ଓଡ଼ଗାଁ,(୦୮/୦୯): ବିଭିନ୍ନ ସମୟରେ ଗଞ୍ଜେଇ ଓ ଭାଙ୍ଗ ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତକୁ ଓଡ଼ଗାଁ ଆଦର୍ଶ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ରଗଡ଼ିମଡ଼ା ଗ୍ରାମର ରୁଷିଆ ପାତ୍ରଙ୍କ ପୁଅ ସନ୍ତୋଷ ପାତ୍ର । ସେ ଗଞ୍ଜେଇ ବେପାର ସାରି ଫେରୁଥିବା ସମୟରେ ଓଡଗାଁ ପୁଲିସ ତାକୁ ପ୍ରେଟୋଲ ଟାଙ୍କି ନିକଟରୁ ଧରିବାରେ ସଫଳ ହୋଇଛି । ତା ନିକଟରୁ ଏକ ୪ ଚକିଆ ଯାନ ଏବଂ ୩୨ ହଜାର ଟଙ୍କା ଜବତ କରାଯାଇଥିବା ଥାନା ଅଧିକାରୀ ପ୍ରଜ୍ଞାପରମିତା ଜେନା ସୂଚନା ଦେଇଛନ୍ତି ।
ଗଞ୍ଜେଇ ଓ ଭାଙ୍ଗ ଚୋରା ଚାଲାଣକାରୀ ଗିରଫ
