ପ୍ରକୃତି କୋଳରେ ବରକନ୍ୟାକୁ ଦେଖି ଆଚମ୍ବିତ ହେଲେ ବିଧାୟକ ଡ଼ଃ. ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବୁଢାବୁଢିଆଣୀ ଡ୍ୟାମ୍ ଠାରୁ ପ୍ରାୟ ୫ କି.ମି ଦୁର ବାଣ୍ଠପୁର ପଞ୍ଚାୟତ ନିହଲପ୍ରସାଦ ଗ୍ରାମର କାନଖାଇ ପାହାଡ଼ରୁ ଧାର ଧାର ବୋହି ବହି ଚାଲିଛି ବରକନ୍ୟା ଝରଣା । ପ୍ରାକୃତିକ ଶୋଭରାଜିରେ ଭରପୁର ଏହି ସୌନ୍ଦର୍ଯ୍ୟମୟ ସ୍ଥାନଟି ଜିଲ୍ଲାରେ ଲୁକ୍କାୟିତ ଅବସ୍ଥାରେ ଥିବାବେଳେ ଏହି ଝରଣା ନିକଟକୁ ଆଜି ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଜିଲ୍ଲା ପ୍ରଶାସନକୁ ସାଙ୍ଗରେ ଧରି ଏହି ବର-କନ୍ୟା ଝରଣା ପରିଦର୍ଶନ କରିଛନ୍ତି। ପ୍ରକୃତି କୋଳରେ ଏମିତି ଏକ ବିରଳ ଚୀରସ୍ରୋତା ଝରଣା ରହିଥିବା କଥାକୁ ସେ ସହଜରେ ବିଶ୍ୱାସ କରି ପାରିନଥିଲେ। ପ୍ରଥମେ ଏଠାକାର ପରିବେଶ ଦେଖି ସେ ଆଚମ୍ବିତ ହେବା ସହ ଏହା ଏକ ପର୍ଯ୍ୟଟନସ୍ଥଳିର ମାନ୍ୟତା ପାଇବାକୁ ହକ୍ ବୋଲି କହିଥିଲେ। ବିଧାୟକ ଡ଼ଃ. ସାହୁ ଝରଣାକୁ ଦେଖି ବିମୋହିତ ହେବା ସହ ଏହାର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଝରଣା ପାଖରେ ଭୋଜି ଭାତ କରାଯିବା ଦ୍ବାରା ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ରହିଥିବାରୁ ବିଧାୟକ ଏହାକୁ ବାରଣ କରିଛନ୍ତି । ଝରଣା ନିକଟକୁ ରାସ୍ତା ନିର୍ମାଣ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏହା ସହିତ ଝରଣା ତଳଭାଗରେ ଭୋଜିଭାତ କରିବା ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି । ପାକୃତିକ ଶୋଭାରାଜିରେ ଭରପୁର ଏହି ସ୍ଥାନକୁ ଅଧିକ ଲୋକା ଦ୍ରୁତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସୂଚନା ଦେଇଛନ୍ତି । ସାରା ରାଜ୍ୟରୁ କିଭଳି ପର୍ଯ୍ୟଟକ ଏଠାକୁ ଆସି ବଣଭୋଜି କରିବେ, ସେ ନେଇ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି। ଏହା ସହିତ ଚିରସ୍ରୋତା ଝରଣାର ପ୍ରଚାର ଓ ପ୍ରସାର ପାଇଁ ମଧ୍ୟ ବ୍ୟବସ୍ଥା କରାଯିବା ସହିତ ଏହାକୁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ କରିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଉପସ୍ଥାପନ କରାଯିବ ବୋଲି ବିଧାୟକ ଡ଼ଃ. ସାହୁ ପ୍ରକାଶ କରିଛନ୍ତି।

ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ବିଧାୟକ

ଆଜି ଏହି ଝରଣା ଦେଖିବାକୁ ତାଙ୍କ ସହିତ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମିରାବାଇ ବେହେରା, ବିଡ଼ିଓ ସନ୍ତୋଷ କୁମାର ଜେନା, ତହସିଲଦାର ଅନିଲ କୁମାର ଆଚାର୍ଯ୍ୟ, ପଂଚିରିଡ଼ା ବନାଂଚଳ ଅଧିକାରୀ ଅର୍ଜନା ଗମାଙ୍ଗୋ, ବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ବାଣ୍ଠପୁର ସରପଞ୍ଚ ସୁନିତା ବାରିକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଭୂପ୍ରସାଦ ସାହୁ, ଆତ୍ମା ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଓଡ଼ଗାଁ ସହକାରୀ ଯନ୍ତ୍ରୀ ଅରୁନ୍ଧତି ପଣ୍ଡା, ସନାତନ ଭୋଳ, ପୂର୍ବତନ ସରପଞ୍ଚ ଦିବାକର ନାୟକ, ଜଗଦୀଶ ପ୍ରଧାନ, ଓଡ଼ଗାଁର ବହୁ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ପରିଦର୍ଶନ କରିଥିଲେ।

ଦୋଳି ଖେଳି, ସେଲ୍ଟି ନେଇ ମଜା ଉଠାଇଲେ ବିଧାୟକ
ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ସହିତ ଝରଣା ମଧ୍ୟରେ ଥିବା ଏକ ଗଛର ଓହଳରେ ବିଧାୟକ ଦୋଳି ଖେଳିବା ସହ ଝରଣା ଆଗରେ ଠିଆ ହୋଇ ସେଲଫି ନେଇ ମଜା ଉଠାଇଛନ୍ତି।

Related posts