ଓଡ଼ଗାଁ,(୧୫/୦୯): କୃଷକ ଓ ଶ୍ରମିକଙ୍କର ୧୪ ଦଫା ଦାବି ନେଇ ସିପିଆଇଏମ୍ ପକ୍ଷରୁ ଓଡ଼ଗାଁ ବ୍ଲକ ଅଫିସ ଆଗରେ ଆଜି ଏକ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ସିପିଆଇଏମ୍ ପକ୍ଷରୁ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରିବା ସହ ବ୍ଲକ ଅଫିସ ଆଗରେ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଦଳୀୟ କର୍ମୀ । କୃଷକ ନେତା ଗୋଲକ ବିହାରୀ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସିପିଆଏମ୍ ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ର, ଆଞ୍ଚଳିକ ସମ୍ପାଦକ ପବିତ୍ର ଇନ୍ଦ୍ରଜିତ, ଯୁବନେତା ଆଲୋକ ପ୍ରଧାନ, ଧିରେନ ପାତ୍ର ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ବିଜେପି ସରକାରର କୃଷକ ଓ ଶ୍ରମିକ ବିରୋଧୀ ନୀତିର କଟୁ ସମାଲୋଚନା କରିଥିଲେ । ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ଚଳିତ ମାସ ୨୭ ତାରିଖରେ ହେବାକୁ ଥିବା ଭାରତ…
Read MoreCategory: ଓଡ଼ଗାଁ ବ୍ଲକ
ଇଣ୍ଡିଆନ ମିୟୁଜିକ କ୍ରିଏସନ ପକ୍ଷରୁ ଭଜନ ‘ନୀଳାଚଳ ନାଥ’ ଲୋକାର୍ପିତ
ଶରଣକୁଳ,(୧୫/୦୯): ଶରଣକୁଳ ମା’ ଝାଡ଼େଶ୍ୱରୀଙ୍କ ପୀଠରେ ଇଣ୍ଡିଆନ ମିୟୁଜିକ କ୍ରିଏସନ ପକ୍ଷରୁ ଭଜନ ‘ନୀଳାଚଳ ନାଥ’ ଲୋକାର୍ପିତ ହୋଇଯାଇଛି । ଏହି ଗୀତଟିରେ ଆଦ୍ୟା ଆଲିସା ଦାଶ କଣ୍ଠଦାନ କରିଥିବା ବେଳେ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ ସ୍ୱର ସଂଯୋଜନା କରିଛନ୍ତି । ଅଶୋକ କୁମାର ସାହୁ ସଂଗୀତ ପରିଚାଳକା କରିଥିବା ବେଳେ ଗୀତ ରଚନା କରିଛନ୍ତି ବିରଞ୍ଚୀ ନାରାୟଣ ତ୍ରିପାଠୀ । ଏହି ଲୋକାର୍ପଣ ଉତ୍ସବରେ ବରିଷ୍ଠ ଶିକ୍ଷାବିତ ତଥା ସଂସ୍କୃତି ପ୍ରେମୀ କିଶୋର ଚନ୍ଦ୍ର କର, ଗୀତିକାର ନଳିନୀ ଦାଶ, ସୁବାଷ ନାୟକ, କଣ୍ଠଶିଳ୍ପୀ ରବିନ୍ଦ୍ର କୁମାର ତ୍ରିପାଠୀଙ୍କ ସମେତ ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ ଓ କଣ୍ଠଶିଳ୍ପୀ ଆଦ୍ୟା ଆଲିସା ଦାଶ ଯୋଗ ଦେଇଥିଲେ । ନୟାଗଡ଼ ଜିଲ୍ଲାର ଏହି ଉଦୀୟମାନ କଣ୍ଠଶିଳ୍ପୀଙ୍କର କଣ୍ଠର ଯାଦୁ ଶ୍ରୋତା ମାନଙ୍କ ହୃଦୟକୁ…
