ଓଡ଼ଗାଁରେ ମଡେଲ ସିଭିଲ କୋର୍ଟ କମ୍ପ୍ଲେକ୍ସ ଆଡିସନାଲ ଡିଷ୍ଟ୍ରିଟ ଓ ସେସନ୍ ଜଜକୋର୍ଟ ଉଦଘାଟିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସମଗ୍ର ରାଜ୍ୟରେ ନ୍ୟାୟପାଳିକା ଭିତ୍ତିଭୂମିର କାର୍ଯ୍ୟ ତ୍ବରାନ୍ବିତ ହୋଇଥିବା ବେଳେ ଓଡ଼ଗାଁରେ ନିର୍ମାଣ ହୋଇଥିବା ମଡେଲ ସିଭିଲ କୋର୍ଟ କମ୍ପ୍ଲେକ୍ସ ଆଡିସନାଲ ଡିଷ୍ଟ୍ରିଟ ଓ ସେସନ୍ ଜଜକୋଟ ଉଦଘାଟିତ ହୋଇଯାଇଛି। ଜଷ୍ଟିସ ଭି. ନରସିଂଘ ଜେ ହାଇକୋର୍ଟ ଓଡ଼ିଆ (ପ୍ରଶାସନିକ ଜଜ, ନୟାଗଡ଼ ଜିଲ୍ଲା) ଙ୍କ ଉପସ୍ଥିତିରେ ଓଡିଶା ହାଇକୋର୍ଟ ବରିଷ୍ଠ ଡଃ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ (ଅଧ୍ୟକ୍ଷ ବିଲଡିଙ୍ଗ କମିଟି, ଓଡିଶା ହାଇକୋର୍ଟ) ସେସନ୍ କୋର୍ଟକୁ ଉଦଘାଟିତ କରିଥିଲେ । ଏତଦ୍ ବ୍ୟତୀତ ଅତିରିକ୍ତ ଜିଲ୍ଲା ସେସନ୍ ଜଜଙ୍କ ପାଇଁ ବି-୧ ଟାଇପ, ବରିଷ୍ଠ ସିଭିଲ ଜଜଙ୍କ ପାଇଁ ସି-ଟାଇପ କ୍ବାଟର ଏବଂ ଅନ୍ୟ କର୍ମଚାରୀ ମାନଙ୍କ ପାଇଁ ୮ ଏଫ ଟାଇପ ଷ୍ଟାଫ୍ କ୍ବାଟର ନିର୍ମାଣ ପାଇଁ ସିଭିଲ କୋର୍ଟ ଓଡ଼ଗାଁ ପରିସର ଭିତରେ ଭିତ୍ତିପ୍ରସ୍ତର ପକାଇ ଥିଲେ। ଓଡ଼ଗାଁ ବାର ଆସୋସିଏସନ୍ ସଭାପତି ଆଇନଜୀବୀ ଇନ୍ଦୁଭୁଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଯୋଗ ଦେଇ ନିମ୍ନସ୍ତରରୁ ଆରମ୍ଭ କରି ଉଚ୍ଚସ୍ତର ପର୍ଯ୍ୟନ୍ତ ନ୍ୟାୟପାଳିକାର କର୍ମଚାରୀ ମାନେ ସୁରକ୍ଷିତ ରହିଲେ ସେମାନେ ସହଜରେ ନ୍ୟାୟିକ କାର୍ଯ୍ୟରେ ଆବଶ୍ୟକ ସ୍ଥଳେ ଅଧିକ ଶ୍ରମ ଦେଇପାରିବେ ବୋଲି ଜଷ୍ଟିସ ନରସିଂଘ କହିଥିଲେ। ପୂର୍ବତନ ଓଡିଶା ମୁଖ୍ୟ ବିଚାରପତି ବିନୀତ ଶରଣ ଜଷ୍ଟିସ ଷଡ଼ଙ୍ଗୀଙ୍କ ମଡେଲ କୋଟର କନସେପ୍ଟ ସ୍ବୀକୃତି ପ୍ରଦାନ କରିଥିବା ବେଳେ ବର୍ତ୍ତମାନର ମୁଖ୍ୟ ବିଚାରପତି ଏସ ମୁରଲିଧରନ ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଦର୍ଶ କୋର୍ଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଚାଲୁ ରଖିଛନ୍ତି। ବରିଷ୍ଠ ଆଇନଜୀବୀ ମାନେ କନିଷ୍ଠ ମାନଙ୍କୁ ଗାଇଡ କରିବା ସହିତ କୋଟ କାମରେ ସହଯୋଗ କରିବା ଆବଶ୍ୟକ। ଲୋକମାନଙ୍କୁ ଶୀଘ୍ର ନ୍ୟାୟ ଦେବା ପାଇଁ ନ୍ୟାୟ ପାଳିକାର ସମସ୍ତ ନ୍ୟାୟିକ ଅଧିକାରୀ ଓ କର୍ମଚାରୀମାନେ କଠିନ ପରିଶ୍ରମ କରିବା ଦର୍କାର ଯେପରି ସାଧାରଣ ଲୋକର ନ୍ୟାୟ ପାଳିକା ଉପରେ ବିଶ୍ବାସ ଓ ଭରସା ଅତୁଟ ରହିବ ବୋଲି ଜଷ୍ଟିସ ଷଡ଼ଙ୍ଗୀ କହିଥିଲେ।

କାର୍ଯ୍ୟକ୍ରମରେ ହାଇକୋର୍ଟ ରେଜିଷ୍ଟ୍ରାର ଆଡମିନଷ୍ଟ୍ରେସନ ଭିଜିଲାନ୍ସ ଅନୀଲ ପଶ୍ଚିମ କବାଟ, ଜିଲ୍ଲା ଜଜ ରୁପଶ୍ରୀ ଚୌଧୁରୀ, ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ଆରକ୍ଷୀ ଅଧ୍ୟକ୍ଷକ ଅଲ୍ଲେଖ ଚନ୍ଦ୍ର ପହିଙ୍କ ସହିତ ନୟାଗଡ଼ ଜିଲ୍ଲାର ବିଭିନ୍ନ ବାର ଆସୋସିଏସନ୍ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମ ସରିବା ପରେ ଜଷ୍ଟିସ ଓ ଅନ୍ୟମାନେ ମିଳିତ ଭାବେ ଓଡ଼ଗାଁରେ ବିଜେ ଶ୍ରୀ ରଘୁନାଥ ଓ ଶରଣକୁଳ ଲଡୁବାବାଙ୍କୁ ଦର୍ଶନ କରି ଫେରିଥିଲେ ।

Related posts