତ ଦିଗ ଗୁଡିକୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ ନୂତନ ଭାବରେ ଯୋଗ ଦେଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିବ୍ୟାନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Related posts