Read Moreଓଡ଼ଗାଁରେ ବିଜୁ ମହିଳା ଜନତାଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଓଡ଼ଗାଁ,(୧୨/୦୯): ଓଡ଼ଗାଁ ବ୍ଲକ ନିକଟସ୍ଥ ଇନଡୋର ଷ୍ଟାଡିୟମଠାରେ ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ବିରଜାଲକ୍ଷ୍ମୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜୁ ମହିଳା ଜନତା ଦଳର ସଂଗଠନ ଉପରେ ଆଲୋଚନା କରାଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଏବଂ ଆଦର୍ଶ ପାଇଁ ବିଜୁ ଜନତା ଦଳ ସାରା ରାଜ୍ୟରେ ଲୋକପ୍ରିୟ ହୋଇପାରିଛି । ବିଶେଷ କରି ମହିଳାମାନଙ୍କୁ ସଶକ୍ତିକରଣ ଏବଂ ସ୍ୱାବଲମ୍ବୀ କରିବା ନିମନ୍ତେ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ମହିଳାମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କରୁଥିବା ବିଭିନ୍ନ ଲୋକହିତକର ଏବଂ ଜନକଲ୍ୟାଣକାରୀ ଯୋଜନା ସବୁକୁ ଗାଁ ଗହଳି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲା ସଭାପତି ବିରଜାଲକ୍ଷ୍ମୀ ସାହୁ କହିଥିଲେ । ମିଶନଶକ୍ତି ମହିଳାମାନଙ୍କୁ…
Read Moreପୂର୍ବ ପୁରୁଷଙ୍କ ସ୍ମୃତି ରକ୍ଷା ନିମନ୍ତେ ପଦ୍ମଶ୍ରୀ ରାଧାମୋହନଙ୍କ ନାମରେ ଆମ୍ର ବାଟିକା
ଓଡ଼ଗାଁ,(୧୧/୦୯): ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ନିକଟରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚଶିକ୍ଷା ଓ ପଶୁସମ୍ପଦ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଆମ୍ରବାଟୀକାର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡ଼ଃ. ସାହୁ ପ୍ରଥମେ ଆମ୍ର ବୃକ୍ଷ ରୋପଣ କରିଥିଲେ। ସ୍ବର୍ଗତ ପ୍ରଫେସର ରାଧାମୋହନ ପଣ୍ଡା ଜୈବିକ କୃଷି ପାଇଁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ଉପାଧି ପାଇଥିଲେ। ପ୍ରଫେସର ରାଧାମୋହନ ପଣ୍ଡା ପ୍ରଥମେ ଅଧ୍ୟାପନାରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। କ୍ରମେ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଭାବରେ କାର୍ଯ୍ୟ କରିବା ପରେ ୨୦୦୫-୦୬ ମସିହାରେ ଓଡ଼ିଶାର ପ୍ରଥମ ସୂଚନା ଅଧିକାର କମିଶନର ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। USA ସରକାର ତାଙ୍କୁ “ଗ୍ଲୋବାଲ ରୋଲ ଅଫ ଅନର”…
