‘କରୋନା’ ର ୩ୟ ଲହରକୁ ନେଇ ଗାଁ କଲ୍ୟାଣ ସମିତି ପକ୍ଷରୁ ସଚେତନତା

ଓଡ଼ଗାଁ,(୦୮/୦୯): ମହାମାରୀ ‘କରୋନା’ର ତୃତୀୟ ଲହରକୁ ଦୃଷ୍ଟିରେରଖି ଓଡ଼ଗାଁ ବ୍ଲକ ଗିରିଡ଼ିପଲ୍ଲୀ ପଞ୍ଚାୟତର ଧଝୋଲା ଗାଁ କଲ୍ୟାଣ ସମିତି ଓ ଗିରିଡ଼ିପଲ୍ଲି ଗାଁ କଲ୍ୟାଣ ସମିତି ତରଫରୁ ତନ୍ତିଭୁଷାପଲ୍ଲୀ ଓ ଗିରିଡିପଲ୍ଲିରେ ଆଜି କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ସନ୍ୟାସୀ ପ୍ରଧାନ ମୁଖ୍ୟଅତିଥିଭାବେ ଯୋଗଦେଇ ପତାକା  ଦେଖାଇ ଏହାକୁ ଶୁଭାରମ୍ଭ କରିଥିବାବେଳେ ଅଙ୍ଗନବାଡି କର୍ମୀ ସବିତା ନାୟକ, ସରୋଜିନୀ ସାହୁ, ଆଶାକର୍ମୀ ସ୍ୱର୍ଣ୍ଣଲତା ନାୟକ, କ୍ଷୀର ପାହାନ, ସ୍ୱେଚ୍ଛାସେବୀ ସୁଶାନ୍ତ ରାଉତଙ୍କ ସମେତ ମହିଳା ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇଥିଲେ। ଏହି ଜନସଚେତନତା ରାଲିରେ ଗ୍ରାମର ପୁରୁଷ, ମହିଳା, ଯୁବଗୋଷ୍ଠୀ କୋଭିଡ଼୍ ଗାଇଡ଼୍ ଲାଇନ୍ ଅନୁସାରେ ମାସ୍କ ପିନ୍ଧି ସାମାଜିକ ଦୂରତା ନିୟମ ପାଳି ବିଭିନ୍ନ ସଚେତନତା ପ୍ଲାକାର୍ଡ଼,ସ୍ଲୋଗାନ ଏବଂ ଲିଫ୍ଲେଟ୍ ମାଧ୍ୟମରେ ପ୍ରଚାର କରାଇଥିଲେ।ତା ସହିତ ମାସ୍କ ଓ ସାବୁନ ବଣ୍ଟନ କରାଯାଇଥିଲା।ଗ୍ରାମ ମଝିରେ ମଝିରେ ଆଶାକର୍ମୀଙ୍କ ଦ୍ୱାରା ହାତଧୋଇବାର ବିଭିନ୍ନ କୌଶଳ ଶିଖାଇଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ସରପଞ୍ଚ  ପରିଚାଳନା କରିଥିଲେ।

Related posts