ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ଥୁଆବାରୀ ଠାରେ ସ୍ୱାଧୀନତାର ଅମୃତ ଉତ୍ସବ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସେବା ଉତ୍ସବ ସମିତି ପକ୍ଷରୁ ନୟାଗଡ଼ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ଥୁଆବାରୀ ଠାରେ ସ୍ୱାଧୀନତାର ଅମୃତ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଞ୍ଜିନିଅର ଶିଶିର କୁମାର ନାୟକ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀଙ୍କ ମହାନ ମାଟି ଭାବେ ଥୁଆବାରୀ ସାରା ଭାରତ ଇତିହାସରେ ନିଜର ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି ବୋଲି କହିଛନ୍ତି l ସେହିଭଳି ମୁଖ୍ୟବକ୍ତା ଭାବେ ଲେଖକ ତଥା ଗବେଷକ ଚନ୍ଦ୍ରବିଜୟୀ ମିଶ୍ର ଭାରତର ସ୍ୱାଧୀନତା ସଂଗ୍ରାମରେ ଥୁଆବାରୀର ଯେଉଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ତାହା ସ୍ବର୍ଣ୍ଣକ୍ଷରରେ ଲିପିବଦ୍ଧ ରହିବ ବୋଲି ମତ ରଖିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଦାମୋଦର ସାହୁ,ସାମ୍ବାଦିକ ଧନେଶ୍ୱର ସାହୁ, ଥୁଆବାରୀ ଗ୍ରାମର ସଭାପତି ବିଜୟ କୁମାର ସାହୁ, ସମାଜସେବୀ ନବକିଶୋର ସାହୁ ପ୍ରମୁଖ ଯୋଗଦେଇ ସ୍ୱାଧୀନତା ଆନ୍ଦୋଳନରେ ଥୁଆବାରୀର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱାଧୀନତାର 75ବର୍ଷ ଅବସରରେ ପୁଣିଥରେ ମନେପକେଇବାର ସମୟ ଆସିଛି ବୋଲି କହିଛନ୍ତି l ଏହି ଅବସରରେ ନୃତ୍ୟପ୍ରଣାମ ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନଙ୍କୁ ନେଇ ଗୁରୁ ଲିମା ଦାଶଙ୍କ ତତ୍ୱାବଧାନରେ ପରିବେଶିତ ଓଡିଶୀ ଓ ଦେଶାତ୍ମବୋଧକ ସଂଗୀତ ଦର୍ଶକଙ୍କର ବେଶ ମନ ଜିଣିଥିବା ଦେଖିବାକୁ ମିଳିଛି l ଆଜିର କାର୍ଯ୍ୟକ୍ରମକୁ ଜୟେନ୍ଦ୍ର କୁମାର ବେହେରା ସଂଯୋଜନା କରିଥିବା ବେଳେ ସେବା ଉତ୍ସବ ସମିତି ପକ୍ଷରୁ ଥୁଆବାରୀ ଗାଁର ପ୍ରଚାର ପ୍ରସାର ଦିଗରେ ପ୍ରଚେଷ୍ଟା କରାଯିବ ବୋଲି ସମିତି ଅଧକ୍ଷ ଶିବରାମ ମହାପାତ୍ର କହିଛନ୍ତି l

Related posts