Read Moreଓଡ଼ଗାଁ ବ୍ଳକର ୩ ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଡ଼ଃ. ଅରୁଣ
ଓଡ଼ଗାଁ(୧୧/୦୯): ନୟାଗଡ଼ ନିର୍ବାଚନ ମଣ୍ଡଳୀର ଓଡ଼ଗାଁ ବ୍ଳକର ୩ଟି ଗ୍ରାମ ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ। ଆଜି ଓଡ଼ଗାଁ ବ୍ଲକର ୩ ପଞ୍ଚାୟତର ବିଭିନ୍ନ ଗ୍ରାମ ଗ୍ରସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିଥିଲେ । ଗ୍ରାମରେ ଲୋକଙ୍କ ଆବଶ୍ୟକତା ପାଇଁ କରାଯିବାକୁ ଥିବା କାମର ତାଲିକା ପ୍ରସ୍ତୁତ କରାଯାଇଛି। ପୁଣି ବିଭିନ୍ନ ଜନହିତକର କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଆଜି ପ୍ରଥମେ ରବିଗାଡ଼ିଆ ପଞ୍ଚାୟତରେ ପାନୀୟଜଳ ଯୋଗାଣ ସୁବିଧା ଉପଲବ୍ଧ ଥିଲେ ସୁଦ୍ଧା ଯାନ୍ତ୍ରିକ ତ୍ରୁଟି ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ…
Read Moreଜାତୀୟ ଉପଲବ୍ଧି ସର୍ବେକ୍ଷଣ ପ୍ରଶ୍ନପତ୍ର ପ୍ରସ୍ତୁତି କର୍ମଶାଳା
ଓଡ଼ଗାଁ,(୦୯/୦୯):- ଓଡ଼ଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଗିତାଞ୍ଜଳୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଓଡ଼ଗାଁ ଠାରେ ବ୍ଳକ୍ ସ୍ତରୀୟ ପ୍ରଶ୍ନପତ୍ର ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବର ମାସ ୧୨ତାରିଖରେ ପ୍ରତି ବିଦ୍ୟାଳୟରେ ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ଭାଷା, ଗଣିତ, ପରିବେଶରେ କେତେ ଦକ୍ଷତା ହାସଲ କରିଛନ୍ତି ତା’ର ସ୍ତର ଜାଣିବା ପାଇଁ ସର୍ବ ଭାରତୀୟ ସ୍ତରରେ ଜାତୀୟ ଉପଲବ୍ଧି ସର୍ବେକ୍ଷଣ ଅନୁଷ୍ଠିତ ହେବ। ଓଡ଼ଗାଁ ବ୍ଳକର ଛାତ୍ରଛାତ୍ରୀମାନେ କିପରି ଭଲ ସ୍ତରରେ ରହିବେ ସେଥିପାଇଁ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ବଛାବଛା ୩୮ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ପ୍ରତ୍ୟେକ ଶ୍ରେଣୀର ୧୫ଟି ଲେଖାଏଁ ପ୍ରଶ୍ନପତ୍ର ସେଟ୍ ପ୍ରସ୍ତୁତ କରାଯାଇଛି। ଉକ୍ତ ନମୁନା ପ୍ରଶ୍ନକୁ ନେଇ ପିଲାମାନଙ୍କ ନିକଟରେ ପହଞ୍ଚି ପାରିଲେ ସେମାନଙ୍କ ଶିକ୍ଷଣ ସ୍ତର…
