ରୋଟାରୀ କ୍ଲବ ଏବଂ ୟୁନିଟେକ କଲେଜ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ଏବଂ ୟୁନିଟେକ କଲେଜ, ନୟାଗଡର ମିଳିତ ଆନୁକୂଲ୍ୟରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୂଖ୍ୟ ଅତିଥି ସହକାରୀ କୃଷି ଅଧିକାରୀ ଶ୍ରୀମତୀ ମୁକ୍ତିଲିନା ମୋନିକା, ନୟାଗଡ଼ ରୋଟାରୀ କ୍ଲବର ସଭାପତି ରୋଟାରିଆନ ଧିରେନ୍ଦ୍ର ପଟ୍ଟନାୟକ ଏବଂ ଇନରହୁଇଲ କ୍ଲବର ସଭାପତି ସ୍ମିତା ସ୍ବାଇଁ, ଆୟୋଜିତ ସଭାରେ ଉଦବୋଧନ ଦେଇ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ବ ଦବା ସହ ଉପସ୍ଥିତ ଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତର କାମନା କରିଥିଲେ । ଏହି ସଭାକୁ ପରିଚାଳନା କରିଥିଲେ ୟୁନିଟେକ କଲେଜର ନିର୍ଦ୍ଧେଶକ ରୋଟାରିଆନ ପ୍ରବୀର ପୃଷ୍ଟି । ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରୀ ମାନଙ୍କୁ ନେଇ ଏକ ତର୍କ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବା ପାଇଁ ପ୍ରେରଣାଦାୟୀ…

Read More

ନୟାଗଡ଼ରେ ବିଶ୍ୱ ମହିଳା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ/ସଦସ୍ୟାମାନଙ୍କ ସର୍ବପ୍ରଥମେ ସ୍ୱାଗତ ଜଣାଇବା ସଙ୍ଗେ ସଙ୍ଗେ ଆଜିର ଦିବସର ତାତ୍ପର୍ଯ୍ୟ ଉପରେ ବୁଝାଇବାକୁ ଯାଇ କହିଲେ ଯେ, ସମାଜରେ ଲିଙ୍ଗଗତ ସମାନତା ନିତାନ୍ତ ଜରୁରୀ । ଏହା ନ ରହିଲେ ଭବିଷ୍ୟତରେ ଆମ ସମାଜରେ ଶୃଙ୍ଖଳା ରହିବ ନାହିଁ । PNDT Actକୁ କଡ଼ାକଡ଼ି ଭାବରେ ପାଳନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ନାରୀ ବିନା ସମାଜରେ ସୃଷ୍ଟି ଅସମ୍ଭବ। ତେଣୁ ନାରୀମାନଙ୍କୁ ନଗଣ୍ୟ ମନେକରିବା ଅନୁଚିତ୍ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଶଙ୍କର ଜେନା ସର୍ବପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହାକୁ ଜିଲ୍ଲା ସଂଯୋଜିକା(ବାଲ୍ୟବିବାହ) ଇପସିତା…

Read More

ନୟାଗଡ଼ରେ ଗ୍ରୀଷ୍ମପ୍ରବାହ ଓ ଏହାର ପ୍ରତିକାର ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମପ୍ରବାହ ଓ ଏହାର ପ୍ରତିକାର ସଂପର୍କରେ ଏକ ବୈଠକ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣାଇ ଗ୍ରୀଷ୍ମପ୍ରବାହ ଓ ପ୍ରତିକାର ସଂପର୍କରେ ଆଲୋଚନା କରି ସମସ୍ତ ବିଭାଗର ଅଧିକାରୀମାନଙ୍କୁ ଗ୍ରୀଷ୍ମପ୍ରବାହ ସମୟରେ ନିଜ ନିଜ ସ୍ତରରେ ଆବଶ୍ୟକୀୟ ପଦକ୍ଷେପମାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ଜନସମାଗମ ସ୍ଥାନମାନଙ୍କରେ ପାନୀୟଜଳ ବ୍ୟବସ୍ଥା କରାଇବା ପାଇଁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀମାନେ ଯତ୍ନବାନ ହେବା ପାଇଁ କହିଥିଲେ । ସେହିପରି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ସମସ୍ତ ନଳକୁଅଗୁଡ଼ିକୁ ସଚଳ ଅବସ୍ଥାରେ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଖରାପ ହୋଇଯାଇଥିବା ନଳକୁଅଗୁଡ଼ିକ ତୁରନ୍ତ ମରାମତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।…

Read More

ନାଟକ ସମାରୋହର ଅନ୍ତିମ ସଂଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘ନିଧିବାବୁ ଘରେ ଅଛ?’

ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟ୍ୟଧାରା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଦୀର୍ଘ ୮ଦିନ ଧରି ଚାଲିଥିବା ତୃତୀୟ ରାଜ୍ୟସ୍ତରୀୟ ନାଟକ ସମାରୋହର ଅଷ୍ଟମ ତଥା ଅନ୍ତିମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ଲୋକପ୍ରିୟ ସାମାଜିକ ନାଟକ ‘ନିଧିବାବୁ ଘରେ ଅଛ?’ । ସ୍ଥାନୀୟ ନାଟ୍ୟାନୁଷ୍ଠାନ ଚମତ୍କାର,ନୟାଗଡ଼ ପକ୍ଷରୁ ପରିବେଷିତ ଏହି ସାମାଜିକ ନାଟକଟି ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ଡ.ବିଜୟ କୁମାର ମିଶ୍ର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ନାଟ୍ୟ ନିର୍ଦ୍ଦେଶକ ଡ. ବିଜୟ କୁମାର ଚୌଧୁରୀ । ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ରିଙ୍କୁ, ବିରୁ, ବାପି, ବାପୁ, ଲକି, ପ୍ରଦୀପ, ସିଂବାବୁ, ଖଟୁଆ, ନିଶିକାନ୍ତ, ଟୁନା, ବଣ୍ଟି, ମୀରା, ଟିକିଲି ଏବଂ ଶିଶୁ କଳାକାର ଦେବାଂଶୀ । ନାଟ୍ୟ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ବିଶିଷ୍ଟ ଅତିଥିଭାବେ ରାଜା ରାମେଶ୍ୱର ପ୍ରସାଦ ସିଂ ମାନଧାତା…

Read More

ନୟାଗଡ଼ ପୌର ପରିଷଦ ନିମନ୍ତେ ପ୍ରାର୍ଥପତ୍ର ଦାଖଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ ନିର୍ବାଚନ ପାଇଁ ଆଜି ଶେଷ ଦିନରେ ସମସ୍ତ ଓାର୍ଡ଼ର ପ୍ରାର୍ଥୀପତ୍ର ଦାଖଲ ହୋଇଯାଇଛି । ବିଜେଡି ପକ୍ଷରୁ ଅଧ୍ୟକ୍ଷା ପଦ ପାଇଁ ନିରୁପମା ଖଟେଇ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପି ପକ୍ଷରୁ ତନୁଶ୍ରୀ ସାମଲ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ସ୍ୱାଗତିକା ନାୟକ ଏବଂ ସ୍ୱାଧୀନ ପ୍ରାର୍ଥିନୀ ଭାବେ ସସ୍ମିତା ଷଡ଼ଙ୍ଗୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନୟାଗଡ଼ ପୌର ପରିଷଦରେ ସମୁଦାୟ ୪୫ଜଣ କାଉନସିଲର ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରୁ ବିଜେଡିର ୧୬, ବିଜେପିର ୧୫ , ଭାରତୀୟ ଜାତୀୟ କଂଗ୍ରେସର ୯ଜଣ ଏବଂ ସ୍ୱାଧୀନ ପ୍ରାର୍ଥୀଭାବେ ୫ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୫ନମ୍ବର ଓାର୍ଡ଼ରୁ ବିଜେଡିର ଶ୍ରୀ ସନ୍ତୋଷ କୁମାର ମାହାର ପ୍ରାର୍ଥୀପତ୍ର ଦାଖଲ…