Read Moreଗଞ୍ଜେଇ ଓ ଭାଙ୍ଗ ଚୋରା ଚାଲାଣକାରୀ ଗିରଫ
ଓଡ଼ଗାଁ,(୦୮/୦୯): ବିଭିନ୍ନ ସମୟରେ ଗଞ୍ଜେଇ ଓ ଭାଙ୍ଗ ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତକୁ ଓଡ଼ଗାଁ ଆଦର୍ଶ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ରଗଡ଼ିମଡ଼ା ଗ୍ରାମର ରୁଷିଆ ପାତ୍ରଙ୍କ ପୁଅ ସନ୍ତୋଷ ପାତ୍ର । ସେ ଗଞ୍ଜେଇ ବେପାର ସାରି ଫେରୁଥିବା ସମୟରେ ଓଡଗାଁ ପୁଲିସ ତାକୁ ପ୍ରେଟୋଲ ଟାଙ୍କି ନିକଟରୁ ଧରିବାରେ ସଫଳ ହୋଇଛି । ତା ନିକଟରୁ ଏକ ୪ ଚକିଆ ଯାନ ଏବଂ ୩୨ ହଜାର ଟଙ୍କା ଜବତ କରାଯାଇଥିବା ଥାନା ଅଧିକାରୀ ପ୍ରଜ୍ଞାପରମିତା ଜେନା ସୂଚନା ଦେଇଛନ୍ତି ।
Read More‘କରୋନା’ ର ୩ୟ ଲହରକୁ ନେଇ ଗାଁ କଲ୍ୟାଣ ସମିତି ପକ୍ଷରୁ ସଚେତନତା
ଓଡ଼ଗାଁ,(୦୮/୦୯): ମହାମାରୀ ‘କରୋନା’ର ତୃତୀୟ ଲହରକୁ ଦୃଷ୍ଟିରେରଖି ଓଡ଼ଗାଁ ବ୍ଲକ ଗିରିଡ଼ିପଲ୍ଲୀ ପଞ୍ଚାୟତର ଧଝୋଲା ଗାଁ କଲ୍ୟାଣ ସମିତି ଓ ଗିରିଡ଼ିପଲ୍ଲି ଗାଁ କଲ୍ୟାଣ ସମିତି ତରଫରୁ ତନ୍ତିଭୁଷାପଲ୍ଲୀ ଓ ଗିରିଡିପଲ୍ଲିରେ ଆଜି କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ସନ୍ୟାସୀ ପ୍ରଧାନ ମୁଖ୍ୟଅତିଥିଭାବେ ଯୋଗଦେଇ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିବାବେଳେ ଅଙ୍ଗନବାଡି କର୍ମୀ ସବିତା ନାୟକ, ସରୋଜିନୀ ସାହୁ, ଆଶାକର୍ମୀ ସ୍ୱର୍ଣ୍ଣଲତା ନାୟକ, କ୍ଷୀର ପାହାନ, ସ୍ୱେଚ୍ଛାସେବୀ ସୁଶାନ୍ତ ରାଉତଙ୍କ ସମେତ ମହିଳା ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇଥିଲେ। ଏହି ଜନସଚେତନତା ରାଲିରେ ଗ୍ରାମର ପୁରୁଷ, ମହିଳା, ଯୁବଗୋଷ୍ଠୀ କୋଭିଡ଼୍ ଗାଇଡ଼୍ ଲାଇନ୍ ଅନୁସାରେ ମାସ୍କ ପିନ୍ଧି ସାମାଜିକ ଦୂରତା ନିୟମ ପାଳି ବିଭିନ୍ନ ସଚେତନତା ପ୍ଲାକାର୍ଡ଼,ସ୍ଲୋଗାନ ଏବଂ ଲିଫ୍ଲେଟ୍ ମାଧ୍ୟମରେ ପ୍ରଚାର କରାଇଥିଲେ।ତା ସହିତ ମାସ୍କ ଓ ସାବୁନ ବଣ୍ଟନ କରାଯାଇଥିଲା।ଗ୍ରାମ…
Read Moreପବିତ୍ର ଗୁରୁଦିବସ ଅବସରରେ “ମାତୃଭୂମି” କୁରାଳ ପକ୍ଷରୁ ଗୁରୁପୂଜନ
କୁରାଳ,(ନୟାଗଡ଼ ଦର୍ପଣ):- ପବିତ୍ର ଗୁରୁ ଦିବସ ପାଳନ ଅବସରରେ “ମାତୃଭୂମି” କୁରାଳ ଆନୁକୂଲ୍ୟରେ ଗୁରୁପୂଜନ କାର୍ଯ୍ୟକ୍ରମ କୋଭିଡ କଟକଣାକୁ ଗୁରୁତ୍ୱ ଦେଇ ପାଳନ କରାଯାଇଛି । ଏଥିରେ କୁରାଳ ପଞ୍ଚୟତରେ ଅବସରପ୍ରାପ୍ତ ଏବଂ କାର୍ଯ୍ୟରତ ଥିବା ଶହେ ଜଣ ଗୁରୁ ଗୁରୁମାଙ୍କୁ ମିନି ଅଲମଣ୍ଡା ଫୁଲ ଚାରା ସହିତ କଲମ ଉପହାର ସ୍ୱରୂପ ଦିଆଯାଇଛି। ଏହିକାର୍ଯ୍ୟକୁ କୁରାଳ ପଞ୍ଚୟତରେ ଅବସ୍ଥିତ ମାତୃଭୂମିର କର୍ମକର୍ତ୍ତାମାନେ ସମ୍ପାଦନ କରିଥିଲେ । କାର୍ଯ୍ୟକ୍ରମର ପଶ୍ଚାତରେ ଯେଉଁମାନଙ୍କର ମୁଖ୍ୟଭୂମିକା ରହିଛି, ସେମାନେ ହେଲେ ପୁରୁଷୋତ୍ତମ ପାଣିଗ୍ରାହୀ, ରାମେଶ୍ୱର ପଣ୍ଡା, ସୋମନାଥ ଚୌଧୁରୀ, ଦୁର୍ଗାମାଧଵ ସାହୁ, ମନୋରଞ୍ଜନ ସାହୁ, ବଦ୍ରିନାରାୟଣ ସୁବୁଦ୍ଧି, ଶ୍ରୀମତୀ ରଶ୍ମି ଦାସ, ପ୍ରସନ୍ନ କୁମାର ପାଣିଗ୍ରାହୀ, ତ୍ରିପତି ସୁବୁଦ୍ଧି, ରାମ କୃଷ୍ଣ ସାହୁ, ସତ୍ୟ ନାରାୟଣ ଶତପଥୀ ଓ ଅନ୍ୟମାନେ । ସମାଜରେ ଗୁରୁଶିଷ୍ୟର ସମ୍ପର୍କ, ସମାଜ ସେବାରେ ଶିକ୍ଷକଙ୍କ…
Read Moreକଜଳାଇପଲ୍ଲୀରେ କମ୍ୟୁନିଷ୍ଟ ପାର୍ଟିର ବ୍ରାଞ୍ଚ ସମ୍ମିଳନୀ
ଓଡଗାଁ,(୦୫/୦୯):- ଭାରତ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦ)ର କଜଳାଇପଲ୍ଲୀ ବ୍ରାଞ୍ଚ ସମ୍ମୀଳନି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମ୍ପାଦକ ମଣ୍ଡଳି ସଭ୍ୟ ସାଥି ସଭ୍ୟ ବିଶ୍ୱନାଥ ମହାପାତ୍ରଙ୍କୁ ସଭାପତିତ୍ୱରେ ଗୋଲକ ବିହାର ମୁଦୁଲି ଉକ୍ତ ପତାକା ଉତ୍ତୋଳନ କଲା ପରେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ସାଥି ଗୋଲକ ମୁଦୁଲି ଉଦଘାଟନି ଭାଷଣ ରଖି ଆନୁଷ୍ଠାନିକ ଭାବେ ସମ୍ମୀଳନି ଉଦଘାଟନ କରିଥିଲେ । ଚାଷୀ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଦେବା ସହ ଶିକ୍ଷାର ଘରୋଇ କରଣ ନୂତନ ଶିକ୍ଷାନୀତ ୨୦୨୦କୁ ବିରୋଦ୍ଧ ଓ ବିଦ୍ୟୁତର ଘରୋଇ କରଣକୁ ବିରୋଧ କରିବା ନେଇ ଆଲୋଚନା ହୋଇଥିଲା । ଶ୍ରମିକମାନଙ୍କୁ ଅଧିକ ସଂଗଠିତ କରି ଶ୍ରମିକ ବିରୋଧ ଆଇନ ବାତିଲ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଶେଷରେ ଶାଖାର ନୁତନ ସମ୍ପାଦକ ଭାବେ ବଳରାମ ମହାସଂଘ ନିର୍ବାଚିତ ହୋଇଥିଲେ ।
Read More