Read More

ନାଟକ ମହୋତ୍ସବର ୭ମ ସନ୍ଧ୍ୟାର ନାଟକ ‘ଶବବାହକ ମାନେ’ ମଞ୍ଚସ୍ଥ

ନୟାଗଡ଼,(ନୟାଗଡ଼ ଦର୍ପଣ): ତୃତୀୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ସପ୍ତମ ସନ୍ଧ୍ୟାରେ ଦର୍ଶକ ମାନଙ୍କୁ ଭାବପ୍ରବଣ କରିଦେଇଥିଲା ରଙ୍ଗଶାଳାର ପ୍ରସିଦ୍ଧ ନାଟକ ‘ଶବବାହକ ମାନେ’ । ନାଟ୍ୟଧାରା ନାଟ୍ୟସଂସ୍ଥା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଚାଲିଥିବା ନାଟକ ମହୋତ୍ସବର ସୋମବାର ସଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ଡ.ବିଜୟ କୁମାର ମିଶ୍ରଙ୍କ ରଚିତ, ବିକ୍ରମ କୁମାର ସାହୁଙ୍କ ନିର୍ଦ୍ଦେଶିତ ଏବଂ କୈଳାସ ଚନ୍ଦ୍ର ସେନାପତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିବା ଏହି ସଚେତନଧର୍ମି ମଞ୍ଚ ନାଟକଟି ବେଶ ଲୋକାଦୃତି ଲାଭ କରିଥିଲେ । ରଙ୍ଗଶାଳା, ପୁରୀ ନାଟ୍ୟାନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ପରିବେଷିତ ଏହି ନାଟକରେ ଆଜି ଅତିଥିଭାବେ ନାଟ୍ୟ ବ୍ୟକ୍ତିତ୍ୱ ବିକ୍ରମ କୁମାର ସାହୁ ଯୋଗଦାନ କରିଥିଲେ । ବର୍ତ୍ତମାନ ସମୟ ଏତେ ବଦଳି ଯାଇଛି ଯେ ସାମାଜିକ…

Read More

ଅନନ୍ୟା ଫାଉଣ୍ଡେସନ୍ ତରଫରୁ ପକ୍ଷୀମାନଙ୍କ ପାଇଁ ଜଳ ପାନର ବ୍ୟବସ୍ଥା

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ସୁନାଖଳା, କୋଟଗଡ଼,ରମ୍ଭାବିଲର ବିଭିନ୍ନ ସ୍ଥାନ ତଥା ରାସ୍ତା କଡ଼ର ଉଭୟ ପାର୍ଶ୍ଵରେ ପଶୁପକ୍ଷୀମାନଙ୍କ ପାଇଁ ଜଳପାନର ବ୍ୟବସ୍ଥା କରାଯାଇଛି। ଆଗକୁ ବିଭିନ୍ନ ଜଳାଶୟ ଶୁଖି ଯିବାର ସମ୍ଭାବନା ଅଛି, ଏ ସବୁକୁ ନଜରରେ ରଖି ଆଜି ଆଜି ଅନନ୍ୟା ଫାଉଣ୍ଡେସନ ତରଫରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଗାମୀ ଦିନରେ ଏହା ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଂଚଳରେ କରାଯିବ ବୋଲି ସୂଚନା ମିଳିଛି। ଆଜିର ଏହି କାର୍ଯ୍ୟକ୍ରମରେ ଅନନ୍ୟା ଫାଉଣ୍ଡେସନ ତରଫରୁ ଆଶୁତୋଷ, ବିନେଶ, ସନ୍ତୋଷ, ଉମେଶ, ଦେବାଶିଷ, ବେଣୁ ଲେଙ୍କା, ଅପର୍ଣ୍ଣା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ।

Read More

ନାଟକ ମହୋତ୍ସବର ୬ଷ୍ଠ ସଂଧ୍ୟା: ମିରର ଥିଏଟରର ନାଟକ ‘ଦୂର ଆକାଶ’ ମଞ୍ଚସ୍ଥ

ନୟାଗଡ଼,( ନୟାଗଡ଼ ଦର୍ପଣ): ତୃତୀୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ଦର୍ଶକ ମାନଙ୍କ ହୃଦୟ ଛୁଇଁଥିଲା ଲୋକପ୍ରିୟ ମଞ୍ଚ ନାଟକ ‘ଦୂର ଆକାଶ’ । ନାଟ୍ୟଧାରା ନାଟ୍ୟସଂସ୍ଥା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଚାଲିଥିବା ନାଟକ ମହୋତ୍ସବର ରବିବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ବିଶିଷ୍ଟ ନାଟ୍ୟକାର ସୁବାସ ଚନ୍ଦ୍ର ପ୍ରଧାନଙ୍କ ରଚିତ ଏବଂ ନିର୍ଦ୍ଦେଶିତ ଏହି ସଚେତନଧର୍ମି ମଞ୍ଚ ନାଟକଟି ବେଶ ଲୋକାଦୃତି ଲାଭ କରିଥିଲା । ମିରର୍ ଥିଏଟର, ବେଲପାହାଡର କଳାକାର ମାନଙ୍କ ଦ୍ୱାରା ପରିବେଷିତ ଏହି ନାଟକରେ ଆଜି ମୁଖ୍ୟ ଅତିଥିଭାବେ ଶିଳ୍ପପତି ତଥା ନାଟ୍ୟ କଳାକାର ସନ୍ତୋଷ କୁମାର ଶତପଥୀ, ନାଟ୍ୟ ବ୍ୟକ୍ତିତ୍ୱ ସୁବାସ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ। ମିଛମାୟା ସଂସାରରେ ବାପାର ଅନୁପସ୍ଥିତିରେ ମାଆ ପୁଅ ସମ୍ପର୍କର ଅନାବିଳ ସ୍ନେହ,…

Read More

ଡ. ଅରୁଣ କୁମାର ସାହୁଙ୍କ ସମ୍ପାଦିତ ପୁସ୍ତକ ‘ଯୌବନ’ ଲୋକାର୍ପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପକ୍ଷୀଘର ଆନୁକୁଲ୍ୟରେ ଆଜି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ସମ୍ପାଦିତ ଗଳ୍ପ ପୁସ୍ତକ ‘ଯୌବନ’ ଲୋକାର୍ପିତ ହୋଇଯାଇଛି । ଜୁମ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରମୂଖ କବି ଓ ସାହିତ୍ୟିକମାନେ ଯୋଡ଼ି ହୋଇଥିବା ବେଳେ ନୟାଗଡ଼ ଦଳୀୟ କାର୍ଯ୍ୟାଳୟଠାରୁ ଶତାଧିକ ସାହିତ୍ୟିକ ଏବଂ ପ୍ରଶଂସକଙ୍କ ଗହଣରେ ପୁସ୍ତକ ଉନ୍ମୋଚନ ତଥା ଲୋକର୍ପଣ କାର୍ଯ୍ୟ ସମାପନ ହୋଇଛି । ଓଡ଼ିଆ ଗଳ୍ପ ସାହିତ୍ୟର ଧୂରୀଣ ସ୍ରଷ୍ଟା ଡ. ବିଭୂତି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁସ୍ତକକୁ ଲୋକର୍ପିତ କରିବା ସହ କର୍ମ ଓ ଧର୍ମରେ ରାଜନେତା ଅରୁଣଙ୍କ ସାହିତ୍ୟ ପ୍ରତି ଥିବା ରୁଚି ଏବଂ ଭଲପାଇବାକୁ ଭୂରି ଭୂରି ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି…

Read More

ନାଟକ ମହୋତ୍ସବର ୫ମ ସଂଧ୍ୟା: ଦର୍ଶକଙ୍କୁ ବାନ୍ଧି ରଖିଲା ‘ଔରଙ୍ଗଜେବ’

ନୟାଗଡ଼,(ନୟାଗଡ଼ ଦର୍ପଣ): ତୃତୀୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିଥିଲା ଲୋକପ୍ରିୟ ସାମାଜିକ୍ ନାଟକ ‘ଔରଙ୍ଗଜେବ୍‌’ । ନାଟ୍ୟଧାରା ନାଟ୍ୟସଂସ୍ଥା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଚାଲିଥିବା ନାଟକ ମହୋତ୍ସବର ଶନିବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ଡ.ପ୍ରଦୀପ ଭୌମିକ୍ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଓଡ଼ିଶାର ଅନ୍ୟତମ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଜିତେନ୍ଦ୍ର ପଟ୍ଟନାୟକ । ସୂତ୍ରଧର ନାଟ୍ୟ ଅନୁଷ୍ଠାନ ଖୋର୍ଦ୍ଧା ପକ୍ଷରୁ ପରିବେଷିତ ଏହି ନାଟକରେ ଆଜି ଅତିଥିଭାବେ ନାଟ୍ୟ ବ୍ୟକ୍ତିତ୍ୱ ଜିତେନ୍ଦ୍ର ପଟ୍ଟନାୟକ ଯୋଗଦାନ କରିଥିଲେ । ଇତିହାସରେ ଔରଙ୍ଗଜେବ ଯେପରି ନିଜ ସ୍ୱାର୍ଥ ଏବଂ କ୍ଷମତା ଲୋଭ ପାଇଁ ନିଜର ବାପା ଭାଈଙ୍କୁ ହତ୍ୟା କରିବାକୁ ପଛାଇ ନଥିଲେ ଆଜିର ସ୍ୱାର୍ଥ…

Read More